ଓଡିଶା

ଆତ୍ମଘାତି ପାଣ୍ଡିଆନ – ଅକାଳରେ ଧ୍ୱଂସ ହୋଇଯିବ ନିଜ ଆତ୍ମଘାତି ବାଣରେ

            ଆତ୍ମଘାତି ପାଣ୍ଡିଆନ – ଅକାଳରେ ଧ୍ୱଂସ ହୋଇଯିବ ନିଜ ଆତ୍ମଘାତି ବାଣରେ    

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତୀକେୟନ ପାଣ୍ଡିଆନ ଅତ୍ୟନ୍ତ ଆତ୍ମଘାତି କେବଳ ସେ ଅନ୍ୟର ଆତ୍ମାକୁ ଘାତ କରି ନିଜର ବଢିମାକୁ ଆଗକୁ ନେବାର ମାହୀର । ଜଣେ ଲାଞ୍ଚଖୋର ବ୍ୟକ୍ତଭାବେ , ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଥିବା ବେଳେ ତାଙ୍କର ବହୁତ ନାମ ଥିଲା । ଜଣେ ଅଣ ଓଡିଆ ଅଫିସରଭାବେ ଓଡିଆ ସଂସ୍କୃତି ସଭ୍ୟତାକୁ ନଷ୍ଟ ବିନଷ୍ଟ କରିବାକୁ ତାଙ୍କର ପରିକଳ୍ପିତ ଯୋଜନା ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି । ପୂର୍ବ ଦ୍ୱତୀୟ କ୍ଷମତା କେନ୍ଦ୍ର ପ୍ୟାରୀ ମୋହନଙ୍କ ପରେ ପାଣ୍ଡିଆନ ପ୍ରଥମ କ୍ଷମତାକେନ୍ଦ୍ର ଓ ଦ୍ୱତୀୟ କ୍ଷମତା କେନ୍ଦ୍ର ଏହି ଦୁଇ କେନ୍ଦ୍ରର କ୍ଷମତା କୁ ପରୋକ୍ଷ ଓ ପ୍ରତ୍ୟେକ୍ଷଭାବେ ଲିଭାଉଛନ୍ତି । ଗଞ୍ଜାମ ଜିଲାର ଆସ୍କା ର ଲକ୍ଷ୍ମୀ ନାରାୟଣ ଦାସ , ଙ୍କୁ ଜଣେ ଆଦିବାସୀ ଯୁବକକୁ ଚାକୀରୀ ପାଇଁ ୨ ଲକ୍ଷ ଟଙ୍କା ମାଗିଥିଲେ , ତାହା ସମ୍ଭବ କରିନପାରିବାରୁ ଡି ଆ ଇ ଲକ୍ଷ୍ମୀଧର ଦାସଙ୍କୁ ବିଭିନ୍ନ ଆଳଦେଖାଇ ନିଲମ୍ବନ କରିବା ପରି ଘଟଣାରୁ ମଧ୍ୟ ପଛାଇ ନାହାଁନ୍ତି , ଏହିକଥା ଆମେଭ କହୁନାହୁଁ ସ୍ୱୟଂ ଦାସ ଓଟିଭିକୁ ସାକ୍ଷାତକାର ଦେଇ ଅତ୍ୟନ୍ତ ମର୍ମାହତ ଢଙ୍ଗରେ କହିଛନ୍ତି । ତାହା ବାସ୍ତବରେ ପାଣ୍ଡିଆନଙ୍କୁ ହିଁ ଫଳିବ , ଦାରିଦ୍ର‌୍ୟ ଓ ଅଭାବର ଚରମ ସୀମାରେ ଥିବା ଶ୍ରୀ ଦାସଙ୍କ ପ୍ରତି ପାଣ୍ଡିଆନଙ୍କର ଏପରି ବର୍ବୋରଚିତ ଆକ୍ରମଣକୁ କେହିବି କ୍ଷମା କରିପାରିବ ନାହିଁ । ଓଡିଆ ଭାଷା ସାହିତ୍ୟ ଓ ଜାତିକୁ ବିଲୟ କରିବାର ଶପଥ ନେଇ ସେ ଓଡିଶାର ମୁଖିଆହୋଇଛନ୍ତି ।ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ପଙ୍ଗୁକରି ଓଡିଶାକୁ କେତେ ଦୂର ତଲକୁ ତଳକୁ ନେଇ ହେବ ତାଙ୍କର ମନକି ବାତ । ଯିଏ ଅନ୍ୟ ଲାଗି ଆତ୍ମଘାତି ସାଜେ ସେ ବୁଝିବା ଦରକାର ସେହି ବାଣରେ ପ୍ରଥମେ ନିଜେ ଧ୍ୱଂସ ହେବ । ଅନ୍ୟକୁ କାଦୁଅ ଫିଙ୍ଗି ନିଜେ ସଫାରହିବାର ପ୍ରୟାସରେ କେହି କେବେ ସଫଳ ହୋଇ ନାହିଁ କି ହେବ ନାହିଁ । ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ପଦାଘାତ କରିବାକୁ ପଛାଇ ନାହାଁନ୍ତି ସେହି ଅହଂକାରୀ ଆତ୍ମଘାତି ପାଣ୍ଡିଆନ । ଗଞ୍ଜାମର ଲକ୍ଷ୍ମୀଧର ଦାସଙ୍କ କହିବା ଅନୁସାରେ ଅକାଳରେ ଧ୍ୱଂସ ହୋଇଯିବ ପାଣ୍ଡିଆନ ଓ ସମୟ ଆସୁଛି ପ୍ୟାରୀଙ୍କ ପରି ତାଙ୍କର କ୍ଷମତାଚ୍ୟୁତ ହେବ ଓ କିଛି ଦିନ ମଧ୍ୟଦରେ ତାଙ୍କର କଳାକାରନାମାର ଫର୍ଦ୍ଦା ଫ୍ଲାସହେବ । ସେତେ ବେଳେ ସେ ତୃତୀୟ ମହଲାରେ ନଥିବେ କିମ୍ବା ଅସହାୟ ନବୀନ ତାଙ୍କୁ ବି ସାହା ଦେବାକୁ ଅସମର୍ଥଥିବେ । ସେଦିନ ଖୁବ କମ୍ ସମୟ ମଧ୍ୟରେ ଆସିବାକୁ ଯାଉଛି । ସାଧାରଣ ଜନନତାର ଜୀବନର ସୂର୍ଯ୍ୟ କମଦିନ ମଧ୍ୟରେ ଉଦୟ ହେବ , ତୁମେ କିନ୍ତୁ ସେତେବେଳେ ଅସ୍ଥାଞ୍ଚଳରେ ଥିବ ପାଣ୍ଡିଆନ ।

 

Related Articles

Leave a Reply

Your email address will not be published. Required fields are marked *

Back to top button