ଅପରାଧ

୬୩ କେଜି ଗଞ୍ଜେଇ ସହ କାର ଜବତ, ଅଭିଯୁକ୍ତ ଗିରଫ – bajravana

[ad_1]

ବ୍ୟାସନଗର: ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍‌ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ଯଖପୁରା ଥାନା ଅନ୍ତର୍ଗତ ମାନତିରା ଗ୍ରାମରେ ଚଢ଼ଉ କରି ୬୩ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ବେପାରରେ ସାମିଲ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏଥି ସହିତ ଓଡି-୦୨ସିକେ-୧୮୧୫ ନମ୍ବର ବିଶିଷ୍ଟ ଏକ କାର୍‌ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ମାନତିରା ଗ୍ରାମର ସୌଭାଗ୍ୟ ଘଡ଼େଇ ଓରଫ ସୋନୁ। ଉକ୍ତ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଜିଲ୍ଲା ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦେଶରେ ମୋବାଇଲ ସ୍କ୍ୱାଡ୍‌ ଇନିସପେକ୍ଟର ସମୀର କୁମାର ମହାନ୍ତି ମାନତିରା ଗାଁରେ ଚଢ଼ଉ କରିଥିଲେ। ଅଭିଯୁକ୍ତର ଘରେ ଥିବା କାର୍‌କୁ ଯାଞ୍ଚ କରିବା ପରେ ସେଥିରୁ ୬୩ କେଜି ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ଟଙ୍କା ହେବବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେସ ନମ୍ବର ୧୪୬/୨୩ ରେ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଚଢ଼ଉରେ ଏସଆଇ ଶ୍ରୀକାନ୍ତ ପଣ୍ଡା, କ୍ଷୀରୋଦ କୁମାର ସାହୁ, ଶୁଭସ୍ମିତା ପ୍ରଧାନ ଓ କର୍ମଚାରୀମାନେ ସାମିଲ ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button