ସିଲି ପଏଣ୍ଟ୍: ଲଣ୍ଡନ୍ରେ ଛୁଟି କାଟୁଛନ୍ତି ବୀରୁଷ୍କା – bajravana
[ad_1]
ଶୀତଲଙ୍କୁ ଉତ୍ସାହିତ କଲେ ଗିଲ୍, ଷ୍ଟାଇଲିସ୍ ପାଣ୍ଡ୍ୟା ଭାଇ
ବିଶ୍ବକପ୍ ପରେ ତୁରନ୍ତ ଲଣ୍ଡନ୍ ପଳାଇଛନ୍ତି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିରାଟ କୋହଲି। ପତ୍ନୀ ଅନୁଷ୍କା ଶର୍ମା ଓ କନ୍ୟା ବାମିକାଙ୍କ ସହ ଏବେ ଲଣ୍ଡନ୍ରେ ଛୁଟି କାଟୁଛନ୍ତି ସେ। ବମ୍ବେ ବଷ୍ଟଲ୍ ରେସ୍ତୋରାଁର ମୁଖ୍ୟ ସେଫ୍ ସୁରେନ୍ଦର ମୋହନଙ୍କ ସହ ଏକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଘୁରୁ ବୁଲୁଛି। ଇନଷ୍ଟାଗ୍ରାମରେ ବୀରୁଷ୍କାଙ୍କ ସହ ମିଳିତ ଫଟୋ ଛାଡ଼ି ମୋହନ ଲେଖିଛନ୍ତି ‘ମୋର ଦୁଇ ପ୍ରିୟଙ୍କୁ ସ୍ବାଗତ କରିବା ଆନନ୍ଦିତ କରିଛି, ରାତ୍ରିଭୋଜନ ପାଇଁ ଆସିଥିବାରୁ କୃ୍ତଜ୍ଞତା ଜଣାଉଛି’’। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଧଳାବଲ୍ କ୍ରିକେଟ୍ ଶୃଙ୍ଖଳା ଲାଗି ବିରାଟ କୋହଲି ଓ ରୋହିତ ଶର୍ମା ବିଶ୍ରାମ ନେଇଥିବା ବେଳେ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ଶୃଙ୍ଖଳା ବେଳକୁ ଦଳରେ ଫେରିବେ।
ଶୀତଲଙ୍କୁ ଉତ୍ସାହିତ କଲେ ଗିଲ୍
ଏସୀୟ ପାରା କ୍ରୀଡ଼ାରେ ୩ ପଦକ ଜିତି ଚର୍ଚ୍ଚାକୁ ଆସିଥିବା ଜମ୍ମୁ କାଶ୍ମୀରର ୧୬ ବର୍ଷୀୟା ନିଆରା ଦିବ୍ୟାଙ୍ଗ ଝିଅ ଶୀତଲ ଦେବୀଙ୍କୁ ଉତ୍ସାହିତ କରିଛନ୍ତି ଯୁବ କ୍ରିକେଟର୍ ଶୁବମନ ଗିଲ୍। ଏସୀୟ କ୍ରୀଡ଼ା ହିରୋଙ୍କୁ ଦିଆଯାଇଥିବା ସମ୍ବର୍ଧନା ଉତ୍ସବ ବେଳେ ଶୀତଲଙ୍କ ସହ ଏକ ଫଟୋ ଛାଡ଼ି ଗିଲ୍ ଲେଖିଛନ୍ତି ‘ଏସୀୟ କ୍ରୀଡ଼ାରେ ଭାରତ ପତାକାକୁ ଉଚ୍ଚା କରିଥିବା ନାୟକମାନଙ୍କୁ ଭେଟି ନିଜକୁ ଗୌରବାନ୍ବିତ ମନେକଲି। ସେମାନଙ୍କ ତ୍ୟାଗ, ସଙ୍କଳ୍ପ ଓ ଉତ୍ସାହ ଅସଲ ଉତ୍କର୍ଷର ପ୍ରତିନିଧିତ୍ବ କରୁଛି। ବିଜୟ ଉତ୍ସବ ନିଶ୍ଚିତ ମହାନ ଗଢ଼ିବା ଦିଗରେ ଅଗ୍ରସର ହେବ’। ଇତିମଧ୍ୟରେ ବିଶ୍ବର ପ୍ରଥମ ହାତନଥିବା ତୀରନ୍ଦାଜ ଶୀତଲଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ‘ବିଙ୍ଗ୍ ୟୁ: ଏଗେନଷ୍ଟ ଅଲ୍ ଅଡ୍ସ’ ମଧ୍ୟ ନୂଆଦିଲ୍ଲୀରେ ଉନ୍ମୋଚିତ ହୋଇ ଖୁବ୍ ଚର୍ଚ୍ଚାକୁ ଆସିଛି।
ଷ୍ଟାଇଲିସ୍ ପାଣ୍ଡ୍ୟା ଭାଇ
ଭାରତୀୟ କ୍ରିକେଟ୍ରେ ପାଣ୍ଡ୍ୟା ଭାଇଙ୍କ ଚର୍ଚ୍ଚା ଅନେକ ସମୟରେ ହୋଇଛି। କ୍ରିକେ୍ଟ ଜୀବନର ସଫଳତା ଦୃଷ୍ଟିରୁ ବଡ଼ ଭାଇ କ୍ରୁନାଲଙ୍କୁ ହାର୍ଦିକ ବହୁ ପଛରେ ପକାଇ ଦେଇଛନ୍ତି। ଆହତ କାରଣରୁ ହାର୍ଦିକ ପାଣ୍ଡ୍ୟା ବିଶ୍ବକପ୍ ଅଧାରୁ ବାଦ୍ ପଡ଼ିବା ପରେ ଭାରତର ବିଜୟ ଯାତ୍ରା ଅଟକି ନଥିଲା। କିନ୍ତୁ ଫାଇନାଲ୍ ବେଳକୁ ତାଙ୍କ ଅଭାବ ପଡ଼ିଥିଲା। ହାର୍ଦିକ ମଧ୍ୟ ଏବେ ଦକ୍ଷିଣ ଆଫ୍ରିକା ଗସ୍ତ ଦଳରୁ ବାଦ୍ ପଡ଼ିଛନ୍ତି। କିନ୍ତୁ ଗୁଜରାଟ ଟାଇଟନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଟ୍ରେଡିଂରେ ଯାଇ ହାର୍ଦିକ ପୁଣି ଚର୍ଚ୍ଚାରେ ରହିଛନ୍ତି। ଅନ୍ୟପକ୍ଷରେ ସୋମବାର ଦୁଇ ଭାଇଙ୍କ ଏକ ଷ୍ଟାଇଲିସ୍ ଫଟୋ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ହାର୍ଦିକ ଛାଡ଼ିଥିବା ଏହି ଫଟୋରେ ଲେଖିଛନ୍ତି ‘ମାଇଁ ପିଲାର୍’। ଆଇପିଏଲ୍ ସମୟରେ ଏହି ଭାଇଯୋଡ଼ି ଭିନ୍ନ ଦଳରୁ ଖେଳୁଥିବାରୁ ମୁହାଁମୁହିଁ ହୋଇଥାନ୍ତି। କିନ୍ତୁ, ପଡ଼ିଆ ବାହାରେ ଏମାନେ ରଙ୍ଗୀନ ଜୀବନ ବିତାଇଥାନ୍ତି।
[ad_2]