ମନୋରଞ୍ଜନ

‘ସିଙ୍ଘମ ଏଗେନ’ର ଟ୍ରେଲର ରିଲିଜ୍ ହେବାର ୨୪ଘଣ୍ଟା ମଧ୍ୟରେ ସୃଷ୍ଟି କଲା ଇତିହାସ

ମୁମ୍ବାଇ: ଇତିହାସ ରଚିଲା ‘ସିଙ୍ଘମ ଏଗେନ୍’ର ଟ୍ରେଲର । ରିଲିଜ ହେବାର ୨୪ଘଣ୍ଟା ମଧ୍ୟରେ ସମସ୍ତ ପ୍ଲାଟଫର୍ମରେ ସର୍ବାଧିକ ଦେଖାଯାଇଥିବା ହିନ୍ଦୀ ଚଳଚ୍ଚିତ୍ର ଟ୍ରେଲରରେ ପରିଣତ ହେଲା ‘ସିଙ୍ଘମ ଏଗେନ୍’ | ଦୀପାବଳିରେ ରିଲିଜ୍ ହେବା ପୂର୍ବରୁ ଏହାର ଟ୍ରେଲର ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ଟ୍ରେଲର ରିଲିଜ୍ ହେବାର ୨୪ଘଣ୍ଟା ମଧ୍ୟରେ ଏହାକୁ ୧୩୮ମିଲିୟନରୁ ଅଧିକ ଲୋକ ଦେଖିଥିଲେ ବୋଲି ଜଣାଯାଇଛି।

ଏବିଷୟରେ ଇନଷ୍ଟାରେ ପୋଷ୍ଟ କରି ଜଣାଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ଟ୍ରେଲର ଦେଖି ବାଜିରାଓ ସିଙ୍ଘମ ଭୂମିକାରେ ଅଜୟ ଦେବଗାନଙ୍କୁ ପୁଣି ଥରେ ପରଦାରେ ଦେଖିବା ପାଇଁ ଦର୍ଶକ ଉତ୍ସାହିତ ହୋଇପଡ଼ିଛନ୍ତି।

ୟୁଟ୍ୟୁବଠାରୁ ଆରମ୍ଭ କରି ଇନଷ୍ଟାଗ୍ରାମ, ଟ୍ୱିଟର ଏବଂ ଫେସବୁକ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଟ୍ରେଲରଟି ନମ୍ବର ୧ରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି |

ଫିଲ୍ମକୁ ନେଇ ଯେତିକି ଆଶା ଥିଲା ଟ୍ରେଲର ରିଲିଜ୍ ପରେ ଫିଲ୍ମଟି ଆହୁରି ଦମଦାର ହେବ ବୋଲି ଦର୍ଶକ ମତ ରଖିବା ଆରମ୍ଭ କଲେଣି। ‘ସିଙ୍ଘମ ଏଗେନ୍’ର କାହାଣୀ ରାମାୟଣ ଦ୍ୱାରା ଅନୁପ୍ରାଣିତ | ଟ୍ରେଲରରେ ଦେଖାଯାଇଛି ଯେ, ଅଜୟ ଦେବଗନ୍ ତାଙ୍କ ସୀତା ପାଇଁ ଲଙ୍କାକୁ ଜାଳିବାକୁ ବାହାରିଛନ୍ତି | ଆକ୍ସନରେ ଭରପୂର ଥିବା ଫିଲ୍ମରେ ଲେଡି ସିଙ୍ଘମ ଭୂମିକାରେ ଦୀପିକାଙ୍କ ଲୁକ୍ ଦର୍ଶକଙ୍କୁ ପସନ୍ଦ ଆସୁଛି। ଏହା ସହ ଫିଲ୍ମରେ ଅଭିନେତା ଟାଇଗର ଶ୍ରଫ୍, ରଣବୀର ସିଂହ ଓ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି ବହୁତ ଦମଦାର ଥିବା ଦେଖିବାକୁ ମିଳିଛି।

‘ସିଙ୍ଘମ ଏଗେନ୍’ରେ ଅଜୟ ଦେବଗନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଥିବା ବେଳେ କରୀନା କପୁର ଖାନ୍, ରଣବୀର ସିଂ, ଅକ୍ଷୟ କୁମାର, ଦୀପିକା ପାଦୁକୋନ୍, ଟାଇଗର ଶ୍ରଫ୍, ଆଶୁତୋଷ ରାଣା, ଦୟାନନ୍ଦ ସେଟ୍ଟୀ ଏବଂ ଶ୍ୱେତା ତିୱାରୀ ମଧ୍ୟ ଏହି ଚଳଚ୍ଚିତ୍ରର ନଜର ଆସିବେ। ଅଭିନେତା ଅର୍ଜୁନ କପୁର ଭିଲେନ ଭୂମିକାରେ ନଜର ଆସିବେ ବୋଲି ଜଣାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button