ଖେଳ ଖବର

୪୮ ଘଣ୍ଟା ପରେ ବିଶ୍ବକପ୍‌: ନଜରରେ କୋହଲି – bajravana

[ad_1]

ପିତାଙ୍କ ଦେହାନ୍ତ ବେଳେ ଦିଲ୍ଲୀକୁ ଫଲୋଅନ୍‌ରୁ ରକ୍ଷା କରିଥିଲେ

ନୂଆଦିଲ୍ଲୀ: ଆଉ ମାତ୍ର ୨ ଦିନ ପରେ ବିଶ୍ବକପ୍‌। ବିରାଟ କୋହଲିଙ୍କ କ୍ରିକେଟ୍‌ ଜୀବନ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ବିଶ୍ବ କ୍ରିକେଟ୍‌ର ତାରକା ପାଲଟିସାରିଥିବା ବିରାଟ କୋହଲି ରାତାରାତି ଏହି ସୁନାମ ଅର୍ଜନ କରିନାହାନ୍ତି। କ୍ରିକେଟ୍‌ ପ୍ରତି ଭଲପାଇବା, ନିଷ୍ଠା ଓ ଶୃଙ୍ଖଳା ତାଙ୍କୁ ଏତେ ବାଟରେ ପହଞ୍ଚାଇପାରିଛି। କୋହଲିଙ୍କ ପାଇଁ ସମ୍ଭବତଃ ଏହା ଶେଷ ବିଶ୍ବକପ୍‌ ବୋଲି କେତେକ ଆଲୋଚନା କରୁଥିଲେ ବି ତାଙ୍କ ପାଖରେ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ଖେଳିବାର ଦକ୍ଷତା ରହିଛି। ଗୋଟିକ ପରେ ଗୋଟିଏ କୀର୍ତ୍ତିମାନ ଭାଙ୍ଗି କୋହଲି ଆଗକୁ ସଚିନ୍‌ ତେନ୍ଦୁଲକରଙ୍କ ଉତ୍ତରାଧିକାରୀ ହୋଇପାରିବେ ବୋଲି କ୍ରିକେଟ୍‌ ପଣ୍ଡିତମାନେ ମତବ୍ୟକ୍ତ କରୁଛନ୍ତି। କୋହଲିଙ୍କ କ୍ରିକେଟ୍‌ ଯାତ୍ରା ମନେପକାଇଛନ୍ତି ପିଲାଦିନର ପ୍ରଶିକ୍ଷକ ରାଜକୁମାର ଶର୍ମା।

ଭାରତୀୟ କ୍ରିକେଟ୍‌ର ତାରକା ବ୍ୟାଟର ବିରାଟ କୋହଲିଙ୍କ କ୍ରିକେଟ୍‌ ଯାତ୍ରା ଆରମ୍ଭ ହୋଇଥିଲା ୧୯୯୮ ମେ ୩୦ ତାରିଖରୁ। ଯେତେ‌ବେଳେ ତାଙ୍କ ବାପା‌ ପ୍ରେମ କୋହଲିଙ୍କ ସହ ବିରାଟ ପଶ୍ଚିମ ଦିଲ୍ଲୀ କ୍ରିକେଟ୍‌ ଏକାଡେମିରେ ପ୍ରଥମ ଥର ପାଦ ଦେଇଥିଲେ। ସେତେବେଳେ ତାଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲା। କିନ୍ତୁ କ୍ରିକେଟ୍‌ ପ୍ରତି ତାଙ୍କର ପାଗଳଙ୍କ ଭଳି ଭଲପାଇବା ରହିଥିଲା। ଏକାଡେମିରେ ପ୍ରଶିକ୍ଷକ ରାଜ କୁମାର ଶର୍ମା ତାଙ୍କୁ ସଫଳ କ୍ରିକେଟର୍‌ ଭାବେ ଗଢିବାର ଦାୟିତ୍ବ ନେଇଥିଲେ। ଏହି ଯାତ୍ରାରେ ବିରାଟଙ୍କ ବାପା ପ୍ରେମ୍‌ ଯେତିକି ସହାୟତା କରିଥିଲେ ସମପରିମାଣରେ ତାଙ୍କ ଭାଇ ବିକାଶ ମଧ୍ୟ ବିରାଟଙ୍କୁ ସବୁକ୍ଷେତ୍ରରେ ସହଯୋଗର ହାତ ବଢାଇଥିଲେ। ଏକାଡେମିରେ ଯୋଗଦେବା ପରଠୁ ବିରାଟ କୌଣସି ଗୋଟିଏ ଦିନ ଅନୁପସ୍ଥିତ ରହିନାହାନ୍ତି। ଏଠାରେ ଅଭ୍ୟାସ କରୁଥିବା ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ଅତୁଲ ୱାସନ୍‌ଙ୍କଠାରୁ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ। ୮ବର୍ଷ ପରେ ଅତୁଲ ହିଁ କୋହଲିଙ୍କୁ ରଣଜୀ ଟ୍ରଫି ପାଇଁ ଚୟନ କରିଥିଲେ ଓ ୨୦୦୬ରେ ତାମିଲନାଡୁ ବିପକ୍ଷରେ କୋହଲି ଘରୋଇ ପଡ଼ିଆରେ ରଣଜୀ ପଦାର୍ପଣ କରିଥିଲେ।

ସଚିନ ତେନ୍ଦୁଲକରଙ୍କୁ ଆଦର୍ଶ ମାନୁଥିବା କୋହଲି କ୍ରିକେଟ୍‌କୁ ଯେମିତି ଭଲ ପାଉଥିଲେ, ନିଜର ଖେଳ ଉପକରଣକୁ ମଧ୍ୟ ସେଭଳି ଯତ୍ନ ନେଉଥିଲେ। ତାଙ୍କ ପ୍ୟାଡ୍‌ ଓ ବ୍ୟାଟରେ କେବେବି ଦାଗ ରହିବାକୁ ଦେଉନଥିଲେ। ସବୁବେଳେ ସେ ଖେଳ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ଚିନ୍ତାଧାରା ନେଇ ଆସୁଥିଲେ। ଏପରିକି କେତେକ ସମୟରେ ବରିଷ୍ଠ ମାନଙ୍କ ସହିତ ସେ ଖେଳିବାକୁ ଯାଉଥିବାରୁ ତାଙ୍କ ଆଚରଣ ଉପରେ ନଜର ରଖିବାକୁ ପଡୁଥିବା ପ୍ରଶିକ୍ଷକ ଶର୍ମା କହିଛନ୍ତି। କିନ୍ତୁ ଖେଳରେ ତାଙ୍କର ସବୁବେଳେ ଏକାଗ୍ରତା ରହିଥାଏ। ୧୨ ବର୍ଷ ବୟସରେ ଏକ ୧୫ ବର୍ଷରୁ କମ୍‌ ମ୍ୟାଚ୍‌ରେ ଆମକୁ ପାଖାପାଖି ୨୨୦ ରନ୍‌ ପିଛା କରିବାକୁ ଥିଲା। କିନ୍ତୁ ଏତେ ବଡ଼ ଟାର୍ଗେଟ୍‌କୁ ପିଛା କରିବା ପାଇଁ ଆମ ପିଲାମାନେ ଭୟଭୀତ ହୋଇଯାଇଥିଲେ। ସେତେବେଳେ ‌‌କୋହଲି ପାଳି ଆରମ୍ଭ କରିବାକୁ ସାହସ ଦେଖାଇଥିଲେ ଏବଂ ତାଙ୍କୁ ସୁଯୋଗ ମିଳିବାରୁ ସେ ଶତକ ମାରି ଦଳକୁ ସହଜରେ ଜିତାଇଥିବା କଥାକୁ ସ୍ମରଣ କରିଛନ୍ତି ଶର୍ମା।

କ୍ରିକେଟ୍‌ ପ୍ରତି କୋହଲିଙ୍କ ପ୍ରତିବଦ୍ଧତା ବିଷୟରେ କହିବାକୁ ଯାଇ ଶର୍ମା ତାଙ୍କ ପିତାଙ୍କ ମୃତ୍ୟୁ ଘଟଣାକୁ ମନେପକାଇଛନ୍ତି। ୨୦୦୬ରେ କର୍ଣ୍ଣାଟକ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ରେ କୋହଲି ୪୦ ରନ୍‌ରେ ଅପରାଜିତ ଥିଲେ ଓ ଦଳ ୧୦୩/୫ରେ ସଂଘର୍ଷ କରୁଥିଲା। ଏହି ସମୟରେ ତାଙ୍କ ବାପାଙ୍କ ପରଲୋକ ଖବର ପହଞ୍ଚିଥିଲା। କିନ୍ତୁ କୋହଲି ଖେଳିବା ଜାରି ରଖିବା ସହ ଦିଲ୍ଲୀକୁ ଫଲୋଅନ୍‌ ହେବାରୁ ରକ୍ଷା କରିଥିଲେ। ପଡ଼ିଆରୁ ସିଧାସଳଖ ମଶାଣି ଯିବା ସହ ପରଦିନ ପୁଣି ଖେଳିବାକୁ ଆସିଥିଲେ। ଏବେ ଡାଏଟିଂ କରୁଥିବା କୋହଲିଙ୍କର ଖାଦ୍ୟ ପ୍ରତି ଅହେତୁକ ରୁଚି ରହିଥିଲା। ସେ ଫାଷ୍ଟଫୁଡ୍‌ ଖାଇବାକୁ ବହୁତ ଭଲପାଉଥିଲେ। ନିୟମିତ ଭାବେ ରାମ ଛୋଲେ ଭତୁରେ ଖାଇବାକୁ ରାଜୌରୀ ଗାର୍ଡେନ୍‌ ଯାଉଥିଲେ। କିନ୍ତୁ ଭାରତୀୟ ଦଳରେ ଖେଳିବା ପରଠୁ ସେ ତୈଳ ଜାତୀୟ ଖାଦ୍ୟ ଛାଡ଼ିଦେଇଛନ୍ତି। କ୍ରିକେଟ୍‌ରେ ନିଜେ ଏକ ସ୍ବତନ୍ତ୍ର ଶବ୍ଦକୋଷ ତିଆରି କରିବା ସହ ବଡ଼ ପାଳି ଖେଳି ଦେଶକୁ କିପରି ଜିତାଇହେବ ତାହା ଉପରେ ସେ ସବୁବେଳେ ଧ୍ୟାନ ଦେଇଥାନ୍ତି। ଆସନ୍ତା ବିଶ୍ବକପ୍‌ରେ ମଧ୍ୟ ସେ ଭଲ ଖେଳନ୍ତୁ ବୋଲି ପିଲାଦିନର ପ୍ରଶିକ୍ଷକ ଶର୍ମା ଆଶାବ୍ୟକ୍ତ କରିବା ସହ ଭାରତ ବିଜେତା ହେଉ ବୋଲି ପ୍ରାର୍ଥନା କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button