ଅପରାଧ

ରାଜଧାନୀରେ ‘ହିଟ୍ ଆଣ୍ଡ୍‌ ରନ୍’: ଫୁଟ୍‌ପାଥରେ ଶୋଇଥିବା ବେଳେ ମାଡ଼ିଗଲା – bajravana

[ad_1]

ଜଣେ ମୃତ, ବର୍ତ୍ତିଗଲେ ୧୦ରୁ ଅଧିକ

ଭୁବନେଶ୍ବର: ରାଜଧାନୀ ଛାତି ଉପରେ ହିଟ୍ ଆଣ୍ଡ ରନ୍ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ରାଜମହଲ ଛକ ଫ୍ଲାଏ ଓଭରବ୍ରିଜ୍ ତଳେ ଏକ କାର୍‌ ଫୁଟପାଥ ଉପରେ ମାଡ଼ି ଯାଇଥିଲା। କାର୍‌ଟି ନ ଅଟକି ଦ୍ରୁତଗତିରେ ପୁରୀ ଅଭିମୁଖେ ପଳାଇଥିଲା। ଲିଙ୍ଗିପୁର ନିକଟରେ ଦୟାନଦୀ ପଠାରେ ଚାଳକ କାର୍‌ ଛାଡ଼ି ଫେରାର ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ କାର୍‌ ଜବତ କରିଥିଲେ ମଧ୍ୟ ଚାଳକଙ୍କ ପତ୍ତା ପାଇପାରି ନାହିଁ।

ମୃତକ ହେଲେ ପିପିଲି ଅଞ୍ଚଳର ଦୀନବନ୍ଧୁ ବରାଳ। ସେ ଗାଡ଼ି ଚଳାଇବା ସହ ଘରୁ ଯିବା ଆସିବା କରନ୍ତି। ମଝିରେ ମଝିରେ ରାଜଧାନୀରେ ଫୁଟପାଥରେ ଶୋଇ ପଡ଼ନ୍ତି। ଗତକାଲି ସେ ରାଜମହଲ ଓଭରବ୍ରିଜ ତଳେ ଫୁଟପାଥରେ ଶୋଇଥିଲେ। ରାତି ପ୍ରାୟ ୧ଟା ୪୦ରୁ ୨ଟା ଭିତରେ ଏଜି ପଟୁ ଆସୁଥିବା ନାଲି ରଙ୍ଗର ମାରୁତି ସୁଇଫ୍ଟ କାର୍‌(ଓଡି୦୫-ଏଏକ୍ସ-୨୫୮୫) ରାଜମହଲ ଓଭରବ୍ରିଜ ତଳେ ୟୁ-ଟର୍ଣ୍ଣ କରି ପୁଣି ଏଜି ଛକ ଅଭିମୁଖେ ଯିବା ପାଇଁ ଚାହୁଁଥିଲା। କାର୍‌ ଦ୍ରୁତଗତିରେ ଥିବା ବେଳେ ଚାଳକ ଭାରସାମ୍ୟ ହରାଇ ଫୁଟପାଥ ଉପରେ ଚଢ଼ାଇ ଦେଇଥିଲେ। ଦୀନବନ୍ଧୁଙ୍କ ଉପରେ କାର୍‌ ଚଢ଼ି ଯାଇଥିବା ବେଳେ ଶବ୍ଦ ଶୁଣି ଅନ୍ୟମାନେ ଉଠି ପଡ଼ିବାରୁ ୧୦ରୁ ଊର୍ଦ୍ଧ୍ବ ବର୍ତ୍ତି ଯାଇଥିଲେ। ଏହି ଦୁର୍ଘଟଣା ପରେ କାର୍‌ ଅଟକି ନ ଥିଲା। ସିଧା ପୁରୀ ଅଭିମୁଖେ ଚାଲି ଯାଇଥିଲା। ଲିଙ୍ଗିପୁର ନିକଟରେ ଦୟାନଦୀ ପଠାକୁ କାର୍ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ ଚାଳକ। ଦୀନବନ୍ଧୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

କାର୍‌ ଏତେ ଦ୍ରୁତଗତିରେ ଯାଇଥିଲା ଯେ ଗୋଟିଏ ଚକାର ରିମରୁ ଟାୟାର ବାହାରି ଯାଇଥିଲା। ୧ଟା ୪୦ରୁ ୨ଟା ମଧ୍ୟରେ ସେହି ରାସ୍ତା ଦେଇ ଯାଇଥିବା ଗାଡ଼ିକୁ ପୁଲିସ ଟ୍ରାକ୍ କରିଥିଲା। ୬ଟି ଗାଡ଼ିକୁ ଯାଞ୍ଚ କରା ଯାଇଥିଲା, କିନ୍ତୁ ଗୋଟିଏ ବି ଗାଡ଼ି ଦୁର୍ଘଟଣା ଘଟାଇଥିବା ଜଣାପଡ଼ି ନ ଥିଲା। ଦୟାନଦୀ ପଠାରୁ ଆଜି ସକାଳେ ଗାଡ଼ି ନାଲି ରଙ୍ଗର ସୁଇଫ୍ଟ ଗାଡ଼ି ମିଳିବା ପରେ ଯାଞ୍ଚ କରାଯାଇଥିଲା। ସେହି କାର୍‌ ଦୁର୍ଘଟଣା ଘଟାଇଥିବା ସ୍ପଷ୍ଟ ହୋଇଥିଲା। ଗାଡ଼ିର ମାଲିକ ବିକାଶ ପାଲ ଏୟାରପୋର୍ଟ ଥାନା ପୋଖରୀପୁଟ କୋକିଳ ରିସୋର୍ଟରେ ରହୁଥିବା ଜଣାପଡ଼ିଥିଲା। କ୍ୟାପିଟାଲ ଥାନା ପୁଲିସ ବିକାଶଙ୍କ ଘରକୁ ଯାଇଥିଲେ ମଧ୍ୟ ତାଙ୍କର ପତ୍ତା ପାଇ ନ ଥିଲେ। ବିକାଶ କୁଆଡ଼େ ଗଲେ ସେ ନେଇ ପୁଲିସ ତନାଘନା ଆରମ୍ଭ କରିଛି। ଦୁର୍ଘଟଣାରେ ମୃତ ଦୀନବନ୍ଧୁଙ୍କ ପରିବାର ଲୋକଙ୍କୁ ପୁଲିସ ଖବର ଦେଇଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରା ଯାଇଥିବା ବେଳେ ମୃତଦେହକୁ ଶବ ସଂରକ୍ଷିତ ଗୃହରେ ରଖାଯାଇଛି। ଦୀନବନ୍ଧୁଙ୍କ ପରିବାର ଲୋକ ରବିବାର ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button