ଅପରାଧ

ପତ୍ନୀଙ୍କ ଆତ୍ମହତ୍ୟା ମାମଲାରେ ସ୍ବାମୀ ଗିରଫ – bajravana

[ad_1]

ଭୁବନେଶ୍ବର: ବରମୁଣ୍ଡା ଗୋଦାମସାହିରେ ପୂଜା ବେହେରାଙ୍କ (୧୯) ଆତ୍ମହତ୍ୟା ମାମଲାରେ ଭରତପୁର ଥାନା ପୁଲିସ ଆଜି ସ୍ବାମୀ ଗଣେଶ ପାତ୍ର(୨୨)କୁ କୋର୍ଟ ଚାଲାଣ କରିଛି। ପ୍ରଥମେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ପରବର୍ତ୍ତୀ ସମୟରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ଗଣେଶକୁ ଗିରଫ କରିଛି। ମାମଲା ରୁଜୁକରି ଆଜି ସ୍ବାମୀ ଗଣେଶ ପାତ୍ର(୨୨)କୁ ଗିରଫ କରିଛି। ଗଞ୍ଜାମ ପୋଲସରା ଥାନା ଅଞ୍ଚଳର ଗଣେଶ ବରମୁଣ୍ଡା ଗୋଦାମସାହିରେ ଭଡ଼ାଘରେ ରହି ଗାଡ଼ିଚାଳକ ଭାବେ କାମକରୁଥିଲା। ବର୍ଷକ ତଳେ ସେ ପୂଜାଙ୍କୁ ପ୍ରେମ ବିବାହ କରିଥିଲା। ବିବାହ ପରେ ସେମାନେ ବରମୁଣ୍ଡାରେ ରହୁଥିଲେ। କିଛିଦିନ ପରେ ଗଣେଶ ଯୌତୁକ ଆଣିବା ପାଇଁ ପୂଜାଙ୍କୁ କହିଥିଲା। ମାତ୍ର ପୂଜାଙ୍କ ବାପା ଯୌତୁକ ଦେବା ପାଇଁ ଅସମର୍ଥ ଥିବାରୁ ଗଣେଶ ନର୍ଯାତନା ଦେବା ଆରମ୍ଭ କରିଥିଲା। ଗତ ୮ତାରିଖ ରାତିରେ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା। ତେଣୁ ନିର୍ଯାତନା ସହିନପାରି ପୂଜା ପାଇଖାନା ଘରେ ବେକରେ ଗାମୁଛା ବାନ୍ଧି ଏକ ବିମ୍‌ରେ ଝୁଲିପଡ଼ିଥିଲେ। ପୂଜାଙ୍କ ପରିବାର ପକ୍ଷରୁ ବାପା ସନ୍ତୋଷ ବେହେରା ଏନେଇ ପୁଲିସରେ ଅଭିଯୋଗ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button