ରାଶିଫଳ

ମଙ୍ଗଳବାର, ଆଜିର ରାଶିଫଳ, ୦୧.୦୫.୨୦୧୮

ମେଷ:-

ସମ୍ମାନଜନକ ସ୍ଥିତିରେ ଅବସ୍ଥାନ କରି ସ୍ବାଭିମାନର ସହ ପଦମର୍ଯ୍ୟଦାକୁ ଅକ୍ଷୁଣ୍ଣ ରଖିପାରିବେ। ଶୁକ୍ର ନକ୍ଷତ୍ରସ୍ଥ ରବି ପ୍ରତ୍ୟେକ ସମସ୍ୟାକୁ ହାଲୁକା ଭାବରେ ଗ୍ରହଣ କରିବା ସକାଶେ ଅନୁପ୍ରେରିତ କରିବ। କିନ୍ତୁ ରାହୁ ଓ ଶନିଙ୍କ କୁପ୍ରଭାବ ଜନିତ ବନ୍ଧୁଙ୍କ ପରାମର୍ଶକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ପାପଗ୍ରହ ମଧ୍ୟ ଚନ୍ଦ୍ର ମାନସିକ ଅସ୍ଥିରତାକୁ ବଢ଼ାଇପାରେ ।

ବୃଷ:-

କର୍ମାଧିପ ମିତ୍ର ଶୁକ୍ରଶାସିତ ପୂର୍ବାଷାଢା ନକ୍ଷତ୍ରସ୍ଥ ହେତୁ ଆପଣଙ୍କୁ ସାହାଯ୍ୟ, ସହଯୋଗ ମାଗିବାକୁ ପଡ଼ିବ ନାହିଁ । କିଛି ଫାଇଦା ହାସଲ କରିବାର ଅଭିଳାଷ ରଖି କୌଣସି ବ୍ୟକ୍ତି ଅଯଥାରେ ଆପଣଙ୍କୁ ପ୍ରଶଂସା କରିପାରେ ା ଅର୍ଥ ଅଭାବକୁ ସ୍ବତଃପ୍ରବୃତ ଭାବରେ ଜଣେ ଭଲ ସମ୍ପର୍କ ରହିଥିବା ବାନ୍ଧବୀ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇପାରନ୍ତି।

ମିଥୁନ:-

ରବି ଉଚ୍ଚସ୍ଥ ହେତୁ ଭାଇ, ବନ୍ଧୁ, ପରିଜନ, ସହକର୍ମୀଙ୍କ ଶ୍ରଦ୍ଧା ଓ ସୌଜନ୍ୟତାରେ ମନ ପ୍ରଫୁଲ୍ଲିତ ରହିବ। ସହଜରେ ଅଭିଳାଷ ପୂରଣ କରିବା ସାଙ୍ଗକୁ ମନ ଭଲ ରହିଥିବାରୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ପ୍ରଦାୟକ ରହିବେ। ନିଜ କାମକୁ ପଛକୁ ରଖି ଅନ୍ୟମାନଙ୍କ ପାଇଁ କିଛି କରିବା ପାଇଁ ମାନସିକ ସ୍ତରରେ ନିଷ୍ପତ୍ତି ନେଇପାରନ୍ତି।

କର୍କଟ:-

ରାଶି ପାଇଁ ରାଜଯୋଗ କାରକ ଗ୍ରହ ମଙ୍ଗଳ ଶତ୍ରୁ ଶନିଙ୍କ ସହ ଅବସ୍ଥାନ କରି ଆପଣଙ୍କ ସୁସ୍ଥ ଚିନ୍ତାଧାରାକୁ ବିଗାଡ଼ିଦେଇପାରେ। ଫଳତଃ ସବୁ କାମ ଗୋଳମାଳିଆ ରହିବ ଓ ଏବଂ ବ୍ୟସ୍ତତା ବୃଦ୍ଧି ପାଇବାର ସୂଚନା ରହିଛି। ମନରେ ପୂର୍ବଭଳି ଆଗ୍ରହ ନ ଥାଇ ମଧ୍ୟ ହାତକୁ ନେଇଥିବା କାମରୁ ପଛଘୁଞ୍ଚା ଦେଇପାରିବେ ନାହିଁ।

ସିଂହ:-

ବଳହୀନ ଧନାଧିପ ହେତୁ ଆଶାନୁଯାୟୀ ଅର୍ଥ ଓ ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗ ପାଇବା କଷ୍ଟକର ହୋଇପାରେ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ଅଧିକାଂଶ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବା ସହ ପାରିବାରିକ କ୍ଷେତ୍ରରେ ଟେନସନ କିିଛି ମାତ୍ରାରେ କମିଯିବ।

କନ୍ୟା:-

ତୃତୀୟାଧିପ ଚତୁର୍ଥସ୍ଥ ରହି ଷଷ୍ଠାଧିପଙ୍କ ସଙ୍ଗତ୍ୱ ଟଣାଓଟରା ଭିତ୍ତିରେ କାର୍ଯ୍ୟହାସଲ କରାଇବ। ଆଜି ପରିବାରର କୌଣସି ଗୁରୁତ୍ୱପୂର୍ଣ୍ଣ କଥା ନେଇ ବିଭିନ୍ନ ପ୍ରକାରର ଆଲୋଚନା କରିବାକୁ ପଡ଼ିପାରେ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ ।

ତୁଳା:-

ରାଶ୍ୟାଧିପ ଅଷ୍ଟମସ୍ଥ ଓ ଭାଗ୍ୟାଧିପ ବଳହୀନ ହୋଇ ଷଷ୍ଠସ୍ଥ ହେତୁ ଆପଣଙ୍କ ପରିକଳ୍ପିତ ଯୋଜନା ଫସର ଫାଟିଯାଇପାରେ। ଅବଶ୍ୟ ଅନ୍ୟମାନଙ୍କୁ କାମରେ ଲଗାଇ ନିଜର ଫାଇଦା ହାସଲ କରିବାରେ କେତେକାଂଶରେ ସମର୍ଥ ହୋଇପାରନ୍ତି। ସ୍ବାତୀ ନକ୍ଷତ୍ର ସାମାନ୍ୟ ସୁଫଳ ଲାଭକରି କାମ ହାସଲ କରିପାରନ୍ତି।

ବିଛା:-

ମଙ୍ଗଳ କର୍ମାଧିପଙ୍କ ନକ୍ଷତ୍ରରେ ରହିଥିବାରୁ କାର୍ଯ୍ୟ କରିବାର ସ୍ପୃୃହାଥିଲେ ମଧ୍ୟ ପାରିବେଶିକ ଅସ୍ଥିରତା ତାହା କରାଇ ଦେଇ ନ ପାରେ। ତର୍କବିତର୍କ ଓ ବାଦାନୁବାଦ ମଧ୍ୟରେ କର୍ମକ୍ଷେତ୍ର ଓ ପରିବାରରେ ସମସ୍ୟାଗୁଡିକର ସମାଧାନ କରିବା ଦିଗରେ ପଦକ୍ଷେପ ନେଇପାରନ୍ତି। ସହକର୍ମୀଙ୍କ ପାଖରେ ପରିସ୍ଥିତିକୁ ଜଣାନ୍ତୁ।

ଧନୁ:-

ଚତୁର୍ଥାଧିପ ସ୍ବଭାବରୁ ଅଷ୍ଟମସ୍ଥ ହେଲେ ମଧ୍ୟ ପଞ୍ଚମଭାବକୁ ଦୃଷ୍ଟି ଦେଉଥିବାରୁ ନିଜେ କିଛି ନ କରି ପିଲାମାନଙ୍କ ଦ୍ୱାରା କାମ ହାସଲ କରିପାରିବେ। ପ୍ରତିକୂଳ ବାତାବରଣ ଲାଗି ରହିଥିଲେ ମଧ୍ୟ ନିଜର ଆନ୍ତରିକ ପ୍ରଚେଷ୍ଟାରୁ ଲକ୍ଷ୍ୟ ହାସଲ କରିବାରେ ଅସୁବିଧା ହେବ ନାହିଁ । ଆଜିର ଯାତ୍ରା,ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନଟି ବହୁତ ଭଲ।

ମକର:-

ରାଶିରେ କେତୁ ଗ୍ରହ ରହିଥିବାରୁ ସଦାସର୍ବଦା ଅନ୍ୟମନସ୍କ ରହିବା ସାଙ୍ଗକୁ କାମଗୁଡିକ ମଧ୍ୟ ଶୃଙ୍ଖଳିତ ହେବନାହିଁ । ଆର୍ଥିକସ୍ଥିତି ମନ୍ଦ ନ ଥିଲେ ମଧ୍ୟ ଆଜି ଏକ ଭିନ୍ନ ପ୍ରକାରର ପରିସ୍ଥିତିରେ ପଡି ଋଣ କରିବାକୁ ବାଧ୍ୟ ହେବେ। ଅନ୍ୟମାନଙ୍କ କଥାକୁ ଉପେକ୍ଷା ନ କରିପାରି ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି।

କୁମ୍ଭ:-

ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ବିଭିନ୍ନ ପ୍ରକାରର ଅସଜଡା ପରିସ୍ଥିତି କ୍ରମଶ୍ୟ ସୁଧୁରି ଆସୁଥିଲେ ମଧ୍ୟ ବୃଥା ଆଶଙ୍କାରୁ ବିଚଳିତ ରହିପାରନ୍ତି। ଶିଳ୍ପ, ବ୍ୟବସାୟ, ଦୂରଯାତ୍ରା କ୍ଷେତ୍ରରେ ଅନୁକୂଳ ପରିବେଶ ପାଇବେ ନାହିଁ । ସର୍ବୋପରି ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ ।

ମୀନ:-

ଯାହାକୁ ଅତି ନିଜର ଭାବି ଭରସା କରିବେ ସେହି ବ୍ୟକ୍ତି ହଁି ଅଧିକ ସମସ୍ୟାର କାରଣ ହେବ। ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ ନତୁବା ଆକସ୍ମିକ ଭାବେ କଳହର ସମ୍ମୁଖୀନ ହୋଇପାରନ୍ତି। କଳା, ସାହିତ୍ୟ, ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ ା ଉନ୍ନୟନମୂଳକ କାର୍ଯ୍ୟ ସାମୟିକ ବ୍ୟାହତ ହୋଇପାରେ।

Share It

Related Articles

2 Comments

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Back to top button