ଦେଶ ବିଦେଶ

ବଜାରରେ ଲଞ୍ଚ ହେଲା TVS Apache RTR 310 – bajravana

[ad_1]

ନୂଆଦିଲ୍ଲୀ : ଘରୋଇ ବଜାରରେ ଏହାର ନୂଆ ସ୍ପୋର୍ଟ୍ସ ବାଇକ୍‌ ଲଞ୍ଚ କରିଛି ଟିଭିଏସ। ଲଞ୍ଚ ହେଲା TVS Apache RTR 310। ଆରଟିଆର ୩୧୦ ଫ୍ରିଷ୍ଟାଇଲରରେ କମ୍ପାନି ଅନେକ ଏଭଳି ଫିଚର୍ସ ଦେଇଛି ଯାହା ଏହି ସେଗମେଣ୍ଟରେ ପ୍ରଥମ। ନୂଆ ଆପାଚେରେ କ୍ରୁଜ୍‌ କଣ୍ଟ୍ରୋଲ, ୫ ରାଇଡ୍‌ ମୋଡ୍‌, ଟ୍ବିନ୍‌ ଏଲଇଡି ହେଡଲ୍ୟାମ୍ପ, ୫ ଇଞ୍ଚ ଟିଏଫଟି ଇନ୍‌ଷ୍ଟ୍ରୁମେଣ୍ଟ କ୍ଲଷ୍ଟର, କ୍ଲାଇମେଟ କଣ୍ଟ୍ରୋଲ ଏବଂ ରେସ୍‌ ଟ୍ୟୁନ୍ଡ ଡାଇନାମିକ୍‌ ଷ୍ଟାବିଲିଟି କଣ୍ଟ୍ରୋଲ (DSC) ଭଳି ଅନେକ ଫିଚର ରହିଛି।

ଏଭଳି ରହିଛି ଇଞ୍ଜିନ୍‌ : ଏହି ବାଇକ୍‌ରେ ୩୧୨,୧୨ ସିସି ସିଙ୍ଗିଲ ସିଲିଣ୍ଡର ଲିକ୍ବିଡ କୁଲ୍ଡ ଇଞ୍ଜିନ୍‌ ରହିଛି। ଯାହା ୯୭୦୦ rpmରେ ୩୫.୬ hpର ପାଓ୍ବାର ଏବଂ ୬୬୫୦ rpmରେ 28.7 nmର ପିକ୍ ଟର୍କ ଉତ୍ପନ୍ନ କରିଥାଏ। ଏହାକୁ ୦-୬୦ କିମି/ଘଣ୍ଟାର ସ୍ପିଡ୍‌ରେ ପହଞ୍ଚିବାକୁ ୨.୮୧ ସେକେଣ୍ଡର ସମୟ ଲାଗିଥାଏ ଏବଂ ଏହାର ଟପ୍‌ ସ୍ପିଡ୍‌ ୧୫୦ କିମି ପ୍ରତିଘଣ୍ଟା ରହିଛି।

ଟିଭିଏସ ଆପାଚେ ଆରଟିଆର ୩୧୦ ଫିଚର୍ସ : ଏହି ବାଇକ୍‌ରେ ଗୋ ପ୍ରୋ କଣ୍ଟ୍ରୋଲ ସହ ରହିଛି। ୫ ଇଞ୍ଚର ଟିଏଫଟି ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ରହିଛି। ଏହା ବ୍ୟତୀତ ଏଥିରେ ସିଗ୍ନେଚର ଡିଆରଏଲ ସହ ସ୍ଲିପ୍ଟ ହେଡଲ୍ୟାମ୍ପ ମଧ୍ୟ ରହିଛି। ଏହା ସହ ବାଇକ୍‌ରେ ଟାୟର ମନିଟରିଂ ସିଷ୍ଟମ ଇତ୍ୟାଦି ଅନେକ ଫିଚର୍ସ ରହିଛି। ଏହି ବାଇକ୍‌ରେ କ୍ଲାଇମେଣ୍ଟ କଣ୍ଟ୍ରୋଲ ସିଟ୍ ରହିଛି ଯାହା କେବଳ ୩ ମିନିଟ୍‌ରେ ୧୫ ଡିଗ୍ରୀ ସେଲସିୟସ୍‌ କୁଲିଂ ଏବଂ ହିଟିଂ କରିପାରିବ। ଏହା ବ୍ୟତୀକ ଏଥିରେ ମ୍ୟୁଜିକ୍‌ କଣ୍ଟ୍ରୋଲ, ଭଏସ ଆସିଷ୍ଟାଣ୍ଟ, ସ୍ମାର୍ଟ ହେଲମେଣ୍ଟ ଡିଭାଇସ କନେକ୍ଟିଭିଟି ବ୍ୟତୀତ ଟେଲିଫୋନ୍ ନାଭିଗେସନ ମଧ୍ୟ ରହିଛି।

ଏଭଳି ରହିଛି ଦାମ୍‌ : ଟିଭିଏସ୍‌ ଆପାଚେ ୩୧୦ର ଦାମ୍ ୨.୪୩ ଲକ୍ଷ (ଏକ୍ସ ଶୋରୁମ୍‌) ରଖାଯାଇଛି। କମ୍ପାନି ତରଫରୁ ଏହି ସ୍ପୋର୍ଟ୍ସ ବାଇକ୍‌ର ବୁକିଂ ମଧ୍ୟ ଆାରମ୍ଭ ହୋଇଛି। ୩,୧୦୦ ଟଙ୍କା ଦେଇ ଏହାକୁ ବୁକ୍‌ କରାଯାଇପାରେ। ଏହି ବାଇକ୍‌କୁ ତିନି ଭାରିଆଣ୍ଟରେ ଲଞ୍ଚ କରାଯାଇଛି। ଯେଉଁଥିରେ ପ୍ରଥମ ହେଉଛି ଆର୍ସେନଲ ବ୍ଲାକ୍‌ ଯାହାର ମୂଲ୍ୟ ୨.୪୩ ଲକ୍ଷ ବିନା କ୍ବିକ୍‌ସିଫ୍ଟର ସହ, ଆର୍ସେନାଲ ବ୍ଲାକ୍‌ ୨.୫୮ ଲକ୍ଷ, ଏବଂ ଫ୍ୟୁରି ୟୋଲୋ ୨.୬୪ ଲକ୍ଷ ଟଙ୍କା ଏକ୍ସ ଶୋରୁମ୍‌ ରଖାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button