ଓଡିଶା

ଶିଶୁ ଅଦଳବଦଳ ଅଭିଯୋଗ ଘଟଣା : ଡିଏନ୍‌ଏ ରିପୋର୍ଟରୁ ସ୍ପଷ୍ଟ; ପୁଅ ନୁହେଁ, ହୋଇଥିଲା ଝିଅ – bajravana

[ad_1]

ଭୁବନେଶ୍ବର: ରାଜଧାନୀ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା ନେଇ ଡିଏନ୍‌ଏ ରିପୋର୍ଟ ଆସିଛି। ଡିଏନ୍‌ଏ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପୁଅ ହୋଇ ନଥିଲା। ବରଂ ତାଙ୍କର ଝିଅ ହୋଇଥିଲା।

ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୨୬ ତାରିଖ ଦିନ ରାଜଧାନୀ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ। ହେଲେ ଏନେଇ ପରେ ତାଙ୍କୁ ଯେତେବେଳେ ହସ୍ତାନ୍ତର କରାଗଲା ସେ ଜାଣିବାକୁ ପାଇଲେ ଯେ ତାଙ୍କୁ ଏକ କନ୍ୟା ସନ୍ତାନ ଦିଆଯାଇଛି। ଏନେଇ ସେ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ନିର୍ଦ୍ଦେଶକ କହିଥିଲେ ଯେ, ଏହି ଘଟଣାର ତଦନ୍ତ ହେବ। ଡିଏନଏ ଟେଷ୍ଟ କରାଯିବ ବୋଲି ମଧ୍ୟ ହସ୍ପିଟାଲ୍ ନିର୍ଦ୍ଦେଶକ ସୂଚନା ଦେଇଥିଲେ।

କୋର୍ଟ ଅନୁମତି ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଗତ ସୋମବାର ଦିନ ମା ଓ ଝିଅର ଡିଏନ୍‌ଏ ନମୁନା ନେଇଥିଲେ। ଏହାର ରିପୋର୍ଟ ଆସିଲା ପରେ ମେଡିକାଲ ପକ୍ଷରୁ କୁହାଯାଇଛି ଯେ, ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପୁଅ ହୋଇ ନଥିଲା। ବରଂ ତାଙ୍କର ଝିଅ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button