ଅପରାଧ

ମେଳାରେ ଦୋଳି ଝୁଲୁଥିବା ବେଳେ ଖସି ପଡ଼ି ୨ଜଣ ଶିଶୁଙ୍କ ହେଲା ମୃତ୍ୟୁ – bajravana

[ad_1]

ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁର ଜିଲ୍ଲାର ଦୁଲଚିକେ ଗାଁରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇ ୨ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।
ସୂଚନାଯୋଗ୍ୟ, ଦୁଲଚିକେ ଗାଁରେ ଏକ ମେଳା ଲାଗିଥିଲା। ଏହି ମେଳାରେ ବିଭିନ୍ନ ପ୍ରକାର ଦୋଳି ପଡ଼ିଥିଲା। ଖୁସିରେ ଦୋଳିରେ ବସି ଝୁଲୁଥିବା ବେଳେ ଏକ ଦୌଡ଼ି ଛିଣ୍ଡି ତିନିଜଣ ଶିଶୁଙ୍କ ଗଳାରେ ଫସି ଯାଇଥିଲା। ଏହି ସମୟରେ ଦୋଳି ଅଟକି ନଥିବାରୁ ତିନିଜଣ ଶିଶୁ ଦୋଳିରୁ ଖସି ପଡ଼ିଥିଲେ। ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ଘଟଣାସ୍ଥଳରେ ଦୁଇଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲା।

ଏହି ଘଟଣାପରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଥିଲା। ଖୁସିରେ ମେଳା ବୁଲିବାକୁ ଆସିଥିବା ଲୋକେ ଏହି ଦୁଃଖଦ ଘଟଣା ପ‌ରେ ନିଜନିଜ ଘରକୁ ଫେରି ଯାଇଥିଲେ। ଦୁଇଶିଶୁଙ୍କ ପରିବାରଲୋକ ଛୁଆଙ୍କ ଏଭଳି ମୃତ୍ୟୁକୁ ଗ୍ରହଣ କରି ପାରୁ ନାହାନ୍ତି। ଦୁଇଶିଶୁଙ୍କ ମା’ ଛୁଆକୁ ଝୁରିଝୁରି ଅଚେତ ହୋଇପଡ଼ୁଛନ୍ତି।

ଏହି ଦୁର୍ଘଟଣା ପରେ ଦୋଳିର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏଭଳି ଘଟଣା ଘଟିବା ପରେ ଦୋଳି ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶିଶୁଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ଫେରାର ଦୋଳି ମାଲିକଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button