ଦେଶ ବିଦେଶ

ଔଷଧ କାରଖାନାରେ ଅଗ୍ନିକାଣ୍ଡ : ୭ ମୃତ – bajravana

[ad_1]

ନୂଆଦିଲ୍ଲୀ, ୪/୧୧ : ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିବା ‌ଏକ ଔଷଧ କାରଖାନାରେ ସିରିଜ୍‌ ବିସ୍ଫୋରଣ ପରେ ନିଆଁ ଲାଗିଯିବାରୁ ୭ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ନିଖୋଜ ହୋଇଛନ୍ତି । ମହାଡ଼ର ‘ଏମ୍‌ଆଇଡିସି’ରେ ଅବସ୍ଥିତ ଉକ୍ତ ପ୍ଲାଣ୍ଟ୍‌ ‘ବ୍ଲୁ ଜେଟ୍‌ ହେଲ୍‌ଥ୍‌କେୟାର୍‌’ ମାଲିକାନାରେ ରହିଛି। ଶୁକ୍ରବାର ରାତି ପ୍ରାୟ ୧୦.୩୦ରେ ଏଥିରେ ବିସ୍ଫୋରଣ ଘଟିଥିଲା। ନିଆଁ ଲାଗିଲା ବେଳେ କାରଖାନାରେ ୫୭ଜଣ ଲୋକ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୪୬ଜଣଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି। ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସୋମନାଥ ଘାର୍ଗେ କହିଛନ୍ତି, ଆମେ ୭ଜଣଙ୍କ ଶବ ପାଇଛୁ। ଆହୁରି ୪ଜଣଙ୍କର ପତ୍ତା ମିଳୁନାହିଁ। ଆମର ମନେହୁଏ ଯେ, ସେମାନେ ସମସ୍ତେ କାରଖାନାର ଶ୍ରମିକ। କେତେକ ଶବ ଏମିତି ପୋଡ଼ିଯାଇଛି ଯେ, ଚିହ୍ନିବା ଅସମ୍ଭବ। ତଥାପି ଶବ ଚିହ୍ନଟ କରାଇବା ପାଇଁ ଆମେ ଉଦ୍ୟମ କରୁଛୁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button