ଓଡିଶା

ରାସ୍ତା ନିର୍ମାଣରେ ବିଳମ୍ବ ଓ ନିମ୍ନମାନର କାମ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ – bajravana

[ad_1]

ପ୍ରଶାସନ ବିରୋଧରେ ଗର୍ଜିଲେ ପୁରୁଣାବଜାରବାସୀ

ଭଦ୍ରକ: ରାସ୍ତା ନିର୍ମାଣରେ ବିଳମ୍ବ ଓ ନିମ୍ନମାନର କାମ ବିରୋଧରେ ଶୁକ୍ରବାର ଭଦ୍ରକ ସହରର ୫ ହଜାରରୁ ଊର୍ଦ୍ଧ୍ବ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଭଦ୍ରକର ସ୍ଵାଧୀନ ପୌରାଧ୍ୟକ୍ଷା ଗୁଲ ମୁକ୍କି ହାବିବଙ୍କ ଆନ୍ଦୋଳନ ଡାକରାରେ ସାରା ପ୍ରଶାସନ ଦୋହଲି ଯାଇଛି। ପ୍ରଶାସନ ଓ ପୁଲିସ ଆଖିରୁ ନିଦ ହଜି ଯାଇଛି। ପୁରୁଣା ବଜାରରୁ ଏକ ବିରାଟ ଶୋଭାଯାତ୍ରାରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହିତ ପୁରୁଣାବଜାର ଅଞ୍ଚଳର ପ୍ରାୟ ହଜାରରୁ ଊର୍ଦ୍ଧ୍ବ ଲୋକ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଘେରାଉ କରିଥିଲା। ଏଇ ପ୍ରତିବାଦ ସମାବେଶରେ ପୁରୁଣାବଜାର ଅଞ୍ଚଳର ୧୫ ଟି ୱାର୍ଡ ଓ ୬ଟି ପଞ୍ଚାୟତର ଲୋକ ସାମିଲ ହୋଇଥିଲେ।

ସୂଚନା ଅନୁସାରେ ଭଦ୍ରକର ସର୍ବପୁରତାନ କଚେରି ବଜାର, ପୁରୁଣା ବଜାର ଭଦ୍ରକାଳୀ ରାସ୍ତା ପାଇଁ ୨୦୧୮ ମସିହାରେ ରାଜ୍ୟ ସରକାର ଯୋଗାଇ ଦେଇଥିବା ଅନୁଦାନରେ ଆଜି ପର୍ଯ୍ୟନ୍ତ ନିର୍ମାଣ ନହେବାରୁ ଏହାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ ପ୍ରକାଶ ପାଇଥିଲା। ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିଲେ ସର୍ବସମ୍ମତି କ୍ରମେ ଟେଣ୍ଡର କରାଯାଇ ୩୦ ଫୁଟର ରାସ୍ତା ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଜମି ଅଧିଗ୍ରହଣ କରାଯାଇ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଏହି ରାସ୍ତା ତୁରନ୍ତ ନିର୍ମାଣ କରିବା ପାଇଁ ଟେଣ୍ଡର କରାଯାଇଥିଲା। ମାତ୍ର ପୂର୍ତ୍ତ ବିଭାଗ ଏଇ ଏସ୍ଥାକୁ ନିମ୍ନ ମାନର କରିବା ସହ ରାତି ଅଧିଆ କାମ କରୁଥିଲେ। ରାସ୍ତା କାମର ଅହେତୁକ ବିଳମ୍ବ ପାଇଁ ସାରା ସହରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଭଟନାକୁ ନେଇ ଦୀର୍ଘ ଦିନବେଳା ସହରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ପ୍ରତିବାଦର ସ୍ବର ଉଠିଥିଲା। ଆଜି ଏହି ପ୍ରତିବାଦ ଉର୍ଗ୍ର ରୂପ ନେଇଥିଲା। ହଜାର ହଜାର ଲୋକ ଜିଲ୍ଲାପାଳ ଙ୍କ ଅଫିସ ଆଗକୁ ମାଡି ଆସିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button