ପାକିସ୍ତାନକୁ ହରାଇ ସେମିରେ ଭାରତ – bajravana
[ad_1]
ହାଙ୍ଗଝୌ: ହକିରେ ଭାରତୀୟ ପୁରୁଷ ଦଳ ଖେଳିଥିବା ଚତୁର୍ଥ ମ୍ୟାଚ୍ରେ ପାକିସ୍ତାନକୁ ୧୦-୨ ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ସୋମବାର ଭାରତର ଶେଷ ପୁଲ୍ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ରହିଛି। ଭାରତ ୪ ମ୍ୟାଚ୍ରୁ ୧୨ ପଏଣ୍ଟ ପାଇ ପୁଲ୍ ଶୀର୍ଷରେ ରହିଥିଲା ବେଳେ ଜାପନ (୯) ଓ ପାକିସ୍ତାନ (୯) ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ସୋମବାର ଜାପାନ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ର ବିଜେତା ପୁଲ୍ର ଦ୍ବିତୀୟ ଦଳ ଭାବେ ସେମିଫାଇନାଲ୍ରେ ପ୍ରବେଶ କରିବ। ଶନିବାର ମ୍ୟାଚ୍ରେ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ଦୁଇ ଅଙ୍କ ବିଶିଷ୍ଟ ଗୋଲ୍ ଦେବା ସହ ଭାରତୀୟ ଦଳ ପକ୍ଷରୁ ଏହାକୁ ଐତିହାସିକ ବିଜୟ ବୋଲି କୁହାଯାଇଛି। ଅଷ୍ଟମ ମିନିଟ୍ରେ ମନ୍ଦୀପ ସିଂହ ପ୍ରଥମ ଗୋଲ୍ ଦେବା ପରେ ଅଧିନାୟକ ହର୍ମନପ୍ରୀତ୍ ସିଂହ ହ୍ୟାଟ୍ରିକ୍ ସହିତ ୪ ଗୋଲ୍ (୧୧, ୧୭, ୩୩, ୩୪ ମିନିଟ୍) ଦେଇ ଭାରତକୁ ଅଗ୍ରଣୀ ଦେଇଥିଲେ। ଏମାନଙ୍କ ବ୍ୟତୀତ ବରୁଣ କୁମାର ୨ଟି (୪୧, ୫୪ ମିନିଟ୍) ଏବଂ ସୁମିତ (୩୦ ମିନିଟ୍), ସମସେର ସିଂହ (୪୬ ମିନିଟ୍) ଓ ଲଳିତ କୁମାର ଉପାଧ୍ୟାୟ (୪୯ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ପାକିସ୍ତାନର ମହମ୍ମଦ ଖାନ୍ ୩୮ ମିନିଟ୍ ଓ ଅବଦୁଲ ରାଣା ୪୫ ମିନିଟ୍ରେ ଦୁଇଟି ଗୋଲ୍ ଶୁଝିପାରିଥିଲେ।
[ad_2]