୩,୪୫,୦୦୦ ମୃତ ଭୋଟରଙ୍କ ନାଁ ତାଲିକାରୁ ତୁରନ୍ତ କାଟ – bajravana
[ad_1]
ସବୁ ଯୋଗ୍ୟ ଭୋଟରଙ୍କୁ ନିର୍ବାଚନ ପୂର୍ବରୁ ସାମିଲ୍ କର
ଭୁବନେଶ୍ବର: ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମୟରେ ଜଣେ ହେଲେ ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି ସେଥିପ୍ରତି ଜିଲ୍ଲାପାଳମାନେ ସଜାଗ ରୁହନ୍ତୁ। ଏହାବାଦ୍ ନିକଟରେ ଘରକୁ ଘର ବୁଲି ହୋଇଥିବା ସର୍ଭେରେ ଯେଉଁ ୩,୪୫,୦୦୦ ଜଣ ମୃତ ଭୋଟରଙ୍କ ନାଁ ଏବେବି ଭୋଟର ତାଲିକାରେ ଅଛି ବୋଲି ଜଣାପଡ଼ିଛି ସେମାନଙ୍କୁ ତୁରନ୍ତ ତାଲିକାରୁ ବାଦ୍ ଦେବାକୁ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଡେପୁଟି ନିର୍ବାଚନ କମିସନର ଧର୍ମେନ୍ଦ୍ର ଶର୍ମା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ଖାରବବେଳ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ଆଗାମୀ ସାଧାରଣ ନିର୍ବାଚନ ନେଇ ଜିଲ୍ଲାସ୍ତରରେ କିପରି ପ୍ରସ୍ତୁତି ହେବା ଦରକାର, କ’ଣ ସମସ୍ୟା ରହିଛି, ଇଭିଏମ୍ ମେସିନ୍ କିପରି ସୁରକ୍ଷିତ ରହିବ, ନିର୍ବାଚନ ସମୟରେ କିପରି ନିରପେକ୍ଷ ଭାବେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ ସେନେଇ ପରାମର୍ଶ ଦେଇଛନ୍ତି। ସେହିପରି ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ନିର୍ବାଚନମଣ୍ଡଳୀକୁ ସ୍ଥାନାନ୍ତର ହେଲେ ଭୋଟରମାନଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରି ବୁଥ୍ସ୍ତରୀୟ ଅଧିକାରୀଙ୍କ ଜରିଆରେ ଦାଖଲ କରିବାକୁ ପଡ଼ିବ କିମ୍ବା ଭୋଟରମାନେ ନିଜେ ଭୋଟର ହେଲ୍ପଲାଇନ୍ ଆପ୍ କିମ୍ବା ଏନ୍ଭିଏସ୍ପି ପୋର୍ଟାଲରେ ଅନଲାଇନ୍ ମାଧ୍ୟମରେ ଘରେ ରହି ତାଲିକାରେ ନାମ ଯୋଗ, ତାଲିକାରୁ ନାମ ବାଦ୍ ଦେବା, ସ୍ଥାନାନ୍ତର ଏବଂ ତ୍ରୁଟି ସଂଶୋଧନ କରିପାରିବେ। ଏକ ଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ସମୀକ୍ଷା ବୈଠକରେ ଗୁରୁତ୍ବାରୋପ କରାଯାଇଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଫଟୋ ଭୋଟର ପରିଚୟ ରେଜିଷ୍ଟ୍ରି ଡାକ ଯୋଗେ ଯୋଗାଇ ଦେବା ଉପରେ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ବିଶେଷ ଦୃଷ୍ଟି ଦେବାକୁ ସମୀକ୍ଷା ବୈଠକରେ ଅଧିକାରୀମାନେ ପ୍ରକାଶ କରିଛନ୍ତି।
ଆଜିର ବୈଠକରେ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଡିଇସି ନୀତେଶ ବ୍ୟାସ, ଡେପୁଟି ନିର୍ବାଚନ କମିସନର ମନୋଜ କୁମାର ସାହୁ, ସମସ୍ତ ଜିଲ୍ଲାପାଳ, ରାଜସ୍ବ କମିସନର, ନିର୍ବାଚନ କମିସନଙ୍କ ବରିଷ୍ଠ ଅଧିକାରୀ ରାକେଶ କୁମାର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ସଂଘମିତ୍ରା ଶତପଥୀ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଅର୍ଥ ପରାମର୍ଶଦାତା ସଂଜୟ କୁମାର ଲୁଗୁନ୍, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀପ୍ରସାଦ ସାହୁ, ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
[ad_2]