‘ଟି୨୦’ରେ ଯୁବରାଜଙ୍କ ଦ୍ରୁତ-ଅର୍ଦ୍ଧଶତକ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ନେପାଳର ଦୀପେନ୍ଦ୍ର ଏରୀ – bajravana
[ad_1]
ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଲ୍-ରାଉଣ୍ଡର୍ ଯୁବରାଜ ସିଂହ ‘ଟି୨୦’ରେ ଦ୍ରୁତ ଅର୍ଦ୍ଧଶତକ କ୍ଷେତ୍ରରେ ଯେଉଁ ବିଶ୍ବ ରେକର୍ଡ ହାସଲ କରିଥିଲେ ଆଜି ନେପାଳର କ୍ରିକେଟ୍ ଖେଳାଳି ଦୀପେନ୍ଦ୍ର ସିଂହ ଏରୀ ତାହାକୁ ଭାଙ୍ଗି ଇତିହାସ ରଚିଛନ୍ତି ବୋଲି ବିଭିନ୍ନ ଦେଶ ଓ ବିଦେଶର ବହୁ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
୧୯ତମ ଏସୀୟ କ୍ରୀଡ଼ା ଅବସରରେ ଆଜି ଚୀନ୍ର ହାଙ୍ଗ୍ଚୌସ୍ଥିତ ‘ପିଙ୍ଗ୍ଫେଙ୍ଗ୍ କ୍ୟାମ୍ପସ୍ କ୍ରିକେଟ୍ ଫିଲ୍ଡ୍’ରେ ନେପାଳ ଓ ମଙ୍ଗୋଲିଆ ମଧ୍ୟରେ ଅନୁଷ୍ଠିତ କ୍ରିକେଟ୍ ମ୍ୟାଚ୍ରେ ଏରୀ ମାତ୍ର ୯ଟି ବଲ୍ରେ ଅର୍ଦ୍ଧଶତକ ହାସଲ କରି ଏହି କୃତ୍ବିତ୍ବ ଅର୍ଜନ କରିଛନ୍ତି।
୨୩ ବର୍ଷିୟ ଡାହାଣହାତି ବ୍ୟାଟ୍ସ୍ମ୍ୟାନ୍ ଏରୀ ନେପାଳର ୫ ନମ୍ବର ଖେଳାଳି ଭାବେ ଆଜିର ମ୍ୟାଚ୍ ଖେଳିବାକୁ ଆସିଥିଲେ। ୧୦ଟି ବଲ୍ ଖେଳି ୮ଟି ଛକା ମାରିବା ସହିତ ୫୨ ରନ୍ ସଂଗ୍ରହ କରି ସେ ‘ନଟ୍ ଆଉଟ୍’ ରହିଛନ୍ତି। ମାତ୍ର ୩ ୱିକେଟ୍ ବିନିମୟରେ ନେପାଳକୁ ୩୧୪ ରନ୍ ସଂଗ୍ରହ କରିବାରେ ମଧ୍ୟ ଆଜି ତାଙ୍କର ଗରୁତ୍ବପୂର୍ଣ୍ଣ ଅବଦାନ ରହିଛି। କାରଣ ‘ଟି୨୦’ ମ୍ୟାଚ୍ରେ ଏଯାବତ୍ ଏତେସଂଖ୍ୟକ ରନ୍ କୌଣସି ଟିମ୍ ସଂଗ୍ରହ କରିପାରି ନାହିଁ।
ସୂଚନାଯୋଗ୍ୟ, ୨୦୦୭ ସେପ୍ଟେମ୍ବର ୧୯ରେ ଡର୍ବାନ୍ରେ ଅନୁଷ୍ଠିତ ଭାରତର ‘ଟି୨୦ ବିଶ୍ବକପ୍ ୨୦୦୭’ରେ ଇଂଲଣ୍ଡ୍ ବିପକ୍ଷରେ ଖେଳିଲା ବେଳେ ମାତ୍ର ୧୨ଟି ବଲ୍ରେ ଯୁବରାଜ ଅର୍ଦ୍ଧଶତକ ବା ୫୦ ରନ୍ ହାସଲ କରିଥିଲେ।
ପରେ ‘ବିଗ୍ ବାସ୍ ଲିଗ୍’ ମ୍ୟାଚ୍ରେ ମେଲ୍ବର୍ଣ୍ଣ ରିନିଗେଡ୍ ପାଇଁ ଖେଳୁଥିବା କ୍ରିସ୍ ଗେଲି ମଧ୍ୟ ୧୨ଟି ବଲ୍ରେ ଅର୍ଦ୍ଧଶତକ ହାସଲ କରି ଯୁବରାଜଙ୍କ ସମକକ୍ଷ ହୋଇଥିଲେ।
[ad_2]