ଖେଳ ଖବର

ଇତିହାସ ରଚିଲେ କିଶୋର ଜେନା, ଏସୀୟ କ୍ରୀଡ଼ାରେ ଜିତିଲେ ରୌପ୍ୟ, ସ୍ବର୍ଣ୍ଣ ଜିତିଲେ ନୀରଜ୍ – bajravana

[ad_1]

ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟ ଅର୍ଜନ କଲେ ନୀରଜ, କିଶୋର

ହାଙ୍ଗଝୁ : ଚୀନର ହାଙ୍ଗଝୁଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି ଭାରତ । ପୁରୁଷ ଜାଭେଲିନ ଥ୍ରୋରେ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ହାତେଇଛି ଭାରତ । ଭାରତର ଷ୍ଟାର୍ ଖେଳାଳି ନୀରଜ ଚୋପ୍ରା ପୁଣି ଥିରେ ଚାମ୍ପିଅନ ପରି ପ୍ରଦର୍ଶନ କରି ସ୍ବର୍ଣ୍ଣ ଜିତିଛନ୍ତି । ସେ ୮୮.୮୮ ମିଟର ଦୂରକୁ ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଇତିହାସ ରଚିଛନ୍ତି  ଓଡ଼ିଆ ପୁଅ କିଶୋର କୁମାର ଜେନା । ସେ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି । ଜାପାନର ଡିନ ରୋଡରିକ୍ ଗେନକି ବ୍ରୋଞ୍ଜ୍ ପଦକ ଜିତିଛନ୍ତି ।

ଆଜିର ପ୍ରଦର୍ଶନ ସହ ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେହିପରି ଓଡ଼ିଶାର କିଶୋର ଜେନା ମଧ୍ୟ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଅନ୍ୟପକ୍ଷରେ ଭାରତର ୪X୪୦୦ ମିଟର ରିଲେ ଦୌଡ଼ରେ ରୌପ୍ୟ ପଦକ ଜିତିଛି । ଐଶ୍ୱର୍ଯ୍ୟା, ପ୍ରାଚୀ, ଶୁଭା ଓ ବିତ୍ୟା ଚମତ୍କାର ପ୍ରଦର୍ଶନ କରି ଭାରତ ପାଇଁ ଏହି ସଫଳତା ଆଣିଦେଇଛନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button