ଜୟପୁର ରଥାଯାତ୍ରାରେ ନୂଆ ରଥ ଦେବା ପାଇଁ ରାଜପରିବାର ପକ୍ଷରୁ ଘୋଷଣା – bajravana
[ad_1]
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ରଥଯାତ୍ରା ପାଇଁ ନୂଆ ରଥ ରାଜପରିବାର ପକ୍ଷରୁ ଦେବା ପାଇଁ ଟୁଇଟ୍ ମାଧ୍ୟମରେ ବିଶ୍ବେଶ୍ବର ଚନ୍ଦ୍ରଚୁଡ଼ ଦେବ ଘୋଷଣା କରିଛନ୍ତି। ମହାରାଜା ଅଫ କଳିଙ୍ଗା ଚାରିଟେବୁଲ ଫାଉଣ୍ଡେସନ୍ ଅଧିନରେ ଥିବା ‘‘ମହାରାଣୀ ରମା କୁମାରୀ ଦେବୀ ରିଲିଜିୟସ୍ ଟ୍ରଷ୍ଟ’’ ପକ୍ଷରୁ ଏହି ନୂଆ ରଥ ତହସିଲଦାର ତଥା ଦେବୋତ୍ତର ଅଧିକାରୀଙ୍କୁ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ସେ ତାଙ୍କ ଟୁଇଟ୍ କରିଥିବା ଘୋଷଣା ନାମାରେ ମହାରାଜା ସାର୍ ବିକ୍ରମ ଦେବ -୩ ବାହାଦୁର ଥିବା ସମୟରେ ପୁରୀ ପରି ଜୟପୁରରେ ଜଗନ୍ନାଥ, ବଳଭଦ୍ର ଓ ସୁଭୁଦ୍ରାଙ୍କ ରଥ ଚନ୍ଦନ କାଠରେ ନିର୍ମାଣ କରାଯାଉଥିଲା। ଏହି ରଥକୁ ହାତୀ ଦ୍ବାରା ଟଣାଯାଉଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ଏପରିକି ଏଥି ପାଇଁ ସେ ଜୟପୁରର ଜଙ୍ଗଲରେ ଚନ୍ଦନବଣ ଲଗାଇଥିବା ବି ଦର୍ଶାଇଛନ୍ତି। ତହସିଲଦାର ସୁଶ୍ରୀ ସାଗରିକା ଷଡଙ୍ଗୀ ଏହି ଚିଠି ପାଇ ନଥିବା କହିଛନ୍ତି। ତେବେ ରାଜପରିବାର ପକ୍ଷରୁ ଏଭଳି ରଥ ମିଳିଲେ ନିଶ୍ଚିତ ଦୂପେ ରାଜତନ୍ତ୍ର ବନ୍ଦ ହେବା ପରେ ପୁଣି ରାଜପରିବାରର ଏଭଳି ବଦାନ୍ୟତା ନିଶ୍ଚିତ ରୁପେ ସାଧାରଣରେ ସ୍ବାଗତଯୋଗ୍ୟ ପଦକ୍ଷେପ ହେବ।
[ad_2]