୧୧୩ଦିନ ପରେ ଇନଷ୍ଟାରେ ଏହି ଫଟୋ ପୋଷ୍ଟ କଲେ ବିରାଟ – bajravana
[ad_1]
ନୂଆଦିଲ୍ଲୀ: ୧୧୩ଦିନ ପରେ ଫଟୋ ପୋଷ୍ଟ କଲେ ଭାରତୀୟ କ୍ରିକେଟର ବିରାଟ କୋହଲି। ଶେଷ ଥର ପାଇଁ ଅଗଷ୍ଟ ୨୧, ୨୦୨୩ରେ ବିରାଟ ନିଜର ଏକ ଫଟୋ ପୋଷ୍ଟ କରିଥିବା ବେଳେ ଏହା ପରେ ଇନଷ୍ଟାରେ ସେ କୌଣସି ପୋଷ୍ଟ କରିନଥିଲେ। ହେଲେ ଷଷ୍ଠ ବିବାହ ବାର୍ଷିକୀ ଅବସରରେ ସେ ନିଜ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଫଟୋ ପୋଷ୍ଟ କରିଥିବା ଦେଖାଯାଇଛି।
ସୋମବାର ଦୁହିଁଙ୍କର ବିବାହ ବାର୍ଷିକୀ ଥିଲା। ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ଏହି ଯୋଡ଼ି ପରସ୍ପରଙ୍କ ହାତ ଧରିଥିଲେ। ସୋମବାର ସେମାନଙ୍କର ଷଷ୍ଠ ବିବାହ ବାର୍ଷିକୀ ଥିବା ବେଳେ ଅନୁଷ୍କାଙ୍କ ସହ ଫଟୋ ସେୟାର କରିଛନ୍ତି ବିରାଟ।
ତେବେ ବିରାଟଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ଗୋଟିଏ ପଟେ ବିରାଟ କ୍ରିକେଟ୍ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରୁଥିବାବେଳେ ଅନ୍ୟ ପଟେ ସେ ଅନେକ କମ୍ପାନିରେ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ଅଛନ୍ତି। କେବଳ ଏତିକି ନୁହେଁ ବିରାଟ କୋହଲି ଅନେକ କମ୍ପାନିରେ ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି । ଅନେକ ସମୟରେ ଇନଷ୍ଟାରେ ବିରାଟ ବ୍ରାଣ୍ଡ ଆମ୍ବାସାଡର ଥିବା କମ୍ପାନିର ବିଜ୍ଞାପନ କରୁଥିବାର ଦେଖାଯାଏ। ହେଲେ ଏହି ୧୧୩ଦିନ ମଧ୍ୟରେ ସେ କୌଣସି ବିଜ୍ଞାପନ ପୋଷ୍ଟ କରିନଥିଲେ।
କୋହଲିଙ୍କ ମୋଟ ସମ୍ପତ୍ତି ବିଷୟରେ କହିବାକୁ ଗଲେ ସେ ପ୍ରାୟ ୧୦୪୬ କୋଟି ଟଙ୍କାର ମାଲିକ। ବିରାଟଙ୍କ ହାରାହାରି ବାର୍ଷିକ ଆୟ ପ୍ରାୟ ୧୫କୋଟି ଟଙ୍କା ହୋଇଥିବା ବେଳେ ମାସକୁ ସେ ପ୍ରାୟ ୧,୨୫,୦୦,୦୦୦ ଟଙ୍କା ରୋଜଗାର କରନ୍ତି। ଏହା ସହ ଗୋଟିଏ ସପ୍ତାହରେ କୋହଲିଙ୍କ ରୋଜଗାର ହେଉଛି ୨୮,୮୪,୬୧୫ଟଙ୍କା ଏବଂ ଗୋଟିଏ ଦିନରେ ସେ ପ୍ରାୟ ୫,୭୬,୯୨୩ ଟଙ୍କା ରୋଜଗାର କରନ୍ତି। ଏହା ଛଡ଼ା ବିସିସିଆଇ ପକ୍ଷରୁ ତାଙ୍କୁ ବାର୍ଷିକ ୭କୋଟି ଟଙ୍କା ମିଳେ। ରୋଜଗାର ଦୃଷ୍ଟିରୁ ବିରାଟ କୋହଲି ଦୁନିଆର ୧୦୦ଧନୀ ଖେଳାଳିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ।
[ad_2]