ଖେଳ ଖବର

ପେସା ଅଟୋ ଚାଳନା, ନିଶା କ୍ରିକେଟ୍: ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍‌ରେ ବଳରାମ ଚମକ – bajravana

[ad_1]

ଅର୍ଥାଭାବ ପାଇଁ କିଣି ପାରୁନାହାନ୍ତି କ୍ରିକେଟ୍ ଉପକରଣ

ପୁରୀ: ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍‌ ଟିମ୍‌ରେ ଚମକ ଦେଖାଉଛନ୍ତି ପୁରୀର ବଳରାମ ପଣ୍ଡା। ପେସାରେ ଜଣେ ଅଟୋ ଚାଳକ, କିନ୍ତୁ ନିଶା ତାଙ୍କର କ୍ରିକେଟ୍‌। ସଂପ୍ରତି ସେ ରାଜସ୍ଥାନ ଉଦୟପୁରରେ ଚାଲିଥିବା ତୃତୀୟ ଦିବ୍ୟାଙ୍ଗ ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ୯ ୱିକେଟ୍‌ ନେବାର ନିଆରା ସଫଳତା ହାସଲ କରିଛନ୍ତି। ପିଲାବେଳୁ ଗୋଡ଼ ହରାଇଥିଲେ ବି କ୍ରିକେଟର୍‌ ମୋହ ତାଙ୍କୁ ବାନ୍ଧି ଦେଇଥିଲା। କୃତ୍ରିମ ଗୋଡ଼ ଲଗାଇ ସେ କ୍ରିକେଟ୍‌ ଖେଳୁଛନ୍ତି। ସୋବର୍ସ କ୍ରିକେଟ୍‌ କ୍ଲବ୍‌ର ଜଣେ ସକ୍ରିୟ ସଦସ୍ୟ ହୋଇଥିଲେ ହେଁ ତାଙ୍କ କ୍ରୀଡ଼ା ପ୍ରତିଭା ଆଗରେ ପ୍ରତିବନ୍ଧକ ସାଜିଛି ଦାରିଦ୍ରୢ।
ପଡ଼ିଆରେ ଦକ୍ଷ ଅଲରାଉଣ୍ଡର ଭାବେ ସୁନ୍ଦର ପ୍ରଦର୍ଶନ ଦେଇ ଆସୁଥିବା ବଳରାମ ୨୦୧୦ ମସିହାରୁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ ଫର ଫିଜିକାଲ ଚ୍ୟାଲେଞ୍ଜରେ ସାମିଲ ଅଛନ୍ତି। କିନ୍ତୁ ତାଙ୍କ କ୍ରିକେଟ୍‌ ଅଭ୍ୟାସରେ ବାଧକ ସାଜିଛି କ୍ରିକେଟ୍‌ ଉପକରଣ। ଅର୍ଥାଭାବରୁ ସେ ନିଜ ପାଇଁ ବ୍ୟାଟ୍‌ କି ପ୍ୟାଡ୍‌ଟିଏ ବି କିଣିପାରୁ ନାହାନ୍ତି। ବରଂ ଅନ୍ୟ ସଦସ୍ୟମାନେ ସହଯୋଗ କଲେ ସେଇଥିରେ ସେ ଅଭ୍ୟାସ କରନ୍ତି। ବାହାରକୁ ଖେଳିବା ପାଇଁ ଯିବାକୁ ଚାହିଁଲେ ସେ ପ୍ରୟୋଜକ ପାଇଁ ହାତ ପତାନ୍ତି। କେହି ଯଦି ଅର୍ଥ ସାହାଯ୍ୟ କରେ ସେ ଖେଳିବାକୁ ଯାଆନ୍ତି ନଚେତ ପ୍ରତିଭା ଥାଇ ମଧ୍ୟ ଖେଳରୁ ବଞ୍ଚିତ ହୁଅନ୍ତି।

ବଳରାମଙ୍କ କହିବା ଅନୁଯାୟୀ, ୧୯୯୩ ମସିହାରେ ଲୋକନାଥ ରୋଡ୍‌ ବଡ଼ଆଖଡ଼ା ଯାଗା ନିକଟସ୍ଥ ଘର ବାରଣ୍ଡାରେ ବସିଥିବା ବେଳେ ଏକ ଟ୍ରକ୍‌ ତାଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲା। ବଳରାମଙ୍କୁ ସେତେବେଳେ ମାତ୍ର ୭-୮ ବର୍ଷ। ଦୁର୍ଘଟଣାରେ ଆଣ୍ଠୁ ତଳକୁ ଗୋଡ଼ କାଟିବାକୁ ପଡ଼ିଲା। ଗୋଡ଼ ସିନା ହରାଇଲେ, ଯେତେ ବଡ଼ ହେଉଥିଲେ କ୍ରିକେଟ୍‌ ଖେଳ ପ୍ରତି ରୁଚି ବଢ଼ିଚାଲିଲା। ଧୀରେଧୀରେ ସେ ପୁରୀ ସହରର ନାମକରା କ୍ରିକେଟ୍‌ କ୍ଲବ୍‌ ସୋବର୍ସ କ୍ଲବର ସଦସ୍ୟ ହୋଇ କ୍ରିକେଟ୍‌ ଖେଳ ଜାରି ରଖିଲେ। ଦିନେ ବ୍ରହ୍ମଗିରିରେ ଏକ ମ୍ୟାଚ୍‌ ଖେଳିବା ବେଳେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ଫର ଫିଜିକାଲ ଚ୍ୟାଲେଞ୍ଜ୍‌ର ଜଣେ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ତାଙ୍କୁ ଭୁବନେଶ୍ବର ଡକାଇ ଖେଳ ଦେଖିଥିଲେ। ୨୦୧୦ ମସିହାରେ ବଳରାମ ଏହି ସଂଘର ଜଣେ ସଦସ୍ୟ ପାଲଟିଗଲେ। ସେବେଠାରୁ ସେ ଓଡ଼ିଶା ଦଳରର ନିୟମିତ ସଦସ୍ୟ ରହି ଆସିଛନ୍ତି। କିନ୍ତୁ ଏବେ ବି କ୍ରିକେଟ୍‌ ଅଭ୍ୟାସ ପାଇଁ ସାଥୀ ଖେଳାଳିମାନଙ୍କର କ୍ରିକେଟ୍‌ ଉପକରଣ ବ୍ୟବହାର କରିବାକୁ ପଡ଼େ ବୋଲି କୁହନ୍ତି। ନିକଟରେ ଛତିଶଗଡ଼ରେ ଜୋନ୍‌ ମ୍ୟାଚ୍‌ ଖେଳିବା ପରେ ଓଡ଼ିଶା ଦଳ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛି। ଆନ୍ଧ୍ର, ପଶ୍ଚିମବଙ୍ଗ, ଜମ୍ମୁ କାଶ୍ମୀର, ଦିଲ୍ଲୀ ଓ ପଞ୍ଜାବ ସହ ମ୍ୟାଚ୍‌ ଖେଳି ବଳରାମ ୯ ୱିକେଟ୍‌ ନେବା ସହ ୨୨ ରନ୍‌ କରିଛନ୍ତି। ବଳରାମ ସଫଳତାର ସିଡ଼ି ଚଢ଼ି ପୁରୀ ମାଟି ପାଇଁ ସୁନାମ ଆଣିଛନ୍ତି, କିନ୍ତୁ ତଫାତ ଏତିକି ଯେ ସେ ଭିନ୍ନକ୍ଷମ ବୋଲି ଆଜି ପର୍ଯ୍ୟନ୍ତ ତାଙ୍କୁ ନା ପ୍ରଶାସନ ଗୁରୁତ୍ବ ଦେଇଛି ନା ସେ ଜଣେ ପରିଚିତି ଚେହେରା ହୋଇପାରିଛନ୍ତି। ବରଂ ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍‌ ଦଳର ଖେଳାଳି ହୋଇ ମଧ୍ୟ ନିଜର ପେଟ ପାଟଣା ପାଇଁ ସେ ଗୋଟିଏ ଗୋଡ଼ରେ ବ୍ୟାଟେରି ଅଟୋ ଚଳାଇ ନିଜର ଓ ପରିବାରର ଭରଣ ପୋଷଣ କରନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button