ଖେଳ ଖବର

ରଣଜୀ ଟ୍ରଫି ଫାଇନାଲ୍‌: ସଚିନଙ୍କ ୨୯ ବର୍ଷର କୀର୍ତ୍ତିମାନ ଭାଙ୍ଗିଲେ ମୁସୀର – bajravana

[ad_1]

ବିଦର୍ଭ ସମ୍ମୁଖରେ ୫୩୮ ରନ୍‌ ଲକ୍ଷ୍ୟ

ମୁମ୍ବାଇ: ରଣଜୀ ଟ୍ରଫି ଜିତିବା ଲାଗି ବିଦର୍ଭ ସମ୍ମୁଖରେ ୫୩୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ୪୧ ଥର ବିଜେତା ମୁମ୍ବାଇ। ଜବାବରେ ବିଦର୍ଭ ତୃତୀୟ ଦିନ ଶେଷ ସୁଦ୍ଧା କୌଣସି ୱିକେଟ୍‌ ନହରାଇ ୧୦ ରନ୍‌ କରିଛି। ମ୍ୟାଚ୍‌ ଆଉ ଦୁଇ ଦିନ ବାକିଥିଲା ବେଳେ ବିଜୟଠୁ ବିଦର୍ଭ ୫୩୭ ରନ୍‌ ଦୂରରେ ରହିଛି।
ଗତ କାଲିର ସ୍କୋର୍‌ ୧୪୧/୨ରୁ ଖେଳ ଆରମ୍ଭ କରିଥିବା ମୁମ୍ବାଇ ଏଥିରେ ଆଉ ୨୭୭ ରନ୍‌ ଯୋଡ଼ି ଅଲ୍‌ଆଉଟ୍‌ ହୋଇଯାଇଥିଲା। ମୁସୀର ଖାନ (୧୩୬) ଶତକ ଅର୍ଜନ କରିଥିଲା ବେଳେ ଶ୍ରେୟସ ଆୟର (୯୫) ଶତକରୁ ବଞ୍ଚିତ ‌ହୋଇଥିଲେ। ଏମାନଙ୍କ ବାଦ୍‌ ଅଜିଙ୍କ୍ୟ ରାହାଣେ (୭୩) ଓ ସାମ୍ସ ମୁଲାନି (୫୦*) ଅର୍ଦ୍ଧଶତକ ହାସଲ କରିଥିଲେ। ହର୍ଷ ଦୁବେ ୫ ଓ ୟାଶ ଠାକୁର ୩ ୱିକେଟ୍‌ ସଫଳତା ପାଇଥିଲେ। ରଣଜୀ ଫାଇନାଲ୍‌ରେ ୧୯ ବର୍ଷୀୟ ମୁସୀର ଶତକ ହାସଲ କରି ମୁମ୍ବାଇ ପାଇଁ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ଏଥି କ୍ଷେତ୍ରରେ ‌ସେ କିଂବଦନ୍ତି ବ୍ୟାଟର୍‌ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ୨୯ ବର୍ଷ ତଳର କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ସଚିନ ୧୯୯୪-୯୫ ରଣଜୀ ଟ୍ରଫି ଫାଇନାଲ୍‌ରେ ପଞ୍ଜାବ ବିପକ୍ଷରେ ୨୧ ବର୍ଷ ବୟସ‌ରେ ୧୪୦ ରନ୍‌ର ପାଳି ଖେଳିଥିଲେ। ମୁସୀର ହେଉଛନ୍ତି ନିକଟରେ ଟେଷ୍ଟ୍‌ ପଦାର୍ପଣ କରିଥିବା ସର୍‌ଫରାଜ ଖାନଙ୍କ ସାନ ଭାଇ।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ପ୍ରଥମ ପାଳି: ୨୨୪/୧୦ (ଶାର୍ଦୁଳ ଠାକୁର-୭୫, ପୃଥ୍ବୀ ସ’-୪୬, ୟଶ ଠାକୁର-୩/୫୪, ହର୍ଷ ଦୁବେ-୩/୬୨, ଉମେଶ ୟାଦବ-୨/୪୩)। ବିଦର୍ଭ ପ୍ରଥମ ପାଳି: ୧୦୫/୧୦ (ୟଶ ରାଠୋଡ଼-୨୭, ତନୁଷ କୋଟିଆଁ-୩/୭, ଧବଲ କୁଲକର୍ଣି-୩/୧୫, ସାମ୍ସ ମୁଲାନୀ-୩/୩୨, ଶାର୍ଦୁଳ ଠାକୁର-୧/୨୨)। ମୁମ୍ବାଇ ଦ୍ବିତୀୟ ପାଳି: ୧୩୦.୨ ଓଭରରେ ୪୧୮ (ମୁସୀର ଖାନ୍-୧୩୬, ଶ୍ରେୟସ ଆୟର-୯୫, ଅଜିଙ୍କ୍ୟ ରାହାଣେ-୭୩, ସାମ୍ସ ମୁଲାନି-୫୦*, ହର୍ଷ ଦୁବେ-୫/୧୪୪, ୟାଶ ଠାକୁର-୩/୭୯)।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button