ମନୋରଞ୍ଜନ

ବିଗ୍ ବି କେବିସି ହୋଷ୍ଟ କରନ୍ତୁ ବୋଲି ଚାହୁନଥିଲେ ପତ୍ନୀ ଜୟା, କାରଣ… – bajravana

[ad_1]

ମୁମ୍ବାଇ: ଆମେ ଟିଭିରେ ଅନେକ ରିଆଲିଟି ସୋ’ ଦେଖିଛେ, କିନ୍ତୁ କୌନ ବନେଗା କରୋଡପତି(କେବିସି) ପ୍ରତ୍ୟେକ ଦଶର୍କଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଯେତେବେଳେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏହି ସୋ’ର ଉପସ୍ଥାପନା କରନ୍ତି, ଏହା ଆହୁରି ସ୍ୱତନ୍ତ୍ର ହୋଇଯାଏ। କିନ୍ତୁ କିଛି ଲୋକ ହୁଏତ ଏହା ଜାଣି ନଥିବେ ଯେ ଏପରି ଏକ ସମୟ ଥିଲା ଯେତେବେଳେ କେବିସିର ଉପସ୍ଥାପକ ହେବା ପାଇଁ ବିଗ୍ ବିଅମିତାଭ ବଚ୍ଚନ ନେଇଥିବା ନିଷ୍ପତ୍ତିରେ ପତ୍ନୀ ଜୟା ବଚ୍ଚନ ଖୁସି ନଥିଲେ।

ଏକ ସାକ୍ଷାତକାରରେ ଜୟା ବଚ୍ଚନ ପ୍ରକାଶ କରିଛନ୍ତି ଯେ ଯେତେବେଳେ ତାଙ୍କ ସ୍ୱାମୀ ଅମିତାଭ ବଚ୍ଚନ ତାଙ୍କ ଅଭିନୟ କ୍ୟାରିୟରର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲେ, ସେତେବେଳେ ତାଙ୍କୁ କେବିସିର ଉପସ୍ଥାପକ ହେବାର ପ୍ରସ୍ତାବ ମିଳିଥିଲା। ବିଗ୍ ବି ଏହାକୁ ଗ୍ରହଣ କରିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବଡ଼ ପରଦାରେ କାମ କରିବା ପରେ ଛୋଟ ପରଦାକୁ ଆସି ଉପସ୍ଥାପକ ହେବାର ନିଷ୍ପତ୍ତିକୁ ସେ ପସନ୍ଦ କରୁନଥିଲେ। ହେଲେ ଏବେ ଅମିତାଭ ବଚ୍ଚନଙ୍କ ନିଷ୍ପତ୍ତି ଠିକ ଥିଲା ‌ବୋଲି ଜୟା ଜାଣିପାରିଥିବା କହିଛନ୍ତି।

ଏବେ କେବିସିର ୧୫ତମ ସିଜିନ୍ ଚାଲିଥିବା ବେଳେ ସୋ’କୁ ପ୍ରଥମ କରୋଡପତି ମିଳିସାରିଛି। ପାକିସ୍ତାନ ସୀମା ନିକଟବର୍ତ୍ତୀ ପଞ୍ଜାବର ଖାଲଦା ଗାଁର ଜାସ୍କରନ୍ ସିଂ ଏହି ସୋ’ରେ ୧ କୋଟି ଟଙ୍କା ଜିତିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button