ଓଡିଶା

କାର୍ଯ୍ୟକ୍ଷମ ହେଲାନି ବଣଭୋଜି ପ୍ରକଳ୍ପ: ପୂରଣ ହେଲାନି ପ୍ରତିଶ୍ରୁତି, ଉଦ୍‌ଘାଟନକୁ ବିତିଲାଣି ୪ ବର୍ଷ – bajravana

[ad_1]

କୋଣାର୍କ: ୨୦୧୯ ମସିହା ସ୍ବାୟତ୍ତଶାସନ ଦିବସ ପାଳନ ଅବସରରେ କୋଣାର୍କରେ ଏକ ପରିବେଶ ଅନୁକୂଳ ବଣଭୋଜି ସ୍ଥଳ ଉଦ୍‌ଘାଟନ କରାଯାଇଥିଲା। ତତ୍‌କାଳୀନ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। କିନ୍ତୁ ଏବେ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରି ନାହିଁ। ବିଶେଷକରି ଜମି ସମସ୍ୟା ଏହି ପ୍ରକଳ୍ପ ବାଟରେ କଣ୍ଟା ସାଜିଛି। ମନ୍ତ୍ରୀ ଶ୍ରୀ ବେହେରା ମଧ୍ୟ ଉଦ୍‌ଘାଟନ ସମୟରେ ଜମି ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ। କୋଣାର୍କରେ ଦୀର୍ଘ ଦଶନ୍ଧି ଧରି ଲାଗି ରହିଥିବା ଜମିଜମା ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଥିବା ସେ କହିଥିଲେ। କିନ୍ତୁ ଏହାକୁ ୪ ବର୍ଷ ଅତିକ୍ରାନ୍ତ ହେବା ପରେ ମଧ୍ୟ ଜମି ସମ୍ୟାର ସମାଧାନ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଗଲାନାହିଁ। ଫଳରେ ଏହି ବଣଭୋଜି ପ୍ରକଳ୍ପ ସ୍ଥାନରେ ଭିତ୍ତିଭୂମି ବିକଶିତ ହୋଇ ପାରି ନ ଥିବାରୁ ଏହି ଜାଗାରେ କେବଳ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଏକ ହୋଟେଲ କାର୍ଯ୍ୟ କରୁଛି। କୋଣାର୍କ ଏନ୍‌ଏସି ପକ୍ଷରୁ ପ୍ରସ୍ତୁତ ବଣଭୋଜି ସ୍ଥଳକୁ ନିଲାମ ଆକାରରେ ଦେବାପାଇଁ ଟେଣ୍ଡର କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।

ପରିବେଶ ଅନୁକୂଳ ପର୍ଯ୍ୟଟନସ୍ଥଳୀ କାର୍ଯ୍ୟକ୍ଷମ ନହେବାରୁ ସେହି ସ୍ଥାନରେ ରାଜ୍ୟ ପର୍ଯ୍ୟଟନ ନିଗମର ରେସ୍ତୋରାଁ କାର୍ଯ୍ୟକ୍ଷମ ହୋଇଛି। ଅନ୍ୟପକ୍ଷରେ ଚନ୍ଦ୍ରଭାଗାରେ ଥିବା ରାଜ୍ୟ ପର୍ଯ୍ୟଟନ ନିଗମର ଉଡେନ୍‌ ରେସ୍ତୋରାଁ ଗତ ଫନି ବାତ୍ୟାଠାରୁ ଭାଙ୍ଗିରୁଜି ଖତ ହେବାକୁ ବସିଥିବା ସମୟରେ ତାହାର ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସାଧାରଣରେ ଅଭିଯୋଗ ଉଠିଛି। ୨୦୧୯ ସ୍ବାୟତ୍ତ ଶାସନ ଦିବସରେ ମନ୍ତ୍ରୀ ଶ୍ରୀ ବେହେରା କୋଣାର୍କବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି। କୋଣାର୍କ ଭଳି ଏକ ଆର୍ନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀର ସାମାଜିକ, ସାଂସ୍କୃତିକ ଓ ସମାଗ୍ରିକ ବିକାଶ ଦିଗରେ ସରକାର ଧ୍ୟାନ ଦେବାକୁ ଜମି ସମସ୍ୟାର ସମାଧାନ ଜରୁରୀ ହୋଇପଡ଼ିଥିବା ଆଇନଜୀବୀ ମାଧବାନନ୍ଦ ପତି, ଯୁବ ସଂଗଠକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଯୁବନେତା ସ୍ବାଧୀନ ନାୟକ ପ୍ରମୁଖ ଦାବି କରିଚନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button