ଏସୀୟ କ୍ରୀଡ଼ା ପାଇଁ ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି, ସୋସିଆଲ ମିଡିଆରେ ହେଲା ଭାଇରାଲ – bajravana
[ad_1]
ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ା ୨୦୨୩ ପାଇଁ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ଜର୍ସି ସାମନାକୁ ଆସିଛି । ଭାରତୀୟ ଜର୍ସିର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋରେ କିଛି ଖେଳାଳି ଭାରତର ଜର୍ସିରେ ନଜର ଆସିଛନ୍ତି ।
ଜର୍ସିର ଭାଇରାଲ ଫଟୋରେ ଦେଖାଯାଉଛି ଯେ, ଜର୍ସି ରଂଙ୍ଗ ଗାଢ ନୀଳ ରହିଛି । ଉପର ଡାହାଣ ପାର୍ଶ୍ୱରେ ଜେଡବ୍ଲୁଏସ ପ୍ରାୟୋଜକ ଲେଖାଯାଇଛି । ସେହିପରି ମଝିରେ ଧଳା ରଙ୍ଗରେ ଏକ ବଡ଼ ଭାରତ ଲେଖାଯାଇଛି। ଜର୍ସିକୁ ନେଇ ପ୍ରଶଂସକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ଏହି ଜର୍ସିକୁ ପସନ୍ଦ କରିଛନ୍ତି, କେତେକ ଏହାକୁ ପସନ୍ଦ କରିନାହାନ୍ତି ।
The jersey for team India in the Asian Games. pic.twitter.com/5Ee9rPTyCE
— Mufaddal Vohra (@mufaddal_vohra) September 19, 2023
ଏଥର ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଇନାର ହାଙ୍ଗଜୋରେ ଖେଳାଯିବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବିସିସିଆଇ ପକ୍ଷରୁ ଉଭୟ ପୁରୁଷ ଓ ମହିଳା ଦଳ ପଠାଯିବ, ଯେଉଁଥିପାଇଁ ପୁରୁଷ ଓ ମହିଳା ଦଳ ମଧ୍ୟ ଘୋଷଣା କରାଯାଇଛି। ଏସୀୟ କ୍ରୀଡା ଓ କ୍ରିକେଟ ବିଶ୍ବକପ ଏକାସଙ୍ଗରେ ପଡ଼ୁଥିବାରୁ ବିସିସିଆଇ ପକ୍ଷରୁ ଏକ ନୂଆ ଦଳ ପଠାଯାଇଛି । ପୁରୁଷ ଦଳର ନେତୃତ୍ୱ ନେବେ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଇକୱାଡ। ସେହିପରି ହରମନପ୍ରୀତ କୌର ମହିଳା ଦଳର ନେତୃତ୍ୱ ନେବେ।
[ad_2]