ଓଡିଶା

ଆସିଲାନି ଆମ୍ବୁଲାନ୍‌ସ, ଚାଲିଗଲା ଜୀବନ: ବାଇକ୍‌ରେ ବୁହାହେଲା ଶବ – bajravana

[ad_1]

ଅନୁଗୁଳ: ବଜ୍ରପାତରେ ଆହତ ବ୍ୟକ୍ତିଙ୍କୁ ନେବା ପାଇଁ ଆମ୍ବୁଲାନ୍‌ସକୁ ଫୋନ୍‌ କରାଗଲା। ୩ ଘଣ୍ଟା ଅପେକ୍ଷା କଲେ ବି ଆମ୍ବୁଲାନ୍‌ସ ଆସିଲାନି। ଆଉ ଶେଷରେ ବ୍ୟକ୍ତିଙ୍କ ଜୀବନ ଚାଲିଗଲା। ଏପରିକି ବାଇକ୍‌ରେ ଯୁବକଙ୍କ ମୃତଦେହ ନେଇ ଡାକ୍ତରଖାନାରେ ପହଞ୍ଚିଲେ ସଂପର୍କୀୟ। ଏହା କୌଣସି ଦୁର୍ଗମ ଅଞ୍ଚଳର କଥା ନୁହେଁ। ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ସଦର ବ୍ଲକ୍‌ରେ ଆଜି ବାଇକ୍‌ରେ ମୃତଦେହ ବୁହା ହେବା ଚିତ୍ର ସାମ୍‌ନାକୁ ଆସିଛି। ୫-ଟି ଏବଂ ରାଜ୍ୟବାସୀଙ୍କୁ ସୁଶାସନ ଦେବା କଥା କହୁଥିବା ରାଜ୍ୟ ସରକାରଙ୍କ ଏହା ମୁଖା ଖୋଲି ଦେଇଛି।

ଅନୁଗୁଳ ଜିଲ୍ଲା ସଦର ବ୍ଲକ୍‌ ବଲାସିଂହା ଗାଁର ଦୁଆରୀ ଗୁରୁ (୬୦) ଆଜି ଅପରାହ୍‌ଣରେ ଗାଁ ସ୍କୁଲ ପଡ଼ିଆ ଆଡ଼କୁ ଯାଇଥିଲାବେଳେ ଘଡ଼ଘଡ଼ି ସହ ମେଘ ମାଡ଼ି ଆସିଥିଲା। ଏହି ସମୟରେ ବଜ୍ରପାତ ହେବାରୁ ଦୁଆରି ସେଠାରେ ଟଳି ପଡ଼ିଥିଲେ। ଏହା ଦେଖି ଗ୍ରାମବାସୀ ତାଙ୍କୁ ମେଡିକାଲ ନେବା ପାଇଁ ତୁରନ୍ତ ୧୦୮କୁ ଫୋନ୍‌ କରିଥିଲେ। ସେମାନେ ଆମ୍ବୁଲ‌ାନ୍‌ସ ପଠାଇବେ ପଠାଇବେ କହି ସମୟ ଗଡ଼ାଇ ଚାଲିଥିଲେ। ଏପଟେ ବର୍ଷା ଓ ଘଡ଼ଘଡ଼ି ହେଉଥିବାରୁ ଅନ୍ୟ କୌଣସି ଗାଡ଼ି ମିଳି ନଥିଲା। ଘରୋଇ ଗାଡ଼ି ମିଳିବା ବେଳକୁ ଦୁଆରିଙ୍କ ଶରୀର ନିଶ୍ଚଳ ହୋଇଯାଇଥିଲା। ତାଙ୍କର ମୃତ୍ୟୁ ହୋଇଯାଇଛି ‌ଭାବି ଘରୋଇ ଗାଡ଼ି ତାଙ୍କୁ ମେଡିକାଲ ଆଣିବାକୁ ମନା କରି ଦେଇଥିଲେ। ଏଭଳି ସ୍ଥିତିରେ ପରିବାର ଓ ସଂପର୍କୀୟ କଣ କରିବେ କିଛି ଜାଣି ପାରି ନଥିଲେ। ଶେଷରେ ଗ୍ରାମର ପ୍ରଦୀପ କୁମାର ସାହୁ ଏକ ବାଇକ୍‌ରେ ଦୁଆରିଙ୍କୁ ଆଣି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ଆଉ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆମ୍ବୁଲାନ୍‌ସକୁ ଅପେକ୍ଷା କରି କରି ଜଣେ ଲୋକଙ୍କ ଜୀବନ ଯିବା ଓ ପରେ ମୃତଦେହକୁ ବାଇକ୍‌ରେ ଅଣାଯିବା ସରକାରୀ ବ୍ୟବସ୍ଥାରେ ଥିବା ଫାଙ୍କକୁ ପଦାରେ ପକାଇ ଦେଇଛି। ଆହତଙ୍କୁ ଡାକ୍ତରଖାନା ଆଣିବା ଓ ମୃତଦେହକୁ ନେବା ପାଇଁ ମାଳମାଳ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ନେଇ ସରକାର ବାହାସ୍ଫୋଟ ମାରୁଥିଲେ ମଧ୍ୟ ଏହା କେବଳ ପ୍ରଚାର ସର୍ବସ୍ବ ବୋଲି ସ୍ପଷ୍ଟ ହୋଇଯାଇଛି। ଦୁଆରିଙ୍କୁ ଡାକ୍ତରଖାନା ଆଣିଥିବା ପ୍ରଦୀପ କୁମାର ସାହୁ କହିଛନ୍ତି ଯେ ସେ ବାରମ୍ବାର ୧୦୮କୁ ଫୋନ୍‌ କରିଥିଲେ। ଲାଇନ୍‌ ବ୍ୟସ୍ତ ଅଛି, କିଛି ସମୟ‌ ପରେ ଯୋଗାଡ଼ କରି ଆମ୍ବୁଲାନ୍ସ ପଠାଇବୁ ବୋଲି କହିଲେ। କିନ୍ତୁ ୩ ଘଣ୍ଟା ପର୍ଯ୍ୟନ୍ତ ବି ଆମ୍ବୁଲାନ୍ସ ଆସିଲାନି। ତେଣୁ ବାଧ୍ୟ ହୋଇ ବାଇକ୍‌ରେ ତାଙ୍କୁ ନେଇ ଡାକ୍ତରଖାନା ଆସିଥିଲୁ ବୋଲି ପ୍ରଦୀପ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button