ବିଶ୍ବକପ୍ : ଇଂଲଣ୍ଡର ଲଜ୍ଜାଜନକ ପରାଜୟ,ଦକ୍ଷିଣ ଆଫ୍ରିକାଠାରୁ ୨୨୯ ରନରେ ହାରିଲା – bajravana
[ad_1]
ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖେଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ବର୍ତ୍ତମାନର ବିଶ୍ବ ଚାମ୍ପିଅନ ଇଂଲଣ୍ଡ ଏକ ଲଜ୍ଜାଜନକ ପରାଜୟ ବରଣ କରିଛି । ଦକ୍ଷିଣ ଆଫ୍ରିକାର ୪୦୦ ରନ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ମାତ୍ର ୧୭୦ ରନ କରି ଅଲଆଉଟ ହୋଇଯାଇଛି । ଦକ୍ଷିଣ ଆଫ୍ରିକାର ବୋଲିଂ ଆଗରେ ତାରକା ଖଚିତ ଇଂଲଣ୍ଡ ବ୍ୟାଟିଂ ଲାଇନଅପ୍ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । କେବଳ ୯ମ ଓ ୧୦ମ ସ୍ଥାନରେ ଆସିଥିବା ଗସ ଅଟକିନସନ ଓ ମାର୍କ ଉଡ୍ କିଛି ସମୟ ତିଷ୍ଠି ରହି ଲଢେଇ କରିଥିଲେ । ମାର୍କ ୪୩ ରନ ଓ ଅଟକିନସନ ୩୫ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଗେରାଲ୍ଡ କୋଟଜି ୩ଟି ଓ୍ବିକେଟ ନେଇଥିବାବେଳେ ଲୁଙ୍ଗି ଏନଗିଡି ଓ ମାର୍କୋ ଜନସେନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଓଭରରେ କ୍ବିଣ୍ଟନ ଡି’କକଙ୍କ ଓ୍ବିକେଟ ହରାଇଥିଲା । ତେବେ ରିଜା ହେଣ୍ଡରିକ୍ସ ଓ ରାସି ଭାନ ଡର ଦୁସେନ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ହେଣ୍ଡରିକ୍ସ ୮୫ ଓ ଦୁସେନ ୬୦ ରନ କରିଥିଲେ । ତେବେ ପ୍ରକୃତ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରିଥିଲେ ହେନେରିକ୍ କ୍ଲାସେନ । ସେ ମାତ୍ର ୬୭ଟି ବଲ ଖେଳି ୧୦୯ ରନ କରିଥିଲେ । ସେହିପରି ମାର୍କୋ ଜାନସେନ ମଧ୍ୟ ୭୫ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୩୯୯ ରନ କରିଥିଲା ।
[ad_2]