ଓଡ଼ିଶା ଏଫ୍ସି-ମୁମ୍ବାଇ ସିଟି ମୁକାବିଲା ଆଜି – bajravana
[ad_1]
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ବିଜୟୀ ହୋଇ ଘରୋଇ ପଡ଼ିଆରେ ଅପରାଜେୟ ଥିବା ଓଡ଼ିଶା ଏଫ୍ସି ସୋମବାର ଆଇଏସ୍ଏଲ୍ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମୁମ୍ବାଇ ସିଟି ଏଫ୍ସିକୁ ଭେଟିବ। ଏହି ମ୍ୟାଚ୍ ମୁମ୍ବାଇସ୍ଥିତ ମୁମ୍ବାଇ ଫୁଟ୍ବଲ୍ ଏରିନାରେ ରାତି ୭.୩୦ରେ ଖେଳାଯିବ। ଓଡ଼ିଶା ଏହି ମ୍ୟାଚ୍ ଜିତିଲେ ଲିଗ୍ ସିଲ୍ଡ ଦୌଡ଼ରେ ରହିପାରିବ। ଉଭୟ ଦଳ ମଧ୍ୟରେ କଳିଙ୍ଗରେ ଖେଳା ଯାଇଥିବା ଗତ ମ୍ୟାଚ୍ ୨-୨ରେ ଅମୀମାଂସିତ ରହିଥିଲା। ସର୍ଜିଓ ଲୋବେରୋଙ୍କ ପ୍ରଶିକ୍ଷିତ ଓଡ଼ିଶା ଗତ ଦୁଇ ମ୍ୟାଚ୍ରେ ପଞ୍ଜାବ ଏଫ୍ସିକୁ ୩-୧ରେ ହରାଇଥିଲା ବେଳେ ବେଙ୍ଗାଲୁରୁ ଏଫ୍ସି ସହ ଗୋଲ୍ଶୁନ୍ୟ ଅମୀମାଂସିତ ରଖିଥିଲା। ସଂପ୍ରତି ଓଡ଼ିଶା ଏଫ୍ସି ୩୯ ପଏଣ୍ଟ ସହ ଟେବୁଲର ତୃତୀୟ ରହିଛି। ଦଳର ତାରକା ଖେଳାଳି ମହମ୍ମଦ ଜାହୋଉ ୩ଟି ୟୋଲୋ କାର୍ଡ ପାଇଥିବାରୁ ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ଖେଳିପାରିବେନି। ଯାହା ଓଡ଼ିଶା ଏଫ୍ସି ପାଇଁ ବଡ଼ ଝଟ୍କା। ଅନ୍ୟପକ୍ଷରେ ମୁମ୍ବାଇ ସିଟି ଗତ ମ୍ୟାଚ୍ରେ ହାଇଦ୍ରାବାଦ ଏଫ୍ସିକୁ ୩-୦ରେ ହରାଇ ୪୪ ପଏଣ୍ଟ ସହ ଆଗରେ ରହିଛି। ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫ୍ସିର ମୁଖ୍ୟ ପ୍ରଶିକ୍ଷକ ସର୍ଜିଓ ଲୋବେରା କହିଛନ୍ତି ଯେ ‘‘ଆଗାମୀ ମ୍ୟାଚ୍ରେ ଭଲ କରିବା ଲାଗି ଆମେ ପ୍ରସ୍ତୁତ ଅଛୁ। ପରବର୍ତ୍ତୀ ଦୁଇ ମ୍ୟାଚ୍ ଜିତି ଟେବୁଲ ଶୀର୍ଷ ସହ ଲିଗ୍ ପର୍ଯ୍ୟାୟ ଶେଷ ଲାଗି ଆଶାବାଦୀ ଅଛି। ଏହା ମୋର ଆଶା। ଏଥି ପାଇଁ ଲଢ଼େଇ କରିବୁ। ସୋମବାର ଆମେ ଏକ ଦୃଢ଼ ଦଳ ବିପକ୍ଷରେ ଖେଳିବାକୁ ଯାଉଛି। ଆମ ଖେଳାଳି ଏହି ମ୍ୟାଚ୍ରେ ନିଜର ୨୦୦ ପ୍ରତିଶତ ଦେବେ ବୋଲି ଆଶା ଅଛି। କୌଣସି ଚାପ ନାହିଁ। ଖେଳିବା ଲାଗି ଉତ୍ସାହିତ ଅଛୁ। ପଡିଆରେ ଖେଳାଳିମାନେ ନିଜର ଖେଳକୁ ଉପଭୋଗ କରିବା ଆବଶ୍ୟକ’’।
[ad_2]