ଓଢ଼ଣାରେ ପେଟକୁ ଢାଙ୍କିଲେ କ୍ୟାଟ୍ରିନା; ସୋସିଆଲ୍ ମିଡିଆରେ ଜୋର୍ ଧରିଲା ଗର୍ଭଧାରଣ ଚର୍ଚ୍ଚା – bajravana
[ad_1]
ମୁମ୍ବାଇ: ପୁଣି ଥରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଗର୍ଭବତୀ ଅଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିନେତା ଭିକି କୌଶଲଙ୍କ ଧର୍ମପତ୍ନୀ କ୍ୟାଟ୍ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ଅନୁମାନ କରୁଛନ୍ତି ଯେ ‘ଟାଇଗର’ ଅଭିନେତ୍ରୀ ଗର୍ଭବତୀ ଅଛନ୍ତି। ନିକଟରେ କ୍ୟାଟ୍ରିନା ତାଙ୍କ ଫିଲ୍ମର ପ୍ରମୋସନ୍ ପାଇଁ ହାଇଦ୍ରାବାଦରେ ପହଞ୍ଚିଥିଲେ। ସେଠାରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ସେ ତାଙ୍କ ପେଟକୁ ଓଢ଼ଣାରେ ଢାଙ୍କିଥିବାର ନଜର ଆସିଛନ୍ତି।
ଏହି କାର୍ଯ୍ୟକ୍ରମରେ କ୍ୟାଟ୍ରିନା କୈଫ୍ ଏକ ପାରମ୍ପରିକ ପୋଷାକ ପିନ୍ଧି ବେଶ୍ ଆକର୍ଷଣୀୟ ଦିଶୁଥିବା ବେଳେ ସେ ତାଙ୍କ ପେଟକୁ ଘୋଡ଼ାଇ ଥିବାର ନଜର ଆସିଥିଲେ। ଫଳରେ ପ୍ରଶଂସକମାନେ ଅନୁମାନ କରିବାକୁ ଲାଗିଲେ ଯେ ସେ ହୁଏତ ତାଙ୍କ ‘ବେବି ବମ୍ପ୍’କୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି।
ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ହେ ଭଗବାନ, କ୍ୟାଟ୍ରିନା କୈଫ୍ ପ୍ରକୃତରେ ଗର୍ଭବତୀ କି? ଯଦି ଅଛନ୍ତି, ତେବେ ମୁଁ ଅଭିନେତ୍ରୀଙ୍କ ପାଇଁ ବହୁତ ଖୁସି।’’ ସେହିପରି ଅନ୍ୟଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ ଏହା ଏକ ବୋକମୀ। ଯଦି କେହି ତାଙ୍କ ପେଟକୁ ଘୋଡାଉଛନ୍ତି, ଏହାର ଅର୍ଥ ହେଉଛି କ’ଣ ସେ ଗର୍ଭବତୀ ଅଟନ୍ତି?’’
କ୍ୟାଟ୍ରିନା ଗର୍ଭବତୀ ଅଛନ୍ତି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଭିକି କୌଶଲ ଏବଂ ଅଭିନେତ୍ରୀ ଏନେଇ ପଦୁଟିଏ ବି କହିନାହାନ୍ତି। ଆଗକୁ ଆସୁଛି କ୍ୟାଟ୍ଙ୍କ ଅଭିନୀତ ଫିଲ୍ମ ‘ଟାଇଗର୍-୩’। ଯେଉଁଥିରେ ସେ ପୁଣି ଥରେ ଜୋୟା ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ଟ୍ରେଲର୍ ଲଞ୍ଚ୍ ହୋଇ ବହୁ ଗ୍ରହଣୀୟତା ମିଳି ସାରିଲାଣି। ଫିଲ୍ମଟି ଦୀପାବଳିରେ ମୁକ୍ତିଲାଭ କରିବ।
[ad_2]