ଖେଳ ଖବର

ଏସୀୟ କ୍ରୀଡ଼ା : ସୋମବାର ଭାରତ ଜିତିଲା ୭ ପଦକ – bajravana

[ad_1]

ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ାରେ ସୋମବାରଦିନ ବି ଭାରତୀୟ ଆଥଲେଟମାନେ ଭଲ ପ୍ରଦର୍ଶନ କରିଛନ୍ତି । ସୋମବାର ଭାରତୀୟ ଖେଳାଳିମାନେ ୭ଟି ପଦକ ଜିତିଛନ୍ତି। ଏହି ୭ଟି ପଦକ ମଧ୍ୟରୁ ଆଥଲେଟମାନେ ୫ଟି ପଦକ ଜିତିଛନ୍ତି । ସେହିପରି ଆଜିର ମ୍ୟାଚ୍ ଶେଷ ସୁଦ୍ଧା ତେଜସ୍ୱିନ ଶଙ୍କର ଡିକାଥଲନରେ ୪୨୬୦ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛନ୍ତି। ଭାରତୀୟ ଦଳ ୪୦୦ ମିଟର ମିଶ୍ରିତ ରିଲେରେ ରୌପ୍ୟ ପଦକ ଜିତିଛି । ଦିନ ଆରମ୍ଭରେ ସ୍କେଟର୍ସ ୨ଟି କାଂସ୍ୟ ପଦକ ଜିତିଥିଲେ। ଏହାପରେ ଅପରାହ୍ନରେ ଟେବୁଲ ଟେନିସର ମହିଳା ଡବଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ମିଳିଥିଲା । ସନ୍ଧ୍ୟାରେ ଆଥଲେଟିକ୍ସ ଇଭେଣ୍ଟ ଆରମ୍ଭ ହୋଇଥିଲା।

ତେବେ ଟେବୁଲ ଟେନିସରେ ସୁତୀର୍ଥ ମୁଖାର୍ଜୀ ଓ ଆୟିକା ମୁଖାର୍ଜୀ ସେମିଫାଇନାଲରେ ଦକ୍ଷିଣ କୋରିଆର ଯୋଡ଼ିଠାରୁ ପରାସ୍ତ ହୋଇଥିଲେ। ଫଳରେ ଉଭୟଙ୍କୁ କାଂସ୍ୟ ପଦକ ମିଳିଥିଲା । ଦକ୍ଷିଣ କୋରିଆ ୧-୭, ୮-୧୧, ୧୧-୭, ୮-୧୧, ୯-୧୧, ୧୧-୫, ୨-୧୧ରେ ଭାରତୀୟ ଯୋଡ଼ିକୁ ପରାସ୍ତ କରିଥିଲା।

ପାରୁଲ ଚୌଧୁରୀ ମହିଳା ୩୦ ମିଟର ଷ୍ଟିପଲଚେଜ ଇଭେଣ୍ଟରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି । ସେହି ଇଭେଣ୍ଟରେ ପ୍ରୀତି କାଂସ୍ୟ ପଦକ ଜିତିଛନ୍ତି । ମହିଳା ଲଙ୍ଗଜମ୍ପରେ ସୋଜନ ୬.୬୩ ମିଟର ଡେଇଁ ରୌପ୍ୟ ପଦକ ଜିତିଥିଲେ। ଭାରତର ମହମ୍ମଦ ଅନସ, ଜିସ୍ନା ମାଥ୍ୟୁ, ଐଶ୍ୱର୍ଯ୍ୟା ମିଶ୍ର, ସୋନିଆ ବୈଶ୍ୟା, ମହମ୍ମଦ ଅଜମଲ ମିଶ୍ର ମିଶ୍ରିତ ରିଲେରେ ରୌପ୍ୟ ପଦକ ଜିତିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button