ଖେଳ ଖବର

ଭାରତ-ପାକିସ୍ତାନ ମ୍ୟାଚରେ ପୁଣି ଦାଉ ସାଜିଲା ବର୍ଷା – bajravana

[ad_1]

କଲମ୍ବୋ : କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପର ଭାରତ-ପାକିସ୍ତାନ ସୁପର-୪ ମ୍ୟାଚ ପୁଣି ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । ପାକିସ୍ତାନର ସ୍କୋର ୧୧ ଓଭରରେ ୪୪/୨ ଥିବାବେଳେ ମ୍ୟାଚ ଅଟକିଯାଇଛି । ମ୍ୟାଚ ଅଟକିବା ବେଳକୁ କ୍ରିଜରେ ମହମ୍ମଦ ରିଜଓ୍ବାନ ୧ ରନ ଓ ଫକର ଜମାନ ୧୪ ରନ କରି ଖେଳୁଛନ୍ତି ।

ଦିନିକିଆରେ ଡିଏଲ ମେଥଡ୍ ଅନୁସାରେ ମ୍ୟାଚର ଫଳାପଳ ବାହାରିବା ପାଇଁ ଅତି କମରେ ୨୦ ଓଭର ଖେଳ ହେବା ଆବଶ୍ୟକ । ଏବେ ଯଦି ଏଣୁ ପୁଣି ବର୍ଷା ହେବା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି ।

ଯଦି ଏବେ ଆଉ ଖେଳ ନହୁଏ, ତେବେ ଭାରତ ଓ ପାକିସ୍ତାନ ଉଭୟ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ କରିବେ । ଯଦି ବର୍ଷା ଛାଡ଼ିବା ପରେ ପୁଣି ଖେଳ ହୁଏ ତେବେ ଡିଏଲ ମେଥଡ୍ ଅନୁସାରେ ପାକିସ୍ତାନ ପାଇଁ ନୂଆ ଟାର୍ଗେଟ୍ ରଖାଯିବ । ବର୍ତ୍ତମାନର ସ୍ଥିତି ଅନୁସାରେ ପାକିସ୍ତାନ ଯଦି ୨୦ ଓଭରରେ ୨୦୦ ରନ କରେ ତେବେ ବିଜୟୀ ହେବ । ସେହିପରି ୨୨ ଓଭରରେ ୨୧୬ରନ, ୨୪ ଓଭରରେ ୨୩୦ ରନ କିମ୍ବା ୨୬ ଓଭରରେ ୨୪୪ ରନ କରିବାକୁ ହେବ । ସୂଚନାଯୋଗ୍ୟ ଯେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୨ ଓ୍ବିକେଟ ହରାଇ ୩୫୬ରନ କରିଥିଲା ।

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button