ଖେଳ ଖବର

ଆଇପିଏଲ୍‌ ଆଧାରରେ ଟି-୨୦ ବିଶ୍ବକପ୍‌ ଟିମ୍‌ ଚୟନ ନହେଉ, ଏଭଳି କାହିଁକି କହିଲେ ଗାଙ୍ଗୁଲି

ସାରା ଦେଶରେ ଏବେ କ୍ରିକେଟ୍‌ କ୍ରେଜ। ଇଣ୍ଡିଆନ ପ୍ରିମିୟର ଲିଗ୍‌ ଲବେ ରୋମାଞ୍ଚକ ମୋଡରେ ଥିବା ବେଳେ ଏବେ ଅଗାମାୀ ଟି-୨୦ ବିଶ୍ବକପ୍‌ ପାଇଁ ଆରମ୍ଭ ହୋଇ ସାରିଲାଣି କାଉଣ୍ଟଡାଉନ୍‌। ଏଥିପାଇଁ ଭାରତୀୟ କ୍ରିକେଟ ଦଳ ମଧ୍ୟ ଆରମ୍ଭ କରିଛି ପ୍ରସ୍ତୁତି। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ପୂର୍ବତନ ସଭାପତି, ଅଧିନାୟକ ସୌରଭ ଗାଙ୍ଗୁଲି ଦେଇଛନ୍ତି ବଡ଼ ମନ୍ତବ୍ୟ।

ବର୍ତ୍ତମାନ ଆଇପିଏଲ ମଧ୍ୟଭାଗରେ ପହଁଞ୍ଚିଛି। ଟୁର୍ଣ୍ଣାମେଣ୍ଟ ରୋଚକ ମୋଡରେ ଥିବା ବେଳେ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଆଗାମୀ ବିଶ୍ବକପ୍‌ ପାଇଁ ଆରମ୍ଭ ହୋଇ ଯାଇଛି। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ପୂର୍ବତନ ବିସିସିଆଇ ସଭାପତି କହିଛନ୍ତି ଯେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ବିଶ୍ବକପ୍‌ରେ ଇନିଂସ ଓପନ କରିବା ଉଚିତ୍। କାରଣ କୋହଲି ଚଳିତ ଆଇପିଏଲ୍‌ରେ ଦମଦାର ପ୍ରଦର୍ଶନ କରୁଛନ୍ତି। ସେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ୬୭ଟି ବଲ୍‌ରୁ ଶତକ ହାସଲ କରିଥିଲେ। ଯେଉଁଥିପାଇଁ ସମାଲୋଚନାର ଶିକାର ହୋଇଥିଲେ। ହେଲେ କୋହଲି ୪୦ଟି ବଲରୁ ଶତକ ହାସଲ କରିବାର ସାମର୍ଥ୍ୟ ରଖିଛନ୍ତି। ମୋ ବ୍ୟକ୍ତିଗତ ମତ ବିରାଟ ଓ ରୋହିତ ଟି-୨୦ ବିଶ୍ବକପ୍‌ରେ ଓପନିଂ କରିବା ଉଚିତ।

ଗାଙ୍ଗୁଲି ଆହୁରି କହିଛନ୍ତି, ଟି-୨୦ ବିଶ୍ବକପ୍‌ ଚୟନ କେବଳ ଆଇପିଏଲ୍‌ ୨୦୨୪ ପ୍ରଦର୍ଶନ ଉପରେ ଆଧାରିତ ହେବା ଉଚିତ ନୁହେଁ। ଚୟନକର୍ତ୍ତାଙ୍କୁ ଖେଳାଳିଙ୍କ ପ୍ରତିଟି ପ୍ରଦର୍ଶନ ଉପରେ ନଜର ରଖିବାକୁ ପଡ଼ିବ। ବିଶ୍ବକପ୍‌ ଦଳରେ ଯୁବ ଓ ଅନୁଭବ ଖେଳାଳିଙ୍କ ମିଶ୍ରଣ ରହିବା ଉଚିତ୍‌ ବୋଲି ଗାଙ୍ଗୁଲି କହିଛନ୍ତି।

ସୂଚନାଥାଉକି, ଆଗାମୀ ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଖୁବଶୀଘ୍ର ଘୋଷଣା ହେବ। ୧୫ ଜଣିଆ ଦଳରେ ସ୍ଥାନ ପାଇବା ପାଇଁ ଅନେକ ଦାବିଦାର ଅଛନ୍ତି। ଏଥିପାଇଁ ଭାରତୀୟ କ୍ରିକେଟ ଟିମ୍‌ର ଚୟନ କମିଟିର ଅଜିତ ଅଗରକର, ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଆରମ୍ଭ କରି ସାରିଛନ୍ତି ପ୍ରସ୍ତୁତି।

Related Articles

Leave a Reply

Your email address will not be published. Required fields are marked *

Back to top button