ଓଡିଶା

ମାଲକାନଗିରି ଜିଲ୍ଲା କାରାଗାରରେ କ୍ଷମତାଠାରୁ ଅଧିକ ଅନ୍ତେବାସୀ; ୬୫୦ କଏଦୀଙ୍କ ପାଇଁ ୧୨ କାରାରକ୍ଷୀ – bajravana

[ad_1]

ମାଲକାନଗିରି: ଜେଲ ନା ଶୁଣିଲେ କାହାକୁ ବା ଡର ନଲାଗେ। କିନ୍ତୁ ଜେଲରୁ ବାହାରିବା ବ୍ୟକ୍ତିଙ୍କୁ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକତା ରହିଛି। ଅନ୍ତେବାସୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ କଳା ଓ କୌଶଳର ଶିକ୍ଷା ଆବଶ୍ୟକତା ରହିଛି। କିନ୍ତୁ ନିଜେ ରୋଜଗାର ‌ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ କାରାଗାରରେ କୌଣସି ସୁବିଧା ନାହିଁ। ଯେଉଁଠି ଅନ୍ତେବାସୀ ରହିବା ପାଇଁ ଜାଗା ଅଣ୍ଟୁନି ସେଠାରେ ଧନ୍ଦାମୂଳକ ଶିକ୍ଷା ମିଳିବ କେଉଁଠି। ମାଲକାନଗିରି ଜିଲ୍ଲ କାରାଗାରରେ ଆବଶ୍ୟକତା ଠାରୁ ଅଧିକ ଅନ୍ତେବାସୀ ରହିଥିବାର ଦେଖିବାକୁ ମିଳିଛି। ଏଠି ଜାଗା ଅଭାବରୁ ଅନ୍ତେବାସୀଙ୍କୁ କୋରାପୁଟ ଓ ରାୟଗଡା ଜିଲ୍ଲାରେ ଥିବା କାରାଗାରକୁ ପଠାଇବାକୁ ପଡୁଛି। ଏଥିସହ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ମଧ୍ୟ ମୋଟ ୧୨ ଜଣ କାରାରକ୍ଷୀ ରହିଛନ୍ତି।

ସୂଚନାଯୋଗ୍ୟ, ୧୯୬୦ ମସିହାରୁ ମାଲକାନଗିରି ଉପକାରାଗାର ଆରମ୍ଭ ହୋଇଛି। ସେଠାରେ ୬୨୪ ଜଣ ଅନ୍ତେବାସୀ ରହିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ କାରାଗାରରେ ୬୫୦ ଜଣ ଅନ୍ତେବାସୀ ରହୁଛନ୍ତି। କାରାଗାରରେ ମୋଟ ୨୦ଟି ୱାର୍ଡ ସହିତ ୫ଟି ସେଲ୍ ରହିଛି। ମହିଳା ୱାର୍ଡରେ ୧୦ ଜଣ ଅନ୍ତେବାସୀ ରହିଥିବା ବେଳେ ପୁରୁଷ ୱାର୍ଡରେ ୬୪୦ ଜଣ ଅନ୍ତେବାସୀ ରହିଛନ୍ତି। ୬୪୦ ଜଣ ପୁରୁଷ ମଧ୍ୟରୁ ୧୧ ଜଣ କଏଦୀ ହୋଇଥିବା ବେଳେ ୬୨୯ ଜଣ ବିଚାରଧୀନ କଏଦୀ ଅଟନ୍ତି। ଏହି କାରାଗାରେ ଜାଗା ଅଭାବ ରହିଥିବା ବେଳେ ଏଠିକାର ଅନ୍ତେବାସୀମାଙ୍କୁ ନେଇ କୋରାପୁଟ ଜିଲ୍ଲାର କୋଟପାଡ ଓ ରାୟଗଡା ଜିଲ୍ଲାର ବିଷମକଟକ କାରଗାରରେ ରଖାଯାଇଛି। ମାଲକାନଗିରି କାରାଗାରରେ ଖେଳକୁଦ କରିବା ପାଇଁ ଉପଯୁକ୍ତ ଜାଗା ମଧ୍ୟ ଅଭାବ ରହିଛି। ଏଥିସହ ଅନ୍ତେବାସୀମାନେ କୌଣସି ଧନ୍ଦାମୂଳକ କାର୍ଯ୍ୟ କରିବା ପାଇଁ ମଧ୍ୟ ସୁଯୋଗ ପାଇପାରୁ ନାହାନ୍ତି। ମାଲକାନଗିରି କାରାଗାରରେ କାରାପାଳ, ଉପ କାରାପାଳ, ଫାର୍ମାସିଷ୍ଟ, ଡାକ୍ତର, ଝାଡୁଦାର ଓ ଡ୍ରାଇଭର ଜଣେ ଲେଖାଏଁ ରହିଛନ୍ତି। ଅନ୍ତେବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ୧୦ ଜଣ କାରାରକ୍ଷୀ ରହିଛନ୍ତି। ସେଥିରେ ୨ ଜଣ ମହିଳା ଓ ୮ ଜଣ ପୁରୁଣ ଅଟନ୍ତି। ଏହି ୧୦ ଜଣ କାରାରକ୍ଷୀକୁ ପରିଚାଳନା କରିବା ପାଇଁ ୩ ଜଣ ମୁଖ୍ୟ କାରାରକ୍ଷୀ ଆବଶ୍ୟତକା ରହିଥିବା ବେଳେ ୨ ଜଣ ରହିଛନ୍ତି।

ମାଲକାନଗିରି କାରାଗାରରେ ଗଞ୍ଜେଇ ମାଲମା ଠାରୁ ଆରମ୍ଭ କରି ବହୁ ମାଓବାଦୀ ମଧ୍ୟ ରହିଛନ୍ତି। ସେମାନଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦେବା ପାଇଁ ଅଧିକ କାରାରକ୍ଷୀ ଆବଶ୍ୟକତା ରହଥିବା ବେଳେ ତାହା ବୃଦ୍ଧି ହୋଇପାରୁ ନାହିଁ। ନୂତନ କାରଗାର ନିୟମ ଅନୁଯାୟୀ ୬ ଜଣ ଅନ୍ତେବାସୀଙ୍କୁ ଜଣେ କାରାରକ୍ଷୀ ନିୟୋଜିତ ପାଇଁ ନିୟମ ରହିଛି, କିନ୍ତୁ ଏଠାରେ ୪୫ ଜଣ ଅନ୍ତେବାସୀଙ୍କ ପାଇଁ ଜଣେ କାରାରକ୍ଷୀ ଅଛନ୍ତି। ଜଣଙ୍କୁ ଦୈନିକ ୮ ଘଣ୍ଟା ବଦଳରେ ୯ ଘଣ୍ଟା କାର୍ଯ୍ୟ କରିବାକୁ ପଡୁଛି। ଦିନବେଳା ୬ ଘଣ୍ଟା ଡ୍ୟୁଟି କରୁଥିବା ବେଳେ ରାତିରେ ପୁଣି ୩ ଘଣ୍ଟା ଲେଖାଏଁ ଡ୍ୟୁଟି କରୁଛନ୍ତି। ଅନ୍ତେବାସୀଙ୍କ ନିୟମିତ ଉପସ୍ଥାନ ନେବା, ଖାଦ୍ୟ ଓ ପାନୀୟ ବ୍ୟବସ୍ଥା ବୁଝିବା, ସାକ୍ଷାତକାର କରାଇବା ଭଳି ବିଭିନ୍ନ କାର୍ଯ୍ୟ କରିବାକୁ ପଡୁଛି।

ମାଲକାନଗିରି କାରାପାଳଙ୍କ କହିବାନୁଯାୟୀ, ଗତ ମାସରେ ମାଲକାନଗିରି ଉପକାରାଗାରକୁ ସରକାର ଜିଲ୍ଲା କାରାଗାର ଭାବେ ଅପଗ୍ରେଡ କରିଛନ୍ତି। ଜିଲ୍ଲା କାରାଗାର ଅନୁସାରେ ପୁଣି ଅଧିକାରୀ ଓ କର୍ମଚାରୀ ମଧ୍ୟ ଆସନ୍ତା ଦିନରେ ନିଯୁକ୍ତି ପାଇବେ। କର୍ମଚାରୀ ଆସିଲେ ଏହି ଅସୁବିଧା ଦୂର ହୋଇଯିବ କହିଛନ୍ତି। ଏବେ କର୍ମଚାରୀ ଅଭାବରୁ କାରାଗାର ବାହାରେ ସୁରକ୍ଷା ଯୋଗାଇଦେବା ପାଇଁ ଜିଲ୍ଲା ପୁଲିସ ସହଯୋଗରେ ଫୋର୍ସ ନିୟୋଜତ କରାଯାଉଥିବା କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button