ଖେଳ ଖବର

ଓଡ଼ିଶା ଅଲିମ୍ପିକ୍‌ ସଂଘର ସାଧାରଣ ପରିଷଦ ବୈଠକ: ୪ କୋଟି ୮୪ ଲକ୍ଷ ଟଙ୍କାର ବଜେଟ ଅନୁମୋଦିତ – bajravana

[ad_1]

ଅମିତଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ

କଟକ: ଓଡ଼ିଶା ଅଲିମ୍ପିକ୍‌ ସଂଘର ସାଧାରଣ ପରିଷଦ ବୈଠକ ରବିବାର ବାରବାଟୀ ଷ୍ଟାଡିୟମସ୍ଥିତ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨ କୋଟି ୬୮ଲକ୍ଷ ୪୯ ହଜାର ୪୩ ଟଙ୍କାର ବ୍ୟୟ ଅନୁମୋଦନ କରାଯାଇଥିଲା ବେଳେ ଆସନ୍ତା ୨୦୨୩-୨୪ ବର୍ଷ ପାଇଁ ୪ କୋଟି ୮୩ଲକ୍ଷ ୯୯ ହଜାର ୫୨୮ ଟଙ୍କାର ବଜେଟ୍‌ ଉପସ୍ଥାପନ କରାଯାଇଥିଲା। ବଜେଟ୍‌ ସର୍ବସମ୍ମତିକ୍ରମେ ଅନୁମୋଦନ ଲାଭ କରିଥିଲା। ଏହି ଅବସରରେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଓଡ଼ିଶାର ତ‌ାରକା ଅମିତ ରୋହିଦାସଙ୍କୁ ଅଲମ୍ପିକ୍ ସଂଘ ଓ ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବ ଘୋଷଣା ଅନୁସାରେ ଅମିତଙ୍କୁ ଏହି ଅବସରରେ ୧ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା।

ସଂଘର ସଭାପତି ଜଗମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତ‌ାରେ ଅନୁଷ୍ଠିତ ବୈଠକରେ ସଂପାଦକ ଅଭିଜିତ୍ ପାଲ, କୋଷାଧ୍ୟକ୍ଷ ଅଧୀପ ଦାସ ଓ ଅଲିମ୍ପିକ ସଂଘ ଅନୁବନ୍ଧିତ ଜିଲ୍ଲା ତଥା ରାଜ୍ୟସ୍ତରୀୟ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥି‌ଲେ। ଏହ‌ା ପରେ ଓଡ଼ିଶା ଦୌଡ଼କୁଦ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ସଭାପତି ଜି. ଶ୍ରୀନିବାସ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ‌ରେ ସଂପାଦକ ଆଶୀର୍ବାଦ ବେହେରା ଓ ଅନ୍ୟସଭ୍ୟମାନେ ଉପସ୍ଥିତ ଥିଲେ। ଶ୍ରୀ ବେହେରା ଏସିଆଡ୍ ସ୍ବର୍ଣ୍ଣ ବିଜେତା ଭାରତୀୟ ହକି ଦଳ ସଦସ୍ୟ ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବୈଠକରେ ଦୌଡ଼କୁଦ ସଂଘର ୫୦ ଲକ୍ଷ ୧ ହଜାର ୫୨୬ ଟଙ୍କାର ଅଡିଟ୍‌ ରିପୋର୍ଟ ଉପସ୍ଥ‌ାପନ କରାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୫୩ ଲକ୍ଷ ଟଙ୍କାର ବଜେଟ୍‌ ଉପସ୍ଥାପନ କରାଯାଇ ଅନୁମୋଦନ ଲାଭ କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button