ଓଡିଶା

ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟ ଅଭିଯୋଗ, ମୃତଦେହ ରଖି କ୍ଷତିପୂରଣ ଦାବି – bajravana

[ad_1]

ଔପଦା: ବାଲେଶ୍ବର ଜିଲ୍ଲା ଔପଦା ବନ ବିଭାଗ ଅଧିନ ଗଡ଼ସାହି ପଂଚାୟତ ଭରଡ଼ା ଭାଟି ଗ୍ରାମର ରତ୍ନାକର ଲେଙ୍କା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହେବା ସଂଗେ ଔପଦାରୁ ମୟୂରଭଞ୍ଜ ମୁଖ୍ୟ ରାସ୍ତାରେ ଶବକୁ ରଖି ସ୍ଥାନୀୟ ଅଂଚଳ ବାସୀ ଦାବି କରିଛନ୍ତି। ସ୍ଥାନୀୟ ଅଂଚଳରେ ଘଟଣାକୁ ନେଇ ଉତେଜନା ପ୍ରକାଶ ପାଉଥିବା ବେଳେ ଔପଦା ତହସିଲଦାର ମିତାଲି ମଧୁ ଛନ୍ଦା ପାତ୍ର, ରେଞ୍ଜର ମନୋରଞ୍ଜନ ନାୟକ ଔପଦା ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ଘଟଣାସ୍ଥଳରେ ପହଂଚିଥିବା ଜଣାଯାଇଛି। ମୃତ ଶ୍ରୀ ଲେଙ୍କା ସକାଳେ ପାହାଡ଼ ପାଖରେ ଥିବା ନିଜ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଶିକାର ହୋଇ ମୃତ୍ୟୁବରଣ କରିଥିବା ସ୍ଥାନୀୟ ଲୋକଙ୍କୁ ଠାରୁ ଜଣାଯାଇଛି।

ରତ୍ନାକର ଦିନ ୧ ଘଟିକା ପର୍ଯ୍ୟନ୍ତ ଘରକୁ ନଫେରି ବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ଶେଷରେ ସନ୍ଦ୍ୟା ସମୟରେ ପାଖ ବିଲରେ ମୃତ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ। ଗ୍ରାମବାସୀ ସହ ସ୍ଥାନୀୟ ଅଂଚଳ ଲୋକମାନେ ମୃତଦେହକୁ ଆଣି ମୁଖ୍ୟ ରାସ୍ତାରେ ରଖି କ୍ଷତିପୂରଣ ଦାବି କରି ଶତାଧିକ ଲୋକ ରାସ୍ତା ଅବରୋଧ କରିଥିଲେ। ଶତାଧିକ ଲୋକ ଅବରୋଧ କରିବାରୁ ଦୁଇ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟିରେ ଯାନ ଓ ବାହାନ ଚଳାଚଳ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବା ଜଣାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button