ଓଡିଶା

ପୁଣି ଦଶମନ୍ତପୁରରେ ବ୍ୟାପିଲା ଝାଡ଼ାବାନ୍ତି: ଜଣଙ୍କର ମୃତ୍ୟୁ ଓ ୪ ଆକ୍ରାନ୍ତ – bajravana

[ad_1]

କୋରାପୁଟ: କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧୀନସ୍ଥ ଦେଓ ଖଡକ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଓ ୪ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗାଁକୁ ଆମ୍ବୁଲାନ୍ସ ଗାଡ଼ି ପହଞ୍ଚି ପାରି ନ ଥିବାରୁ ପଅରଦିନ ବିଳମ୍ବିତ ରାତିରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିଲା। ତାଙ୍କର ନାଁ ହେଲା ବାସନ୍ତୀ ମୁଦୁଲି। ଗତକାଲି ଅପରାହ୍ଣରେ ପୁଣି ମୃତ ବାଳିକାର ବଡ଼ ଭଉଣୀ, ସୁରଭି ମୁଦୁଲି (୧୧)କୁ ଷ୍ଟ୍ରେଚରରେ ଭାର ବୋହି, ଅନ୍ଧାରୀ ନଦୀ ପାରି କରି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଭର୍ତ୍ତି କରାଯାଇଥିଲା। କେବଳ ସେତିକି ନୁହେଁ, ସେହି ଗ୍ରାମର, ପଦ୍ମନି ମୁଦୁଲି ( ୪୫ ) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବା ବେଳେ, ସେହି ପଞ୍ଚାୟତର ଶିଶି କୁଡି ଗାଁର, ଭଗବତୀ ପାଇକ(୩୫) ଏବଂ ଶୁକ୍ରି ମୁଦୁଲି(୨୩)ଙ୍କୁ ବାନ୍ତି ହୋଇଥିବା ଜଣାପଡ଼ିଛି।


ସୂଚନା ମୁତାବକ ଗତ କିଛି ଦିନ ତଳେ ସେହି ଗାଁର କେତେକ ଲୋକ ଦୂଷିତ ପାଣି ବ୍ୟବହାର କରି ଝାଡ଼ାବାନ୍ତିର ଶିକାର ହୋଇ ଥିଲେ। ପୁଣି ଆଜି, ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେତେ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡ଼ିଛି। ଗତ ଥର ମଧ୍ୟ ଡାକ୍ତରଖାନା ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ଗାଁରେ ଯାଇ, ଲୋକମାନଙ୍କୁ ସଚେତନତା କରିବା ସହ, ପ୍ରତିଷେଧକ ଔଷଧ ଦେଇ ଫେରିଥିଲେ। ତଥାପି ଦୂଷିତ ପାଣି ଯୋଗୁଁ, ଗାଁରେ ଝାଡ଼ାବାନ୍ତି କମିବାରେ ନାଁ ଧରୁନି ବୋଲି ଗ୍ରାମବାସୀ କହିଛନ୍ତି। ଏସମ୍ପର୍କରେ ଭ୍ରାମ୍ୟମାଣ ଡାକ୍ତର ବ୍ରଜ ବିହାରୀ ନାଥଶର୍ମାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ଗାଁ ମାନଙ୍କରେ, ସ୍ଥାୟୀ ବିଶୁଦ୍ଧ ପାନୀୟ ଜଳର ସୁବିଧା କରା ଯାଇ ନାହିଁ। ସେହି ଦୂଷିତ ପାଣି ପିଇ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହେଉଛନ୍ତି। ଯେତେ ଔଷଧ ଦେଲେ ମଧ୍ୟ, ପିଇବା ପାଣି ଯୋଗୁଁ, ଝାଡ଼ାବାନ୍ତି କମୁ ନାହିଁ ବୋଲି ପ୍ରକାଶ କରିଛନ୍ତି। ତଥାପି, ସ୍ବାସ୍ଥ୍ୟ ଟିମ୍ ଗାଁରେ ପହଞ୍ଚିବ ବୋଲି କହିଛନ୍ତି। ବିଶେଷ କରି, ଦଶମନ୍ତପୁର ବ୍ଲକରେ ହିଁ, ପାନୀୟ ଜଳର ସମସ୍ୟା ରହିଛି। କିନ୍ତୁ ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଆଜି ବି ଦୂଷିତ ପାଣି ବ୍ୟବହାର କରୁଥିବା ଦୁର୍ଭାଗ୍ୟଜନକ ବେଲି କୁହାଯାଇଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି, ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ଲାଗି ଦାବି ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button