ଅପରାଧ

ଜମି ଦେବା ନାଁରେ ୬୦ଲକ୍ଷ ଠକେଇ ଘଟଣା: ମୁଖ୍ୟ କିରାଣି ସମେତ ୫ ଗିରଫ – bajravana

[ad_1]

ଜାଲ୍‌ ପଟ୍ଟା, ସିଲ୍‌ ଓ କାଗଜପତ୍ର ଜବତ

ଭୁବନେଶ୍ୱର: ଚନ୍ଦକା ଥାନା ଅଞ୍ଚଳରେ ଜମି ଦେବା ନାଁରେ ଜାଲିଆତି କରି ୬୦ଲକ୍ଷ ଟଙ୍କା ଠକେଇ ଘଟଣାର ୪ବର୍ଷ ପରେ କମିସନରେଟ୍‌ ପୁଲିସ ସ୍ପେସାଲ କ୍ରାଇମ୍‌ ୟୁନିଟ୍‌ (ଏସ୍‌ସିୟୁ) ସବ୍‌ରେଜିଷ୍ଟ୍ରା ଅଫିସ୍‌ର ମୁଖ୍ୟ କିରାଣି ସମେତ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ କିରାଣି ପୁରୀ ଜିଲ୍ଲା ବାସେଳି ସାହିର ସଞ୍ଜୟ ଷଡ଼ଙ୍ଗୀ (୫୭), ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳର ବିଶ୍ୱଜିତ ବେହେରା (୨୪), କଟକ ତୁଳସୀପୁରର ବିକାଶ ଚନ୍ଦ୍ର ପଣ୍ଡା (୫୩), ଜଗତପୁରର ସୀମାଞ୍ଚଳ ମହାନ୍ତି (୬୨) ଓ ଚୌଦ୍ବାରର ପ୍ରସନ୍ନ ମିଶ୍ର (୫୮)। ପୁଲିସ ସେମାନଙ୍କ ଠାରୁ ଜାଲ୍‌ ପଟ୍ଟା, ସିଲ୍‌, ପରିଚୟପତ୍ର, କାଗଜପତ୍ର ଆଦି ଜବତ କରିଛି।

ସୂଚନା ମୁତାବକ, ଅଭିଯୁକ୍ତମାନେ ଜମିକିଣା ବିକା ନେଇ ଦଲାଲି କରୁଥିବାବେଳେ ଅଧିକ ଅର୍ଥ ରୋଜଗାର ପାଇଁ ଲୋକଙ୍କୁ ଠକିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ଅନ୍‌ଲାଇନ୍‌ରେ ଏକ ପୋର୍ଟାଲ ଖୋଲିଥିଲେ। ନିଜର ଖଣ୍ଡିଏ ଜମି ନଥିବାବେଳେ ଲୋକଙ୍କ ଜମିକୁ ନିଜର ଜମି ଦର୍ଶାଉଥିଲେ। ଆଉ ବିଭିନ୍ନ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ସେହି ଜମିକୁ ଲୋକଙ୍କୁ ବିକ୍ରିକରି ଲୁଟୁଥିଲେ। ୨୦୧୯ ମସିହାରେ ନୟାଗଡ଼ ଜିଲ୍ଲାର ଚିନ୍ମୟ ଦଳେଇ ନାମକ ଜଣେ ଯୁବକ ଭୁବନେଶ୍ବରରେ ଜମି କିଣିବା ପାଇଁ ଅନ୍‌ଲାଇନ୍‌ରେ ଖୋଜାଖୋଜି କରୁଥିବାବେଳେ ବିଶ୍ବଜିତ୍‌ ସହ ଯୋଗାଯୋଗ ହୋଇଥିଲା। ସେ ରାଜଧାନୀରେ ଜମି କିଣିବାକୁ କହିଥିଲେ। ବିଶ୍ବଜିତ୍‌ ମଧ୍ୟ ତାଙ୍କୁ ଭୁବନେଶ୍ବରର ପାଇକାରାପୁର ଅଞ୍ଚଳରେ ଭଲଜମି ଦେବ ବୋଲି କହିଥିଲା। ସେ ଭୁବନେଶ୍ବର ଆସିବା ପରେ ବିକାଶ ସହ ଭେଟ କରାଇ ଜମି ମାଲିକ ବୋଲି ପରିଚିତ କରାଇଥିଲା। ପାଇକରାପୁରରେ ଏକ ଜମି ଦେଖାଇ ସେମାନେ ଚିନ୍ମୟଙ୍କଠାରୁ ୭.୫ଲକ୍ଷ ଟଙ୍କା ନେଇଥିଲେ। ହେଲେ ଜମିଟି ପଶ୍ଚିମମୁଖା ଥିବାରୁ ଚିନ୍ମୟଙ୍କ ପରିବାରରେ କେହି ରାଜି ହୋଇନଥିଲେ। ତେଣୁ ଟଙ୍କା ଫେରସ୍ତ ପାଇଁ ଚିନ୍ମୟ କହିଥିଲେ। ହେଲେ ବିଶ୍ବଜିତ୍‌ କହିଥିଲା ଯେ, ଆଉ ଏକ ଭଲ ଜମି ଅଛି। ଏହାପରେ ସଂଯୁକ୍ତା ପାଣିଗ୍ରାହୀଙ୍କ ଜମିକୁ ନିଜ ଜମି କହି ଚିନ୍ମୟଙ୍କୁ ଦେଖାଇଥିଲା। ଜମି ପସନ୍ଦ ଆସିବା ପରେ ତାଙ୍କର ଦୁଇ ସମ୍ପର୍କୀୟ ପୁଷ୍ପଲତା ସ୍ବାଇଁ ଓ କମଳା ସ୍ବାଇଁଙ୍କ ନାମରେ କିଣିବା ପାଇଁ କହିଥିଲେ।

ଏହା ଭିତରେ ଅଭିଯୁକ୍ତ ସୀମାଞ୍ଚଳ ଓ ପ୍ରସନ୍ନ ମିଶି ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରିଥିଲେ। ସବ୍‌ରେଜିଷ୍ଟ୍ରାର ଅଫିସର ମୁଖ୍ୟ କିରାଣିଙ୍କୁ ସାମିଲ୍‌ କରି ସଂଯୁକ୍ତାଙ୍କ ନାଁରେ ଅବିକଳ କାଗଜପତ୍ର ବାହାର କରିଥିଲେ। ଜମି ପଞ୍ଜୀକରଣ ପୂର୍ବରୁ ଠକମାନେ ଟଙ୍କା ମାଗିଥିଲେ। ଚିନ୍ମୟ ଆଉ ୧୨ଲକ୍ଷ ଟଙ୍କା ଦେଇଥିଲେ, ବାକି ଟଙ୍କା ପଞ୍ଜୀକରଣ ଦିନ ଦେବେ ବୋଲି କହିଥିଲେ। ପଞ୍ଜୀକରଣ ଦିନ ସଂଯୁକ୍ତାଙ୍କ ଦେହ ଖରାପଥିବା ଠକମାନେ କହିଥିଲେ। ଚଞ୍ଚକତା କରି ମୁଖ୍ୟକିରାଣି ‘ହୋମ୍‌ ଭିଜିଟ୍‌’ରେ ଦସ୍ତଖତ ଆଣିଥିବା କହିଥିଲେ। ‌ ଠକମାନେ ସଂଯୁକ୍ତାଙ୍କ ନାମରେ ଚେକ୍‌ ନଦେବାକୁ ଚିନ୍ମୟଙ୍କୁ ବାଧ୍ୟ କରିଥିଲେ। ହେଲେ ସଂଯୁକ୍ତାଙ୍କ ନାମରେ ହିଁ ଚେକ୍‌ ଦେବେ ବୋଲି ସେ ଜିଦ୍‌ କରିଥିଲେ। ସେହି ଅନୁସାରେ ପଞ୍ଜୀକରଣ ପରେ ଚିନ୍ମୟ ସଂଯୁକ୍ତାଙ୍କ ନାମରେ ଚେକ୍‌ ଦେଇଥିଲେ। ସଂଯୁକ୍ତା ଘଟଣା ବିଷୟରେ ଜାଣିବା ପରେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ଚନ୍ଦକା ଥାନା ପୁଲିସ ମାମଲା ରୁଜୁକରି ବିକାଶ, ପ୍ରସନ୍ନ ଓ ସୀମାଞ୍ଚଳଙ୍କୁ ଗିରଫ କରିଥିଲା। ପରେ ସେମାନେ ଜାମିନ୍‌ରେ ଆସିଥିଲେ। ଚିନ୍ମୟ ଠକେଇର ଶିକାର ହୋଇଥିବା ଜାଣିବା ପରେ ୨୦୨୨ ମସିହାରେ ଏସ୍‌ସିୟୁରେ ଅଭିଯୋଗ କରିଥିଲେ। ଏନେଇ ଏସ୍‌ସିୟୁରେ ମାମଲା ରୁଜୁ ହୋଇ ଏଡିସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ଘଟଣା ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ଆହୁରି ଅଧିକ ଠକେଇ କରିଥିବା ନେଇ ପୁଲିସ ସନ୍ଦେହ କରୁଛି। ସେ ଦିଗରେ ପୁଲିସ ଖୋଳତାଡ଼ କରୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button