ମନୋରଞ୍ଜନ

୫୦ଜଣ ମଡେଲଙ୍କ ସାମ୍ନାରେ ଏହି କାରଣରୁ କୋରିଓଗ୍ରାଫରଙ୍କ ଠାରୁ ଗାଳି ଖାଇଥିଲେ କ୍ରିତି – bajravana

[ad_1]

ନୂଆଦିଲ୍ଲୀ: ଅଭିନେତ୍ରୀ କ୍ରିତି ସାନନ୍ ଚଳଚ୍ଚିତ୍ର ‘ଆଦିପୁରୁଷ’ ପାଇଁ ଅନେକ ସମାଲୋଚନାର ଶିକାର ହୋଇଥିଲେ, କିନ୍ତୁ ନିକଟରେ ସେ ‘ମିମି’ ପାଇଁ ଜାତୀୟ ପୁରସ୍କାର ପ୍ରାପ୍ତ କରି ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ କ୍ରିତିଙ୍କ କାମକୁ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି। ସେ ପୁଣିଥରେ ଲାଇମଲାଇଟକୁ ଆସିଛନ୍ତି।

ନିକଟରେ କ୍ରିତି ତାଙ୍କର ପୁରୁଣା ଦିନଗୁଡ଼ିକୁ ମନେ ପକାଇ ଏକ ସାକ୍ଷାତକାରରେ କହିଛନ୍ତି, ‘ମୁଁ ମୁମ୍ବାଇ ଆସି ଗ୍ରାଜୁଏଟ ମ୍ୟାନେଜମେଣ୍ଟ ଆଡମିସନ ‌ଟେଷ୍ଟ ପ୍ରସ୍ତୁତି ପାଇଁ କୋଚିଂ ନେଉଥିଲି। ସେହି ସମୟରେ ମୁଁ ଏକକାଳୀନ ଚଳଚ୍ଚିତ୍ର ଏବଂ ମଡେଲିଂରେ ପ୍ରବେଶ ପାଇଁ ବି ପ୍ରସ୍ତୁତ ହେଉଥିଲି। ”

ମୁଁ ମୋର ପ୍ରଥମ ରାମ୍ପ ସୋ କରୁଥିଲି।  ସେ ସମୟର ଅନୂଭୂତି ଭୟଙ୍କର ଥିଲା। ମୁଁ କୋରିଓଗ୍ରାଫିରେ କିଛି ଭୁଲ କରି ଦେଇଥିଲି। ଏହା ଦେଖି ମହିଳା କୋରିଓଗ୍ରାଫର୍ ମୋ ସହିତ ବହୁତ ଖରାପ ବ୍ୟବହାର କରିଲେ। ପ୍ରାୟ ୫୦ଜଣ ମଡେଲଙ୍କ ସମ୍ମୁଖରେ ମୋତେ ଅତି କଠୋର ଭାବରେ ଯାହା ପାଇଲେ ତାହା ଗାଳି କରିଥିଲେ।

ମୁଁ କାନ୍ଦିଥିଲି, ବହୂତ କାନ୍ଦିଥିଲି। ବହୁତ ମନ ଖରାପ ହୋଇଥିଲା। ସବୁକିଛି ଛାଡ଼ି ଦେବି ଭାବିଥିଲି। ଘରକୁ ଆସି ଘଟଣା ବିଷୟରେ ମା’ଙ୍କୁ ଜଣାଇ ଆଲିଙ୍ଗନ କରି ବହୁତ କାନ୍ଦିଥିଲି। ମନକୁ ଦୃଢ଼ କରିଥିଲି। ସେହିଦିନ ଠାରୁ ମୁଁ ଆଉ ସେହି କୋରିଓଗ୍ରାଫର୍ ସହିତ କେବେ ବି କାମ କରି ନାହିଁ। ବାସ ମୋ ଲକ୍ଷ୍ୟପଥରେ ଆଗେଇ ଚାଲିଛି ଓ ଚାଲିବି ମଧ୍ୟ।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button