ଓଡିଶା

ବିଦ୍ୟାଳୟକୁ ମଦ‌ ବୋତଲ ନେଇ ଆସିଥିଲେ ପ୍ରଧାନଶିକ୍ଷକ, ଧରିପକାଇଲେ ଗ୍ରାମବାସୀ – bajravana

[ad_1]

ନିଆଳି: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷାକୁ ନେଇ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ହଟହଟା ହୋଇଛନ୍ତି। ଏହା କୌଣସି ଉପାନ୍ତ ଜିଲ୍ଲାରେ ନୁହେଁ। ବରଂ ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ବ୍ଲକରେ। ଅଳଁ ପଂଚାୟତ ମହଙ୍ଗପଡାରେ ଥିବା ପିଙ୍ଗଳେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗାଁ ଲୋକେ ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ତାଙ୍କ ଠାରୁ ମଦବୋତଲ ମଧ୍ୟ ଜବତ କରିଛନ୍ତି।

ସୂଚନା ଅନୁସାରେ ନିଆଳି ବ୍ଲକ ଅଳଁ ପଂଚାୟତ ମହଙ୍ଗପଡାରେ ଥିବା ପିଙ୍ଗଳେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ୪ ତାରିଖରୁ ଚଳିତ ବର୍ଷ ଦଶମ ଶ୍ରେଣୀ ଅର୍ଦ୍ଧ ବାର୍ଷିକ ପରୀକ୍ଷା(ଷାଣ୍ମାସିକ ପରୀକ୍ଷା) ଆରମ୍ଭ ହେବାର ଥିଲା। ସେହିଦିନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ମହାନ୍ତି ପ୍ରଶ୍ନ ପତ୍ରକୁ ନେଇ ଘରେ ରଖି ବିଦ୍ୟାଳୟକୁ ଆସି ନଥିଲେ। ଏହି କାରଣରୁ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପ୍ରଥମ ଦିନର ପ୍ରଥମ ସିଟିଂରେ ହେବାକୁ ଥିବା ମାତୃଭାଷା ପରୀକ୍ଷାରୁ ବଚିଂତ ହୋଇଥିଲେ। ଗ୍ରାମବାସୀ ଏନେଇ ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଅବଗତ କରିଥିଲେ।

ତେବେ ପରୀକ୍ଷାର ୯ଦିନ ପରେ ଆଜି (ଶୁକ୍ରବାର) ଦିନ ୧୧ଟା ଉକ୍ତ ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତି ବିଦ୍ୟାଳୟକୁ ଆସିଥିବା ବେଳେ ଗ୍ରାମବାସୀମାନେ ତାଙ୍କୁ ଅଟକ ରଖି ଇସ୍ତଫା ଦାବି କରିଥିଲେ। ଏହି ସମୟରେ ଶିକ୍ଷକଙ୍କ ବ୍ୟାଗରୁ ୨ଟି ଦେଶୀ ମଦ ଭର୍ତ୍ତି ବୋତଲ ମିଳିଥିଲା। ଏହି କାରଣରୁ ବିଦ୍ୟାଳୟରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇଁ ଘଟଣାସ୍ଥଳରେ ନିଆଳି ପୁଲିସ ପହଞ୍ଚି ସେଠାରୁ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button