ଓଡିଶା

ସହର ଉପକଣ୍ଠ ଡାବରୋବାସା ଓ ପାଡ଼ାବସ୍ତି; ଦେଖିଲାନି ବିଜୁଳି ଆଲୁଅ ଓ ରାସ୍ତା – bajravana

[ad_1]

ରାଉରକେଲା: ଚକାଚକ୍‌ ହେଉଛି ସହର। ଏହାର ଉପକଣ୍ଠ ଗ୍ରାମ ଓ ବସ୍ତିବାସିନ୍ଦାଙ୍କୁ ବର୍ଷ ବର୍ଷ ଧରି ମୌଳିକ ସେବା ମିଳୁନି। କେଉଁଠି ଭଲ ରାସ୍ତାଟିଏ ନାହିଁ ତ ଅନ୍ୟ କେଉଁଠି ବିଶୁଦ୍ଧ ପାନୀୟ ଜଳ ସାତସପନ ପାଲଟିଛି। ପୁଣି କିଛି ବସ୍ତି ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ବିଜୁଳି ଆଲୋକ ଦେଖିନି। ଆଜି ପର୍ଯ୍ୟନ୍ତ ଅନ୍ଧାରରେ ଜୀବନ ଅତିବାହିତ କରୁଥିବା ଏସବୁ ବସ୍ତିବାସିନ୍ଦାଙ୍କ ଦୁଃଖକୁ ଯେମିତି ସ୍ଥାନୀୟ ପ୍ରଶାସନ ପାସୋରି ଯାଇଛନ୍ତି। ଯେମିତି ଦୁଇଟି ବସ୍ତି ହେଲା ଦକ୍ଷିଣ ରାଉରକେଲା ଟାଙ୍ଗରପାଲିର ଡାବରୋବସା ଓ ପାଡା ବସ୍ତି। ଦୁଇ ବସ୍ତିର ପରିବାର ସଂଖ୍ୟା ପ୍ରାୟ ୧୦୦ରୁ ଅଧିକ। ମୂଲମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିବା ଦୁଇ ବସ୍ତିବାସିନ୍ଦାଙ୍କ ଦୁଃଖ ବୁଝିବାକୁ ଜିଲ୍ଲା ପ୍ରଶାସନ ନା ଜନ ପ୍ରତିନିଧି ଯେମିତି କାହାରି ପାଖରେ ସମୟ ନାହିଁ। ଆଜି ପର୍ଯ୍ୟନ୍ତ ଦୁଇଟି ବସ୍ତିକୁ ବିଜୁଳି ସଂଯୋଗ ହୋଇପାରିନି। ବସ୍ତିଠାରୁ ପ୍ରାୟ ୨୦୦ ମିଟର ଦୂରର କ୍ଲବ ଘରର ବିଜୁଳି ଏମାନଙ୍କ ପାଇଁ ସାହା ଭରସା ପାଲଟିଛି। କ୍ଲବଘରୁ ବିଦ୍ୟୁତ୍‌ ତାର ଟାଣି ବସ୍ତିର କିଛି ଲୋକ ନିଜ ଘରେ ବଲ୍‌ଟିଏ ଲଗାଇଛନ୍ତି।

ଅନ୍ୟମାନେ ସେମିତି ଡିବିରି ଆଲୁଅରେ ରାତି କାଟୁଛନ୍ତି। ସେମାନେ ପିଲାଛୁଆ ଡିବିର ଆଲୁଅରେ ଭବିଷ୍ୟତ ଗଢ଼ୁଛନ୍ତି। ରାତି ହେଲେ ବସ୍ତିବାସିନ୍ଦାଙ୍କ ସମସ୍ୟା ଆହୁରି ବଢ଼ି ଯାଉଛି। କେବଳ ବିଜୁଳି ନୁହେଁ ଦୁଇ ବସ୍ତିକୁ ଆଜି ଯାଏ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ। ସରକାରଙ୍କ ଅନେକ ଯୋଜନା ଯେମିତି ବସ୍ତି ଦୁଇଟିର ବାଟ ହୁଡିଛି। ପାନୀୟ ଜଳ ସମସ୍ୟାକୁ ନେଇ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିଛି ପରିବାର ପାଖରେ ରାସନ କାର୍ଡ ଅଛି, କିନ୍ତୁ ସେମାନେ ପିଡିଏସ୍‌ ସାମଗ୍ରୀ ପାଇପାରୁ ନାହାନ୍ତି। କିଛି ଭିନ୍ନକ୍ଷମ, ବିଧବା, ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ମିଳୁନି। ମୌଳିକ ସମସ୍ୟାକୁ ନେଇ ଦୁଇ ବସ୍ତିବାସିନ୍ଦା ଅନେକବାର ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବା ବସ୍ତିବାସନ୍ଦା ଅଭିଯୋଗ କରିଛନ୍ତି। ଆଜି ରଘୁନାଥପାଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଓ ତାଙ୍କର କିଛି ସମର୍ଥକ ଦୁଇ ବସ୍ତି ବୁଲିବା ସହ ସେମାନଙ୍କ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବସ୍ତିବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button