ମନୋରଞ୍ଜନ

ଜିଆଙ୍କ ମୃତ୍ୟୁ ପରେ ୭ବର୍ଷ ହେଲାଣି ଜଣଙ୍କୁ ଡେଟ୍ କରୁଛନ୍ତି ସୂରଜ, ଟ୍ରୋଲିଂ ଡରରେ ଲୁଚାଇଥିବା କହିଲେ – bajravana

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆତ୍ମହତ୍ୟା ମାମଲାରେ ଏପ୍ରିଲ ମାସରେ ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଥିଲେ। ଯଥେଷ୍ଟ ପ୍ରମାଣ ଅଭାବରୁ ବିଚାରପତି  ଏ. ଏସ୍‌. ସୟଦ୍‌ ସୂରଜଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଥିଲେ। ମୁମ୍ବାଇସ୍ଥିତ ‘ସିବିଆଇ’ ସ୍ବତନ୍ତ୍ର ଅଦାଲତର ବିଚାରପତି ସୟେଦ୍‌ କହିଥିଲେ, ଯଥେଷ୍ଟ ପ୍ରମାଣ ଅଭାବରୁ ଏହି ଅଦାଲତ ଆପଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରୁ ନାହିଁ, ତେଣୁ ଆପଣ ଦୋଷମୁକ୍ତ।

ତେବେ ଦୋଷମୁକ୍ତ ହେବାର କିଛି ମାସ ପରେ ଏବେ ସୂରଜ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି। ଜିଆଙ୍କ ମୃତ୍ୟୁ ପରେ ସେ ୭ବର୍ଷ ହେଲାଣି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିବା କହିଛନ୍ତି। ଇଟାଇମ୍ସକୁ ସାକ୍ଷତକାର ଦେଇ ସୂରଜ ପାଞ୍ଚୋଲି କହିଛନ୍ତି, “ମୁଁ ଭାବୁଛି ଯେ ଜିଆଙ୍କ ସହ ମୋର ପ୍ରେମ ସମ୍ପର୍କ ସବୁଠାରୁ କମ୍ ସମୟ ପାଇଁ ଥିଲା। ଏହା ପରେ, ମୁଁ ଆଉ ଗୋଟିଏ ପ୍ରେମ ସମ୍ପର୍କରେ ଏବେ ଅଛି ଏବଂ ଏହାକୁ ପ୍ରାୟ ସାତ ବର୍ଷ ହୋଇଗଲାଣି। ତାଙ୍କ ସହ ସମ୍ପର୍କ ବହୁତ ସୁନ୍ଦର ଅଟେ। ପ୍ରେମରେ ପଡ଼ିବା  ଦୁନିଆରେ ସବୁଠୁ ଭଲ ଅନୁଭୂତି। ମୋ ପାଇଁ ଏହି ସମ୍ପର୍କ ଅତ୍ୟନ୍ତ ବ୍ୟକ୍ତିଗତ, କାରଣ ଜିଆଙ୍କ ମୃତ୍ୟୁ ପରେ ଅନେକ ଲୋକ ମୋତେ ଖରାପ ପ୍ରେମିକ ଭାବୁଛନ୍ତି। କିନ୍ତୁ ମୁଁ କିପରି ମଣିଷ ତାହା କେବଳ ମୋର ପରିବାର ଓ ଘନିଷ୍ଠ ବନ୍ଧୁମ‌ାନେ ଜାଣନ୍ତି। ମୁଁ ଏବେ ଯାହାଙ୍କ ସହ ଅଛି ସେ ଜଣେ ଅଭିନେତ୍ରୀ ନୁହଁନ୍ତି। ତେଣୁ ମୁଁ ତାଙ୍କ ପରିଚୟ ପ୍ରକାଶ କରିବାକୁ ଚାହେଁ ନାହିଁ। ଏହା ବ୍ୟତୀତ ମୁଁ ମୋର ସମ୍ପର୍କକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରେ।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button