ଦେଶ ବିଦେଶ

ଏସିଆନ ଗେମ୍ସର ପ୍ରତିଯୋଗୀଙ୍କୁ ଭେଟିଲେ ମୋଦୀ – bajravana

[ad_1]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସିଆନ ଗେମ୍ସରେ ସାମିଲ ହୋଇଥିବା ଭାରତୀୟ ଖେଳାଳିଙ୍କୁ ଭେଟିଛନ୍ତି । ଏହି ସମୟରେ ମୋଦୀ ଏସିଆନ ଗେମ୍ସରେ ଭାଗ ନେଇଥିବା ପ୍ରତ୍ୟେକ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସବୁ ଖେଳାଳି ଯେଉଁ ପରାକ୍ରମ ଦେଖାଇଛନ୍ତି, ଯେଉଁ ପୁରୁଷାର୍ଥ କରିଛନ୍ତି ଓ ଯେଉଁ ପରିଣାମ ଦେଇଛନ୍ତି ସେଥିପାଇଁ ଦେଶର ପ୍ରତ୍ୟେକ କୋଣରେ ଏକ ଉତ୍ସବପୂର୍ଣ୍ଣ ପରିବେଶ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଖେଳାଳିଙ୍କ ସହ କଥା ହେବାକୁ ଯାଇ କହିଛନ୍ତି ଯେ, ୧୪୦ କୋଟି ଭାରତୀୟଙ୍କ ତରଫରୁ ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆପଣଙ୍କ ପରିଶ୍ରମ ଓ ସଫଳତା ଯୋଗୁଁ ଦେଶବାସୀ ଖୁବ୍ ଖୁସି ଅଛନ୍ତି । ଆପଣ ସମସ୍ତେ ଆଗାମୀ ପୀଢ଼ୀକୁ ପ୍ରେରଣା ଯୋଗଇଛନ୍ତି । ଏସିଆ ଗେମ୍ସରେ ମେଡାଲ ଟାଲି ଦେଶର ସଫଳତାକୁ ଦର୍ଶାଉଛି । ଏହି ଏସିଆନ ଗେମ୍ସ ଭାରତର ଆଜି ପର୍ଯ୍ୟନ୍ତର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ମୁଁ ଏହାକୁ ନେଇ ସମ୍ପୂର୍ଣ୍ଣ ରୂପେ ସନ୍ତୁଷ୍ଟ ଅଛି । ଆମେ ଏକଦମ ଠିକ୍ ଟ୍ରାକରେ ଅଛୁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button