ଖେଳ ଖବର

ମହିଳା କ୍ରିକେଟ ଟିମକୁ ସ୍ୱର୍ଣ୍ଣ – bajravana

[ad_1]

ନୂଆଦିଲ୍ଲୀ: ଏସିଆନ ଗେମ୍ସର ଫାଇନାଲ ମୁକାବିଲାରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଶ୍ରୀଲଙ୍କାକୁ ୧୯ ରନରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି । ଏହାସହ ଭାରତୀୟ ମହିଳା କ୍ରିକେଟ ଟିମ୍ ପ୍ରଥମଥର ପାଇଁ ଏସିଆନ ଗେମ୍ସରେ ପଦକ ଜିତିବାରେ ସକ୍ଷମ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୧୬ ରନ୍ ହାସଲ କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା ଟିମ୍ ୨୦ ଓଭରରେ ୮ ୱିକେଟ ହରାଇ ୯୭ ରନ୍ କରିଥିଲା । ଭାରତ ତରଫରୁ ହୀରୋ ସନ୍ଧୁ ୪ ଓଭରରେ ୬ ରନ୍ ଦେଇ ୩ ୱିକେଟ ହାସଲ କରିଥିଲେ । ସ୍ମୃତି ମନ୍ଧାନା ମଧ୍ୟ ୪୬ ରନ କରିବାରେ ସଫଳ ହୋଇଥିଲେ ।

ସୂଚନାଯୋଗ୍ୟ, ଏସିଆନ ଗେମ୍ସରେ ସୁଟିଂ ପରେ ମହିଳା କ୍ରିକେଟ ଟିମ୍ ୨ୟ ସ୍ୱର୍ଣ୍ଣ ପଦକ ଜିତିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button