ଓଡିଶା

ପୂଜ୍ୟପୂଜାଙ୍କୁ ସମ୍ମାନ ଏମିତି… ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ଚଷମା କାଢି ରିଲ୍ସ ବନାଇଲେ – bajravana

[ad_1]

ସୋସିଆଲ୍‌ ମିଡିଆରେ ଭାଇରାଲ ପରେ କ୍ଷମା ମାଗିଲେ ଛାତ୍ର

ରାଜନଗର: ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ଚଷମା କାଢ଼ିବା ସହ କାନ୍ଧରେ ହାତ ରଖି ରିଲ୍ସ ପ୍ରସ୍ତୁତ କରାଯାଇଛି। ଏହାକୁ ସୋସିଆଲ ମିଡିଆରେ ଛଡ଼ାଯାଇଛି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରିଲ୍ସ ବନାଇଥିବା ଛାତ୍ର ଜଣକ ପ୍ରତିମୂର୍ତ୍ତି ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ରାଜନଗରରେ ଘଟିଥିବା ଏଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ରାଜନଗରସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରହିଛି। ଏହି ମହାବିଦ୍ୟାଳୟ ପ୍ରଥମେ ବିଜୁ ବାବୁଙ୍କ ନାଁରେ ବିଜୟାନନ୍ଦ ମହାବିଦ୍ୟାଳୟ ହୋଇଥିଲା। ତେବେ ବିଜୁବାବୁ ମହାବିଦ୍ୟାଳୟକୁ ଆସିଥିବା ସମୟରେ ତାଙ୍କ ନାଁ ବଦଳରେ ମହାବିଦ୍ୟାଳୟର ନାଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ କରିଥିଲେ।

ଏହି ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ଆଜାଦ୍‌ କୁମାର ଦାସ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟକୁ ଚଢି ଚଷମା କାଢିବା ସହ କାନ୍ଧରେ ହାତ ରଖି ରିଲ୍ସ ବନାଇ ସୋସିଆଲ ମିଡିଆରେ ଛାଡିଥିଲେ। ଏହା ଭାଇରାଲ ହେବା ପରେ ରାଜନଗରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣା ଜାଣିବା ପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅତୁଳ ବଳ ମହାବିଦ୍ୟାଳୟର ଶୃଙ୍ଖଳା କମିଟି ବୈଠକ ଡାକିଥିଲେ। ଶୃଙ୍ଖଳା କମିଟିର ବୈଠକରେ ସଦସ୍ୟ ଅଧ୍ୟାପକ ପ୍ରଣୟ କୁମାର ବେହେରା, ଅଭିମନ୍ୟୁ ରାଉତ, ପର୍ଶୁରାମ ନାଥ, ଅଧ୍ୟାପିକା ଅନୁସୂୟା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ରିଲ୍ସ ସୁଟିଂ କରିଥିବା ଓ ସେଥିରେ ଦିଶୁଥିବା ଆଜାଦଙ୍କ ପରିବାର ଲୋକେ ମହାବିଦ୍ୟାଳୟରେ ପହଞ୍ଚିଥିଲେ। ଦୁଇ ଯୁବକ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ନତମସ୍ତକ ହୋଇ କ୍ଷମା ପ୍ରାର୍ଥନା କରିବା ସହ ପୂଜ୍ୟପୂଜାଙ୍କୁ କେବେବି ଅସମ୍ମାନ କରିବେ ନାହିଁ ବୋଲି ଶୃଙ୍ଖଳା କମିଟିକୁ ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button