ଅପରାଧ

ସ୍ବାମୀ ଚାଲିଯିବା ପରେ ଏକାଠି ଜୀବନ ହାରିଦେଲେ ମା’ ଓ ପୁଅ – bajravana

[ad_1]

ନୂଆଦିଲ୍ଲୀ: ରାଜସ୍ଥାନର କୋଟାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୋରଖେଡ଼ା ଥାନା ଅଧୀନରେ ଥିବା ଏକ କୋଠାରେ ଜଣେ ମହିଳା ତାଙ୍କ ପୁଅ ସହିତ ବସବାସ କରୁଥିଲେ। ଖବର ଆସିଛି କି ମ‌ା’ ଓ ପୁଅ ଦୁହେଁ ବିଷ ଖାଇ ଜୀବନ ହାରି ଦେଇଛନ୍ତି। ଜୀବନ ହାରିବାର କାରଣ ଆର୍ଥିକ ସଙ୍କଟ ବୋଲି କୁହାଯାଉଛି।

ପୁଲିସ ଏହି ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ମା’ ଓ ପୁଅଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଦେଇଛି। ଏଥିସହିତ ଦୁହିଁଙ୍କ ମୃତଦେହ ନିକଟରୁ କିଛି ବିଷାକ୍ତ ପଦାର୍ଥ ଓ ହିସାବ ଥିବା ଏକ ଡାଏରୀ ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ସତବିନ୍ଦର କୌର (୫୦) ଓ ତାଙ୍କ ପୁଅ ରୋବିନ ସିଂହ (୨୯) ବିଷାକ୍ତ ପଦାର୍ଥ ଖାଇ ଜୀବନ ହାରି ଦେଇଛନ୍ତି। ସତବିନ୍ଦର କୌରଙ୍କ ସ୍ବାମୀଙ୍କ ଦୁଇବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସ୍ବାମୀଙ୍କ ପୋଷାକ ଓ ମଦ ବ୍ୟବସାୟ ଥିଲା। ଏହି ବ୍ୟବସାୟ ଭଲ ଚାଲିଥିଲା। ହସଖୁସିରେ ମନଜିତ, ସତବିନ୍ଦର ଓ ପୁଅ ରୋବିନ ଦିନ କାଟୁଥିଲେ। କିନ୍ତୁ ହଠାତ ମନଜିତଙ୍କ ମୃତ୍ୟୁ ପରେ ସବୁ‌କିଛି ଛାରଖାର ହୋଇଯାଇଥିଲା। ଆର୍ଥିକ ସଙ୍କଟ ଦେଇ ଅନେକ ଦିନ ହେବ ମା’ ଓ ପୁଅ ଗତି କରୁଥିଲେ ବୋଲି କୁହାଯାଉଛି।

ସତବିନ୍ଦର କୌର ଜୀବନ ହାରିିିିିିବାର କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ସକ୍ରିୟ ଥିଲେ। ଏହାପରେ ପରିବାରଲୋକ ତାଙ୍କୁ ଫୋନ କରିଥିଲେ ହେଁ ସତବିନ୍ଦର କୌରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନଥିଲା। ଏହାପରେ ପରିବାରଲୋକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମା’ ଓ ପୁଅଙ୍କ ମୃତଦେହ ଜବତ କରିଥିଲା।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button