ଓଡିଶା

ବାଣ ବିସ୍ଫୋରଣ ମାମଲା, ଜେଲ୍‌ ଗଲା ଅଭିଯୁକ୍ତ

ପୁରୀ : ବେଆଇନ ବାଣ ବିକ୍ରି କରୁଥିବାବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ମାମଲାରେ ସଦର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଛି। ଦୀପାବଳି ପାଇଁ ସଦର ଥାନା ନିକଟ ବାଟଗାଁ ରାଉତସାହି ଘରେ ଅଭିଯୁକ୍ତ ବ୍ରଜକିଶୋର ରାଉତ ବେଆଇନ ଭାବେ ବାଣ ବିକ୍ରି କରୁଥିଲା। ଗତ ଗୁରୁବାର ସେଠାରୁ ବାଣ ନେଇ ଯାଉଥିବାବେଳେ ହଠାତ ବିସ୍ଫୋରଣ ଘଟିଥିଲା।

ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅଛନ୍ତି। ସଦର ଥାନା ଅଧିକାରୀ ଭାବଗ୍ରାହୀ ରାଉତଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ବ୍ରଜକିଶୋରଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button