ଓଡିଶା

ଅସୁମାରୀ ଆନନ୍ଦ ଦେଲା ଅନର୍ୟା: ଅଲୋଡ଼ା ଝିଅକୁ କୋଳେଇ ନେଲେ ମରିସସ୍‌ର ଦମ୍ପତି     – bajravana

[ad_1]

ଦେବଗଡ଼: ଜନ୍ମଦାତ୍ରୀଙ୍କ ଦ୍ଵାରା ପରିତ୍ୟକ୍ତ ହୋଇଥିବା ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ କୋଳେଇ ନେଇ ଏକ ନୂଆ ଜୀବନ ଦେଇଛନ୍ତି ମରିସସ୍‌ର ଦମ୍ପତି। ସୂଚନା ଅନୁଯାୟୀ, ଦୁଇବର୍ଷ ତଳେ ଏକ ଶିଶୁକନ୍ୟାକୁ ଜନ୍ମଦେଇ ଜନ୍ମଦାତ୍ରୀ କୌଣସି କାରଣରୁ ଛାଡ଼ି ପଳାଇଥିଲା। ସୂଚନା ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଉକ୍ତ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିର ନିଷ୍ପତ୍ତିକ୍ରମେ ସପୋର୍ଟ ଅନୁଷ୍ଠାନ ଦ୍ଵାରା ପରିଚାଳିତ ପୋଷ୍ୟ ସନ୍ତାନ କେନ୍ଦ୍ରରେ ସାମୟିକ ଭାବେ ଥଇଥାନ କରିଥିଲେ। ପୋଷ୍ୟ ସନ୍ତାନ କେନ୍ଦ୍ରରେ ଶିଶୁକନ୍ୟାଟି ଲକ୍ଷ୍ମୀପ୍ରିୟା ନାମରେ ପରିଚୟ ପାଇ ପାଳିତ ହେଲା। ଲକ୍ଷ୍ମୀପ୍ରିୟାର ସ୍ଥାୟୀ ଥଇଥାନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତାକୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ରରେ ସଂଯୋଗ କରିଥିଲା। ନୂଆଦିଲ୍ଲୀସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ମରିସସ ଦମ୍ପତିଙ୍କୁ ସୁପାରିସ କରିଥିଲା।

ମରିସସ୍‌ ଦମ୍ପତି ପ୍ରିତମ ସୋଖାରିଆ ଓ ମାଳିନୀ ସୋଖାରିଆ ଅନ୍‌ଲାଇନ ମାଧ୍ୟମରେ ଲକ୍ଷ୍ମୀପ୍ରିୟାକୁ ଦେଖିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଜରିଆରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ସମସ୍ତ କାଗଜପପତ୍ର ଯାଞ୍ଚ ପରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅନୁମୋଦନକ୍ରମେ କିଶୋର ନ୍ୟାୟ ଅଧିନିୟମ ଓ ପୋଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ ଅନୁଯାୟୀ ଲକ୍ଷ୍ମୀପ୍ରିୟାକୁ ମରିସସ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଏହି ପ୍ରକ୍ରିୟା ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର, ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ, ପୋଷ୍ୟ ସନ୍ତାନ କେନ୍ଦ୍ର ପରିଚାଳକ ସଲମାନ ବେହେରା ଓ ସୁମିତ୍ରା ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ। ଲକ୍ଷ୍ମୀପ୍ରିୟା ନୂଆ ପିତାମାତାଙ୍କ କୋଳରେ ‘ଅନର୍ୟା’ ନୂଆ ନାମ ପାଇବା ସହିତ ନୂଆ ଜୀବନ ଆରମ୍ଭ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button