ଓଡିଶା

ବେକରେ ବେଡସିଟ ବାନ୍ଧି ଶ୍ବଶୁର ଘରେ ଜୀବନ ହାରିଲେ ଡାକ୍ତର, କାରଣ ଅସ୍ପଷ୍ଟ – bajravana

[ad_1]

ଵ୍ରହ୍ମପୁର: ବେକରେ ବେଡସିଟ ବାନ୍ଧି ଜଣେ ଡାକ୍ତର ଗୋଷଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗରସ୍ଥିତ ଶ୍ବଶୁର ଘରେ ଜୀବନ ହାରିଛନ୍ତି। ସେ ହେଲେ ଡାକ୍ତର ସୁରେନ୍ଦ୍ର କୁମାର ରଥ(୫୧)। ସୁରେନ୍ଦ୍ରଙ୍କ ଘର ରାୟଗଡା ହୋଇଥିବା ବେଳେ ସେ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ମେଡ଼ିସିନ ବିଭାଗରେ ଡାକ୍ତର ଥିଲେ। ତାଙ୍କ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ପୁଲିସ ଉକ୍ତ ଘରୁ ଏକ କଟୁରି ଓ ଦୁଇ ଖଣ୍ଡ ହୋଇଥିବା ଏକ ବେଡ଼ସିଟ ଜବତ କରିଛି। ଘରୋଇ କଳହରୁ ଡାକ୍ତର ଜଣକ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ସନ୍ଦେହ କରୁଛି। ମୃତଦେହ ଜବତ କରି ପୁଲିସ ୨୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସୂଚନା ମୁତାବକ, ଡାକ୍ତର ସୁରେନ୍ଦ୍ର ତାଙ୍କ ସ୍ତ୍ରୀ ନିଲମ ରଥ ଓ ପୁଅଙ୍କୁ ଧରି ପାରଳାଖେମୁଣ୍ଡି ରହୁଥିଲେ। ସେ ଗତ ୧ତାରିଖରେ ସପରିବାର ଶ୍ଵଶୁର ଘର ଶକ୍ତିନଗରକୁ ଆସିଥିଲେ। କୌଣସି ଏକ କାରଣକୁ କେନ୍ଦ୍ରକରି ଡାକ୍ତର ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥିଲା। ରବିବାର ରାତ୍ର ଡାକ୍ତର ସୁରେନ୍ଦ୍ର ଖାଇ ସାରିବା ପରେ ନିଜ ପୁଅକୁ ନେଇ ଶୋଇବା ପାଇଁ ଏକ ବେଡ଼ରୁମକୁ ଯାଇଥିଲେ। ସେଠାରେ ବାପା-ପୁଅ ଶୋଇଥିଲେ। ଆଜି ସକାକୁ ବାପାଙ୍କୁ ନିକଟରେ ନ ପାଇ ପୁଅ ପାଟି କରିଥିଲା। ଡାକ୍ତରଙ୍କ ସ୍ତ୍ରୀ ଘର ଭିତରକୁ ଯାଇ ଦେଖିବା ବେଳେ ତାଙ୍କ ସ୍ୱାମୀ ଏକ ଫ୍ୟାନ ହୁକରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସେ ବଞ୍ଚିଥିବା ଭାବି ସ୍ତ୍ରୀ ଓ ଘରର ଅନ୍ୟ ସଦସ୍ୟ ମାନେ ଉକ୍ତ ବେଡ଼ସିଟକୁ କାଟି ମୃତଦେହକୁ ତଳକୁ ଆଣିଥିଲେ। କିନ୍ତୁ ଡାକ୍ତର ସୁରେନ୍ଦ୍ରଙ୍କ ସେତେବେଳକୁ ମୃତ୍ୟୁ ଘଟି ସାରିଥିଲା। ପରେ ପରିବାର ଲୋକ ଏନେଇ ପୁଲିସକୁ ଖବର କରିଥିଲେ। ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ଏମକେସିଜି ବଡ଼ ଡ଼ାକ୍ତରଖାନା ପଠାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button