ଅପରାଧ

ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ଗୋଟିଏ ରାତିରେ ୪ଟି ଚୋରି, ମୁଖ୍ୟରାସ୍ତାର ଦୋକାନକୁ କଲେ ଟାର୍ଗେଟ୍‌ – bajravana

[ad_1]

ରାୟଗଡ଼ା: ରାୟଗଡ଼ାରେ ଚୋରଙ୍କ ଦୌରାତ୍ମ୍ୟ ବଢ଼ିଛି। ଗୁରୁବାର ରାତିରେ ଚାରୋଟି ଜାଗାରେ ଚୋରି କରି ସହରବାସୀଙ୍କୁ ଆତଙ୍କିତ କରିଦେଇଛନ୍ତି। ମୁଖ୍ୟରାସ୍ତା ଉପରେ ଥିବା ଚାରୋଟି ଦୋକାନକୁ କଲେ ଟାର୍ଗେଟ। ମୁଖ୍ୟ ରାସ୍ତାରେ ସିସିଟିଭି ଲଗାଯାଇଥିବା ବେଳେ ତାହା ଭୟ ନକରି ଚୋରମାନେ ସଟର ତାଡି ଚୋର କରିଛନ୍ତି। ଦୁଇଟି ମେଡିକାଲ ଷ୍ଟୋରର ସଟର ତାଡ଼ିଥିବା ବେଳେ ଗୋଟିଏ ଜେନେରାଲ ଷ୍ଟୋର ଏବଂ ଗୋଟିଏ ହାର୍ଡଵେର ଦୋକାନକୁ ଟାର୍ଗେଟ କରିଥିଲେ। ରାତିରେ ପୁଲିସ ଗାଡି ସହରରେ ଘନ ଘନ ପଇଁତରା ମାରୁଥିଲେ ମଧ୍ୟ ପୁଲିସକୁ ଚ୍ୟାଲେଞ୍ଜ କରି ଚୋରି କରିବାରେ ସଫଳ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପ୍ରତିଦିନ ରାତିରେ ସହରର କୌଣସି ନା କୌଣସି ସ୍ଥାନରେ ଚୋର ଘର ଏବଂ ଦୋକାନକୁ ଟାର୍ଗେଟ କରୁଛନ୍ତି।ଲୋକେ ଏକ ପ୍ରକାର ଭୟଭିତ ହୋଇ ରହିଛନ୍ତି। ଯେଉଁ ଘର ଚାବି ପଡିଥିବା ଜଣାପଡିଲା, ସେହି ଘରକୁ ଚୋର ଟାର୍ଗେଟ କରୁଛନ୍ତି। ତେଣୁ ଲୋକେ ଘରକୁ ଚାବି ପକାଇ ବାହାରକୁ ଯିବାକୁ ଭୟ କଲେଣି। ଏପରିକି ସାଇ ମନ୍ଦିରରେ ଗତ କିଛି ଦିନ ତଳେ ଲକ୍ଷାଧିକ ଟଂକାର ରୂପାର ଜିନିଷ ଚୋର କରି ନେଇଗଲେ। ପୁଲିସ ତଦନ୍ତ କରୁଛି କିନ୍ତୁ ଚୋରକୁ ଧରିବାରେ ଅସଫଳ ହେଉଛି। ସହରରେ ଏତେ ଚୋରି ହେଉଥିଲେ ମଧ୍ୟ ଜଣେ ବି ଚୋର ପୁଲିସ ହାତରେ ପଡୁ ନାହାନ୍ତି, ଯାହା କି ପୁଲିସର ପାରିବା ପଣିଆକୁ ବୟାନ କରୁଛି। ଗୋଟିଏ ରାତିରେ ଚାରି ଚାରୋଟି ଦୋକାନ ଉପରେ ଚୋରଙ୍କ ନଜର ପଡିବା ଏବଂ ଚୋରି କରିବା ପୁଲିସର ପେଟ୍ରୋଲିଂ ଉପରେ ସଂଦେହ ସୃଷ୍ଟି ହୋଇଛି।

ଥାନା ଠାରୁ ମାତ୍ର ଅଧ କିଲୋମିଟର ଦୁରରେ ଏସବୁ ଘଟଣା ଘଟୁଛି।କିନ୍ତୁ ପୁଲିସ କିଛି ଜାଣିପାରୁନାହିଁ। ସିସିଟିଭି ଦେଖି ପୁଲିସ ହେଲମେଟ ପିନ୍ଧିନଥିବା ଲୋକଙ୍କ ଉପରେ ଜୋରିମାନା ଆଦାୟ କରୁଛି ସିନା ସିସିଟିଭି ଦେଖି ଚୋରକୁ ଧରିବାରେ ପୁଲିସ ବିଫଳ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ତେବେ ଚାରୋଟି ଦୋକାନରୁ ୫୦ ହଜାରରୁ ଊର୍ଦ୍ଧ୍ବ ଟଂକା ଚୋରି ହୋଇଥିବା ବେଳେ ପୁଲିସର ତଦନ୍ତ ପରେ କଣ କଣ ଚୋର ହୋଇଛି ଜଣାପଡିବ ବୋଲି କୁହାଯାଇଛି। ଚୋରି ରୋକାନଗଲେ ଆଗାମୀ ଦିନରେ ସହରବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଲେଣି। ପୁଲିସ ଚୋରିକୁ କିପରି ଆୟତ୍ତ କରୁଛି ଦେଖିବାକୁ ବାକି ରହିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button