ପ୍ରିକ୍ବାର୍ଟରରେ ଋତାପର୍ଣ୍ଣା-ଶ୍ବେତାପର୍ଣ୍ଣା: ଆଗକୁ ବଢ଼ିଲେ ଉନ୍ନତି, କିରଣ, ମଂଜୁନାଥ – bajravana
[ad_1]
କଟକ: ଓଡ଼ିଶାର ପଣ୍ଡା ଭଗ୍ନୀ ଋତାପର୍ଣ୍ଣା ଓ ଶ୍ବେତାପର୍ଣ୍ଣା କଟକର ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ପ୍ରିକ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ବୁଧବାର ମହିଳା ଯୁଗଳର ରାଉଣ୍ଡ-୩୨ରେ ଏହି ଭାରତୀୟ ଯୋଡ଼ି ୨୧-୧୭, ୧୭-୨୧, ୨୧-୧୯ରେ ନିଜ ଦେଶର ଅଶ୍ବିନୀ ଭଟ୍ଟ ଓ ଶିଖା ଗୌତମକୁ ମାତ୍ ଦେଇଥିଲେ। ମହିଳା ଏକକରେ ଉନ୍ନତି ହୁଦା ଓ ପୁରୁଷ ଏକକକରେ କିରଣ ଜର୍ଜ ଆଗକୁ ବଢ଼ିଛନ୍ତି।
ଅନ୍ୟ ମହିଳା ଯୁଗଳ ରାଉଣ୍ଡ ୩୨ରେ ଭାରତର ଅଶ୍ବିନୀ ପୋନାପ୍ପା ଓ ତନିସା କ୍ରାଷ୍ଟୋ ୨୧-୧୪, ୨୧-୧୪ରେ ୟୁଏଇର ଆଲିନା କ୍ବାଥୁନ ଓ ନାୟୋନିକା ରାଜେଶଙ୍କୁ, କ୍ରୀତିକା ଓ ଦିବ୍ୟା ୧୯-୨୧, ୨୧-୧୧, ୨୧-୧୭ରେ ଉଗାଣ୍ଡାର ହୁସିନା ଓ ଗାଲଡ୍ୟାଙ୍କୁ, ଇଣ୍ଡୋନେସିଆର ସୋଫି ଓ ଶୀତି ୨୧-୧୦, ୨୧-୧୨ରେ ଭାରତର ଗାୟତ୍ରୀ ଓ ସାନିଆ ସିକନ୍ଦରଙ୍କୁ, ଇଣ୍ଡୋନେସିଆର ମେଲିସା ଓ ରାସେଲ ୨୧-୧, ୨୧-୧୧ରେ ଭାରତ ଅମୃତା ଓ ଅନନ୍ୟାଙ୍କୁ, ଚାଇନିଜ୍ ତାଇପେର ସୁଙ୍ଗ ସୁ ୟୁନ ଓ ୟୁ ଚେନ୍ ହୁ ୨୧-୫, ୨୧-୧୪ରେ ଭାରତର ରଶ୍ମି ଗଣେଶ ଓ ନାବଧାଙ୍କୁ, ଇଣ୍ଡୋନେସିଆର ଜେସିତା ଫେବି ୨୧-୧୪, ୨୧-୧୩ରେ ଭାରତର କାବ୍ୟ ଗୁପ୍ତା ଓ ଦୀପଶିଖାଙ୍କୁ ପରାସ୍ତ କରିଥିଲେ।
ମହିଳା ଏକକରେ ଯୁବା ଭାରତୀୟ ଉନ୍ନତି ୨୧-୧୦, ୨୧-୮ରେ ଉଗାଣ୍ଡାର ହୁସିନା କୋବୁଗାବେଙ୍କୁ, ଅସ୍ମିତା ଚଲିହା ୨୧-୧୪, ୨୧-୬ରେ ଓଗାଣ୍ଡାର ଫାଡିଲା ରାଫିଙ୍କୁ, ଅନୁପମା ଉପାଧ୍ୟାୟ ୧୬-୨୧, ୨୧-୧୯, ୨୧-୧୭ରେ ଚାଇନିଜ୍ ତାଇପେର ସୁଙ୍ଗ୍ ସୁ ୟୁନଙ୍କୁ, ଶ୍ରୀୟାଂଶୀ ୨୧-୧୧, ୨୧-୧୬ରେ ଇସ୍ରାଏଲ୍ କେସିନାଙ୍କୁ, ଇଣ୍ଡୋନେସିଆର ରୁଜାନା ୨୧-୧୧, ୨୧-୧୨ରେ ଭାରତର ଲିଖିତା ଶ୍ରୀବାସ୍ତବଙ୍କୁ, ଡେନମାର୍କର ଆମେଲାଇ ୮-୨୧, ୨୧-୧୨, ୨୧-୧୫ରେ ଆକର୍ଷି କାଶ୍ୟପଙ୍କୁ ଏବଂ ଚାଇନିଜ୍ ତାଇପେର ୱେନ୍ ଚି ୨୧-୧୪, ୨୧-୧୪ରେ ପୋଲାଣ୍ଡର ଇକ୍ଟୋରିଆଙ୍କୁ ପରାସ୍ତ କରିଥିଲେ।
ପୁରୁଷ ଏକକରେ ବିଜେତା କିରଣ ୨୧-୧୨, ୧୦-୨୧, ୨୧-୧୨ରେ ନିଜ ଦେଶର ସନୀତ ଦୟାନନ୍ଦ ସିମୋଙ୍ଗାଙ୍କୁ, ମିଥୁନ ମଂଜୁନାଥ ୨୧-୧୨, ୨୧-୧୮ରେ ଶ୍ରୀଲଙ୍କାର ଡୁ ମିଣ୍ଡୁଙ୍କୁ, ଡେନମାର୍କର ମାଡସ୍ ଖ୍ରୀଷ୍ଟୋଫରେନ୍ ୨୪-୨୨, ୨୧-୧୨ରେ ଭାରତର ରବି ରବିଙ୍କୁ, ଇଣ୍ଡୋନେସିଆର ଅଲୱି ଫରହାନ ୨୧-୧୧, ୨୦-୨୨, ୨୧-୧୨ରେ ଭାରତର ପ୍ରିୟାଂସୁ ରାଜୱତଙ୍କୁ, ଇସ୍ରାଏଲର ଡାନିଲ ୨୧-୧୪, ୨୧-୧୨ରେ ଭାରତର ଶାଶ୍ବତ ଦଲାଲଙ୍କୁ ହରାଇଥିଲେ। ମିଶ୍ରିତ ଯୁଗଳରେ ଭାରତର ରୋହନ କାପୁର ଓ ଅଶ୍ବିନୀ ପୁନମା ୨୧-୧୯, ୨୧-୧୫ରେ ମାଲେସିଆର ତିଙ୍ଗ ସି ଓ ଗନଜିଂ ଇରରଙ୍କୁ, ହି ୟୋଙ୍ଗ୍ କାଇ ଓ ତେରି ତାନ ଜେସିକା ୨୧-୧୩, ୨୧-୧୫ରେ ୟୁଏଇର ଖୁସୱନ୍ତ ଓ ଶ୍ରୀଯୁକ୍ତାଙ୍କ ଯୋଡ଼ିଙ୍କୁ, ଭାରତର ନିଥିନ ଏଚ.ଭି ଓ ରିଧି କୌର ୨୩-୧୨, ୨୧, ୧୮ରେ ମଂଜିଜ ସିଂହ ଓ ଅନଘାଙ୍କୁ, ଅସ୍ଥିତ ସୂର୍ଯ୍ୟା ଓ ଅମୃତା ୨୧-୧୧, ୨୧-୧୫ରେ ୟୁଏଇର ସେନ୍ଥିଲ ଓ ଆଲିନାଙ୍କୁ, ନୀତିନ କୁମାର ଓ ନାବଧା ୨୧-୨୧, ୨୯-୨୭ରେ ଇଣ୍ଡୋନେସିଆର ରାଫିଲ ଓ ଇନନ୍ଧାଙ୍କୁ, ମାରୱାନା ଫାଜା ଓ ଜେସିକା ୨୧-୧୮, ୨୧-୧୯ରେ ଛାୟନିତ ଓ କାବ୍ୟାଙ୍କୁ, ଆଦନାନ ଓ ନୀତା ୨୨-୨୦, ୨୧-୯ରେ ଭାରତର ଡିଙ୍ଗୁ ସିଂହ ଓ ପ୍ରିୟଙ୍କାଙ୍କୁ ହରାଇଛନ୍ତି।
[ad_2]