ଖେଳ ଖବର

ହସ୍ପିଟାଲ ବିଛଣାରେ ପଡ଼ି କାନ୍ଦୁଛନ୍ତି ପାକିସ୍ତାନୀ କ୍ରିକେଟର – bajravana

[ad_1]

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଦଳର ପ୍ରମୁଖ  ବୋଲର ନସିମ ଶାହ ଅକ୍ଟୋବର ୫ ତାରିଖରୁ ଅନୁଷ୍ଠିତ ହେବା ପାଇଁ ଯାଉଥିବା ଆଗାମୀ ଦିନିକିଆ କ୍ରିକେଟ ବିଶ୍ୱକପ ଖେଳି ପାରିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ ହୋଇଯାଇଛି। କାରଣ ସେ ଚଳିତ ଏସିଆ କପ ଖେଳିବା ଅବସରରେ ଆହତ ହୋଇଥିଲେ । ତାଙ୍କ କାନ୍ଧରେ ଗଭୀର ଆଘାତ ଲାଗିଥିଲା। ଏଥିପାଇଁ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଏବେ ୬ମାସର ବିଶ୍ରାମ ଆବଶ୍ୟକ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ୬ମାସ ପରେ ସେ ପୁଣି ପଡ଼ିଆକୁ ଫେରିବେ କି ନାହିଁ ତାହା ସ୍ବାସ୍ଥ୍ୟ ଯାଞ୍ଚ ପରେ ଜଣାପଡ଼ିଛି।

ହସ୍ପିଟାଲ ବିଛଣାରେ ପଡ଼ି ନସିମ ଶାହ ଆଖିରୁ ଲୁହ ଗଡ଼ାଇ ମା’କୁ ମନେ ପକାଇ କାନ୍ଦୁଛନ୍ତି। ଏହାର ଏକ ଭିଡିଓ ବି ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସିଛି। ମା’କୁ ମନେ ପକାଇ ନସିମ କହୁଛନ୍ତି, ‘ମା’ କଥା ବହୁତ ମନେ ପଡ଼ୁଛି। ମୋ ମା’ ଦୁନିଆର ସର୍ବଶ୍ରେଷ୍ଠ ମା’।’

ଜାନୁୟାରି ୧୭ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ ପ୍ରତିଯୋଗିତା ଲାଗି ପାକିସ୍ତାନ ଦଳ ଘୋଷଣା କରାଯାଇଥିଲା। ଏହି ଦଳରେ ବାମହାତୀ ଷ୍ଟାର୍‌ ବୋଲର ନସିମ ଶାହଙ୍କୁ ସ୍ଥାନ ମିଳିଥିଲା। ଶାହ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବା ସହ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ନିକଟରେ ପାକିସ୍ତାନ ଜୁନିୟର କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଇଜାଜ ଅହମ୍ମଦ ଯୁବ ବିଶ୍ୱକପ୍‌ ପ୍ରତିଯୋଗିତାରେ ଖେଳିବା ଲାଗି ନସିମଙ୍କୁ ସିନିୟର ଦଳରୁ ରିଲିଜ ପାଇଁ ଓ୍ବାକର ୟୁନିସଙ୍କୁ ଅନୁରୋଧ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button